//BREAKING//
Loading...

ମାର୍ଚ୍ଚ ୮ରେ ବିଶ୍ୱ ମହିଳା ଦିବସ ନେଇ ଗଞ୍ଜାମ ମହିଳା ଶକ୍ତି ର ନିଷ୍ପତ୍ତି ,ପ୍ରତିଭାଧାରୀ ମହିଳା ଙ୍କୁ ଦିଆଯିବ ସମ୍ମାନ

            ବ୍ରହ୍ମପୁର (ସ୍ୱତନ୍ତ୍ର ନ୍ୟୁଜ଼)


୦୫/୦୩ ମାର୍ଚ୍ଚ ୮ ତାରିଖ ରେ କମାପଲ୍ଲୀ ସଙ୍କଳ୍ପ ସ୍କୁଲ ଖୋଲା ମଞ୍ଚରେ  ଗଞ୍ଜାମ ମହିଳା ଶକ୍ତି ଅନୁଷ୍ଠାନ ତରଫରୁ ବିଶ୍ଵ ମହିଳା ଦିବସ ପାଳନ କରାଯିବ ।ଏଥି ନେଇ  ବୁଧବାର ଗାୟତ୍ରୀ ହୋଟେଲ ସମ୍ମିଳନୀ କକ୍ଷରେ ଏକ ସାମ୍ୱାଦିକ ସମ୍ମିଳନୀ ସଭାନେତ୍ରୀ ବନ୍ଦିତା ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ହୋଇଯାଇଛି । ମହିଳା ଦିବସରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବହୁ ପ୍ରତିଭାଧାରୀ ମହିଳା ମାନଙ୍କୁ ମହିଳା ଶକ୍ତି ସମ୍ମାନ ରେ ସମ୍ବର୍ଦ୍ଧିତ କରାଯିବା ଲାଗି  ସ୍ଥିର ହୋଇଥିବା ଏଠାରେ ସଭାନେତ୍ରୀ ତ୍ରୀପାଠୀ ସୂଚନା ଦେଇଥିଲେ ।ସେହି ପରୀ ବିଭିନ୍ନ ପ୍ରତି ଯୋଗୀତା ସହ ଲଟେରୀ ଉଠାଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଥିଲେ ।  ସମ୍ପାଦିକା ପ୍ରଜ୍ଞା ପଣ୍ଡା ଏଠାରେ କାର୍ଯ୍ୟକ୍ରମ ନେଇ ସୂଚନା ଦେଇଥିଲେ । ମହିଳା ଦିବସରେ ମୁଖ୍ୟ ଆକର୍ଷଣ ଭାବରେ ଖ୍ୟାତନାମା କ୍ରୀଡାବିତ୍ ତଥା ଦୌଡ ରାଣୀ ଦୁତୀ  ଚାନ୍ଦ , ଚଳଚ୍ଚିତ୍ର ଅଭିନେତ୍ରୀ ଭୂମିକା ଦାସ ଓ ବେଦ ବିଦୁଷୀ ସାନ ଦେବୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ସମ୍ପାଦିକା ପଣ୍ଡା କହିଥିଲେ । ଏହି ଅବସରରେ ଉପଦେଷ୍ଟା ସୁଶାନ୍ତ ସାବତ, ଅଶୋକ ତ୍ରୀପାଠୀ,ସୁଦୀପ କୁମାର ସାହୁ, ପ୍ରଣିତାହୋତା, ,ପୁଷ୍ପଲତା ପାଣିଗ୍ରାହୀ, , ଶ୍ରଦ୍ଧାଞ୍ଜଳି ପାଢ଼ୀ,  ଡ ସଂଧ୍ୟାରାଣି ପଟ୍ଟନାୟକ,  ନିରୁପମା ଦାସ, ସୁଲୋଚନା ପାଢ଼ୀ ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟା ଉପସ୍ଥିତ ଥିଲେ।



Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe