//BREAKING//
Loading...

ଜାତୀୟ ନାଟ୍ୟ ଉତ୍ସବ"ପୂର୍ବରଙ୍ଗ"---ଦ୍ଵିତୀୟ ସନ୍ଧ୍ୟାରେ ବଙ୍ଗାଳୀ ନାଟକ "ଅସମୟ" ମଂଚସ୍ଥ

  

 ବ୍ରହ୍ମପୁର--( ସ୍ୱତନ୍ତ୍ର ନ୍ୟୁଜ଼ ) ଓଡିଶା ସରକାରଙ୍କ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡିଶା ସଙ୍ଗୀତ ନାଟକ ଏକାଡେମୀ ,ପୂର୍ବାଂଚଳ ସାଂସ୍କୃତିକ ପରିଷଦ ,ଜାତୀୟ ନାଟ୍ୟ ବିଦ୍ୟାଳୟ ନୂଆଦିଲ୍ଲୀ ଆନୁକୂଲ୍ୟରେ ବ୍ରହ୍ମପୁର ଓଡିଶା ନାଟକ ସମାରୋହ ସମିତି ଦ୍ୱାରା ଗଞ୍ଜାମ ଜିଲ୍ଲା ସାଂସ୍କୃତିକ ପରିଷଦର ସହଯୋଗରେ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଆୟୋଜିତ ଜାତୀୟ ନାଟ୍ୟ ଉତ୍ସବ"ପୂର୍ବରଙ୍ଗ"ର ବୁଧବାର ଦ୍ବିତୀୟ ଦିବସରେ ବଙ୍ଗଳା ନାଟକ "ଅସମୟ" ମଂଚସ୍ଥ ହୋଇ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି । ହୁମାୟୁନ ଅହମ୍ମଦଙ୍କ ରଚିତ ବାସୁଦେବ ହୋଇଙ୍କ ନିର୍ଦ୍ଦେଶିତ ଏହି ନାଟକରେ ବାର୍ଦ୍ଧକ୍ୟରେ ଉପନୀତ ବ୍ୟକ୍ତିଙ୍କ କଥା,ଆଦର୍ଶକୁ ଅନୁପ୍ରାଣିତ ହେବା ଆଜିର ପିଢ଼ି ପାଇଁ ଏକ ପ୍ରହସନ ଭଳି ବୋଲି ଉଲ୍ଲେଖ କରାଯାଇଛି । ନାଟକ ଆରମ୍ଭ ପୂର୍ବରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ଦ୍ଵିତୀୟ ସନ୍ଧ୍ୟାର ସଭାକର୍ଯ୍ୟ ଆରମ୍ଭ ହୋଇଥିଲା ।

ଆୟୋଜିତ ସଭାରେ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା,ବରିଷ୍ଠ ଆଇନଜୀବୀ ସୂର୍ଯ୍ୟନାରାୟଣ ସାମନ୍ତରାୟ,ସମାଜସେବୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକ,ଜିଲ୍ଲା ସଂସ୍କୃତି ପରିଷଦ ସଭ୍ୟ ଅରୁଣ କୁମାର ଶତପଥୀ,ଓଡିଶା ନାଟକ ସମାରୋହ ସମିତିର ସଭାପତି ଅନିଲ ପାତ୍ର, ସାଧାରଣ ସମ୍ପାଦକ ନାରାୟଣ ମହାଙ୍କୁଡ଼ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରିଥିଲେ ।ରାମଚନ୍ଦ୍ର ସାସମଲ ସଭାକର୍ଯ୍ୟ ପରିଚାଳନା କରିଥିବା ବେଳେ ସୁନିଲ ସ୍ୱାଇଁ ଅତିଥିଙ୍କୁ ଆବାହନ କରିଥିଲେ ।କୈଳାସ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ନାଟକ ପୂର୍ବରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ କାର୍ତ୍ତିକ ପାଣିଗ୍ରାହୀ ଓ ରାମେଶ୍ୱରୀ ନନ୍ଦ ପରିଚାଳନା କରିଥିଲେ ।କାର୍ଯ୍ୟକ୍ରମ ରେ ଓଡିଶା ନାଟକ ସମାରୋହ ସମିତି, ଜିଲ୍ଲା ସାଂସ୍କୃତିକ ପରିଷଦ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ବିଶେଷ ସହଯୋଗ କରିଥିଲେ । ବଙ୍ଗଳା ନାଟକ ଅସମୟର ନିର୍ଦ୍ଦେଶକ ବାସୁଦେବ ହୋଇଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା ।



Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe