ବ୍ରହ୍ମପୁର - ( ସ୍ୱତନ୍ତ୍ର ନ୍ୟୁଜ଼ )ବ୍ରହ୍ମପୁରରେ ପାଳିତ ହେଲା ଆର୍ଟ ଅଫ୍ ଗିଭିଂ । ୧୨ତମ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ ଓଡ଼ିଶା, ଭାରତ ସମେତ ବିଶ୍ୱର ୨୨୦ ଟି ଦେଶରେ ପାଳିତ ହୋଇଛି । ସେହି କ୍ରମରେ ବ୍ରହ୍ମପୁର ସରକାରୀ ଆଇଟିଆଇ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ । ଚଳିତ ବର୍ଷର ବିଷୟ ବସ୍ତୁ ରହିଛି ନେବରଗୁଡ଼୍ ଅର୍ଥାତ୍ ପଡ଼ୋଶୀଙ୍କ ସହ ସୁସଂପର୍କ ସ୍ଥାପନ କରିବା । ୨୦୧୩ ମସିହା ମେ ୧୭ ତାରିଖରେ ଶିକ୍ଷାବିତ୍ ତଥା ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କ ପରିକଳ୍ପିତ ଏହି ପ୍ରୟାସ ଏବେ ଏକ ଆନ୍ଦୋଳନରେ ପରିଣତ ହୋଇଛି । ଦେବାର କଳା ଜାଣିଥିଲେ ହିଁ ସମଗ୍ର ମାନବ ସମାଜରେ ଶାନ୍ତି, ମୈତ୍ରି, ସୌହାର୍ଦ୍ଦ୍ୟ, ବନ୍ଧୁତା ଓ ଭଲ ପାଇବା ବୃଦ୍ଧି ପାଇ ପାରିବ । ବ୍ରହ୍ମପୁରରେ କିସ୍ ର ଜିଲ୍ଲା ସଂଯୋଜକ ଡ. ସିମାଂଚଳ ବେହେରା ଓ କଳିଙ୍ଗ ଟିଭିର ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ରୂପେ ବାୟୁ ସେନାର ଅବସରପ୍ରାପ୍ତ ଏୟାର୍ ଭାଇସ୍ ମାର୍ସଲ୍ ମାନସ ରଞ୍ଜନ ମିଶ୍ର, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ,ଯାମିନୀ କାନ୍ତ ଦାସ, ପ୍ରମୋଦ ଜେନା, ନିର୍ମଳ ଚଦ୍ର ସାହୁ ପ୍ରମୁଖ ଅତିଥି ରୂପେ ଯୋଗଦାନ କରିିଥିଲେ । ଏହି ଅବସରରେ ଅତିଥି ମାନେ ଏପରି କାର୍ଯ୍ୟକ୍ରମର ଭୂୟଂସୀ ପ୍ରଶଂସା କରିବା ସହ ପାଇବା ଠାରୁ ଦେବାରେ ବହୁ ଆନନ୍ଦ ରହିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ କିଛି ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବରିଷ୍ଠ ସାମ୍ୱାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁଙ୍କ ସଂଯୋଜନାରେ କଳାକାର ମାନଙ୍କ ଦ୍ୱାରା ନାଚ ଗୀତର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଅଶୋକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଉପସ୍ଥିତ ସମସ୍ତ କୁ ଉପହାର ପ୍ରଦାନ ସହ ସମେସ୍ତେ ମିଶି ଭୋଜନ କରିଥିଲେ
Post a Comment