//BREAKING//
Loading...

ପାକିସ୍ତାନୀ ଅଧିକାରୀଙ୍କୁ କହୁଥିଲେ ବୟଫ୍ରେଣ୍ଡ୍ ... ଜ୍ୟୋତିଙ୍କ ମୋବାଇଲରୁ ବାହାରିଲା ସିକ୍ରେଟ୍ ନମ୍ବର....

 


ଭୁବନେଶ୍ୱର :- (ସ୍ୱତନ୍ତ୍ର ନ୍ୟୁଜ଼) ପାକିସ୍ତାନ ପାଇଁ ଗୁଇନ୍ଦାଗିରି କାମ କରୁଥିବା ଭାରତୀୟ ୟୁଟ୍ୟୁବର୍ ଜ୍ୟୋତି ମାଲହୋତ୍ରାଙ୍କ କଲ୍ ଡିଟେଲ୍ସରେ ସବୁଠାରୁ ଅଧିକ ଇନକମିଙ୍ଗ୍ ଏବଂ ଆଉଟଗୋଇଙ୍ଗ୍ ଜଟ୍ ରନ୍ଧାୱା ନାମକ ଜଣେ ୟୁଜରଙ୍କର ରହିଛି । ଟେଲିଗ୍ରାମ୍ ଏବଂ ସ୍ନାପ୍ ଚାଟରେ ମଧ୍ୟ ଜ୍ୟୋତି ଏହି ବ୍ୟକ୍ତିଙ୍କ ସହ ଅଧିକ କଥାବାର୍ତ୍ତା କରିଛନ୍ତି । ଏହାକୁ ଦେଖି ପୁଲିସର ସନ୍ଦେହ ହେଲା ଏବଂ ପୁଲିସ ଜଟ୍ ରନ୍ଧାୱା ବିଷୟରେ ଜ୍ୟୋତିଙ୍କୁ ବାରମ୍ବାର ପ୍ରଶ୍ନ କରିଥିଲେ ।

ପ୍ରଥମେ ଜ୍ୟୋତି ପୁଲିସକୁ ଭୂଆଁ ବୁଲାଇବା ପାଇଁ ଜଟ୍ ରନ୍ଧାୱାକୁ ନିଜ ପ୍ରେମିକ ବୋଲି କହିଥିଲେ । କିନ୍ତୁ ପୁଲିସର ନାଲିଆଖିକୁ ଡ଼ରି ସତ ଉଗାଳିଥିଲେ ଜ୍ୟୋତି ।

ଜଟ୍ ରନ୍ଧାୱା ଓରଫ ଶାକିର ପାକ୍ ଇଣ୍ଟେଲିଜେନ୍ସର ଜଣେ ବରିଷ୍ଠ ଅଫିସର । କାହାକୁ କାଳେ ସନ୍ଦେହ ହେବ ବୋଲି ଭାବି ସେ ଫୋନରେ ଶାକିର ବଦଳରେ ଜଟ୍ ନାଁରେ ନମ୍ବର ସେଭ୍ କରିଥିଲେ । ଜ୍ୟୋତି ଦାନିଶର ମୋବାଇଲ୍ ନମ୍ବରକୁ ବି ଅନ୍ୟ କୌଣସି ନାଁରେ ସେଭ୍ କରିଥିଲେ । ପଡ଼ୋଶୀଙ୍କ କହିବା ମୁତାବକ ଯୁବତୀ ଜଣକ ଟିଙ୍ଗା ସ୍ବଭାବର ଥିଲେ । ପଡ଼ୋଶୀଙ୍କ ସହ ଆଦୌ କଥାବାର୍ତ୍ତା କରୁନଥିଲେ । ଜ୍ୟୋତିଙ୍କର ଏକାଧିକ ପ୍ରେମ ସମ୍ବନ୍ଧ ବିଷୟରେ ମଧ୍ୟ ପୁଲିସ ଖୁଲାସା କରିଛି । ସୂତ୍ରରୁ ଜଣାପଡିଛି ଯେ ଅନେକ ଅଧିକାରୀଙ୍କ ସହ ଜ୍ୟୋତିଙ୍କ ସମ୍ବନ୍ଧ

ଥିଲା । ଯେଉଁଥିରେ କିଛି ବିଦେଶୀ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି ଏବଂ ଏହି ଲିଷ୍ଟରେ ପାକିସ୍ତାନର ଦାନିଶ ଏବଂ ଶାକିର ମଧ୍ୟ ସାମିଲ୍ ଥିଲେ ।

କେଉଁ ଅଧିକାରୀଙ୍କ ସହ ସଂପର୍କରେ ଆସି କେଉଁ କେଉଁ ତଥ୍ୟ ଲିକ୍ କରିଛନ୍ତି ଜ୍ୟୋତି ଏହାକୁ ନେଇ ପୁଲିସ ଏବେ ଛାନଭିନ କରୁଛି । ଏହାଛଡ଼ା ଯୁବତୀଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲକୁ ବି ତନ୍ନ ତନ୍ନ କରି ଯାଞ୍ଚ୍ କରୁଛି ପୁଲିସ । ଖାସ୍ କରି ପାକିସ୍ତାନ ଗସ୍ତ ବେଳେ ଶତ୍ରୁଦେଶର ହାଇକମିସନ୍ ଅଫିସରେ ଉଠାଇଥିବା କିଛି ଫଟୋକୁ ଜ୍ୟୋତି ଇନଷ୍ଟା ଏବଂ ୟୁଟ୍ୟୁବରେ ସେୟାର୍ କରିଥିଲେ । ପାକିସ୍ତାନର ହାଇକମିସନରେ ଚାଲିଥିବା ଏକ ପାର୍ଟିରେ ଜ୍ୟୋତିଙ୍କୁ ନିମନ୍ତ୍ରଣ କରିଥିଲେ ପାକିସ୍ତାନୀ ଅଧିକାରୀ । ସୂତ୍ର ଅନୁସାରେ ଶାକିର ଜ୍ୟୋତିକୁ କାମ ଦେଉଥିଲା ଏବଂ କାମକୁ ସଠିକ ଢଙ୍ଗରେ କରୁଥିଲା ଏହି ଯୁବତୀ । ଏଥିପାଇଁ ଜ୍ୟୋତି କିଛି ବି କରିବାକୁ ପଡିଲେ କରୁଥିଲେ । ମୋଟାଅଙ୍କର ଟଙ୍କା ଲାଳସାରେ ଜ୍ୟୋତି ଦେଶଦ୍ରୋହ କାମ କରିବାକୁ ପଛାଉ ନଥିଲେ ।


Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe