//BREAKING//
Loading...

ପାଞ୍ଚ ଦିନିକିଆ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହୋତ୍ସବ ର ଅନ୍ତିମ ରଜନିରେ ,ମଣ୍ଟୁ ଛୁରିଆଙ୍କ ସଙ୍ଗୀତ ରେ ଝୁମିଲେ ଦର୍ଶକ

                     

ବ୍ରହ୍ମପୁର ୨୩/୨ ( ସ୍ୱତନ୍ତ୍ର ନ୍ୟୁଜ଼ )ଦକ୍ଷିଣ ଓଡ଼ିଶା ଫାର୍ମାସିଷ୍ଟ ସଂଘ ର ୨୫ବର୍ଷ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହୋତ୍ସବ ଫେବୁଆରୀ  ୧୯ ବୁଧବାର ଠାରୁ ଆରମ୍ଭ ହୋଇ ୨୩ ତାରିଖ ରବିବାର ଶେଷ ହୋଇଛି ।  ଏହି ମହୋତ୍ସବ ୟୁ ସି ପି ଇଞ୍ଜିନିୟରିଂ ସ୍କୁଲ  ଖେଳ ପଡିଆ ଠାରେ ଆୟୋଜିତ ହୋଇଥିଲା।  ଗଂଜାମ ଜିଲ୍ଲା ସ୍ବାସ୍ଥ୍ୟ ମହୋତ୍ସବ କମିଟିର  ସଭାପତି ବିଜୟ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ବୀବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ରୂପେ ରାଜ୍ୟ ଖଣୀ, ପରିବହନ ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇ ଏପରି ସ୍ଵାସ୍ଥ୍ୟ ମହୋତ୍ସବ ଦ୍ଵାରା ଜନସାଧାରଣ ବୋହୁ ଉପକାର ପାଇଲେ ବୋଲି କହିବା ସହ ଆୟୋଜକ ମାନଙ୍କ ପ୍ରଶଂସା କରିଥିଲେ। ବିଶିଷ୍ଟ ଅତିଥି ଭାବେ ପଶୁ ସମ୍ପଦ ମନ୍ତ୍ରୀ  ଶ୍ରୀ ଗୋକୁଳlନନ୍ଦ ମଲ୍ଲିକ  ସମ୍ମାନିତ ଅତିଥି ଭାବରେ  ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଶିଶିର ମିଶ୍ର, ସିପିଏସ ଚେଇଁଲରମେନ୍ ଭି ଜଗନ୍ନାଥ୍ ରାଓ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବୋହୁ ଡାକ୍ତର ଓ ଆୟୋଜକ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ନବୀନ କୁମାର ମହାପାତ୍ର, ଦେବାଶିଷ ପଣ୍ଡା, ବିଜୟ ଅଧିକାରୀ, ରୋହିତ ପରିଡ଼ା, ସୀତାଂଶୁ ପଣ୍ଡା ,ରାଜୀବ ମିଶ୍ର ,ଆଲୋକ ସାହୁ,ଡକ୍ଟର ନିହାର ରଞ୍ଜନ ସାହୁ ,ଡକ୍ଟର ସ୍ୱରୂପ ଦାସ, ଡକ୍ଟର ଲଳିତ କୁମାର ସାହୁ,ସମୀର ଆଚାର୍ଯ୍ୟ, ଦେବହରି ବେହେରା ମଞ୍ଚାସିନ ଥିଲେ l ଟୁଟୁ ବେହେରା, ସାଧନା ପାଢ଼ୀ, ନିବେଦିତା ପାଢ଼ୀ, ତପନ ପଣ୍ଡା, ନାଗେଶ୍ଵର ପୃଷ୍ଟି, କେଦାର ନାଥ ଜେନା,ଡ଼ା କିରଣ ପାଣିଗ୍ରାହି, କୃଷ୍ଣ ଚନ୍ଦ୍ର ପାଢି,ସୁଶାନ୍ତ କୁମାର ପାଳ ଓ ଲୋକ ସମ୍ପର୍କ ଅଧିକାରୀ ସୁଦୀପ ସାହୁ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଏଥିରେ ସହ ଯୋଗ କରିଥିଲେ । ସ୍ୱାସ୍ଥ୍ୟ ମହୋତ୍ସବ ରେ  ସକାଳ ସମୟରେ ପ୍ରତିଦିନ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ସହ ଓଷଧ ବିତରଣ କରାଯାଇଥିଲା ।ବହୁ ଅଭିଜ୍ଞ ଡାକ୍ତର ଙ୍କ ସହ ବିଭିନ୍ନ ମେଡ଼ିସିନ୍ କମ୍ପାନୀ ତରଫରୁ ଷ୍ଟଲ ମାଧ୍ୟମରେ ସ୍ୱାସ୍ଥ୍ୟ ସୁରକ୍ଷା ଓ ଯତ୍ନ ସଂପର୍କ ରେ ସଚେତନ କରାଯାଇଥିଲା । ସଂଧ୍ୟାରେ ସ୍ଥାନୀୟ କଳାକାରଙ୍କ ସହ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସ୍ଵାସ୍ଥ୍ୟ ଜନିତ ଆଲୋଚନା ସଭା ଆୟୋଜିତ ହୋଇଥିଲା । ଏହି ଅବସରରେ ଖ୍ୟାତନାମା ଗାୟକା ମଣ୍ଟୁ ଛୁରିଆ ଯୋଗ ଦେଇ ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିଲେ। ଏଲୋପ୍ୟାଥିକ ସହ ହୋମିଓପାଥିକ, ଆୟୁର୍ବେଦ , ଯୋଗ, ପ୍ରାକୃତିକ ଚିକିତ୍ସା ଓ ଅନ୍ୟାନ୍ୟ ବିଭାଗ ର ସ୍ୱାସ୍ଥ୍ୟ ଜନିତ ରୋଗ ର ମାଗଣା ଚିକିତ୍ସା ସହ ପରାମର୍ଶ ଓ ଚିକିତ୍ସା ପ୍ରଣାଳୀ ସମ୍ପର୍କ ରେ ବରିଷ୍ଠ ଓ ଅଭିଜ୍ଞ ବିଶେଷଜ୍ଞ ଙ୍କ ଦ୍ବାରା ପରାମର୍ଶ ଦିଆଯାଇଥିଲା। ଏପରି ମେଗା ସ୍ୱାସ୍ଥ୍ୟ ମହୋତ୍ସବ ରେ ଦକ୍ଷିଣାଞ୍ଚଳର ସମସ୍ତ ଜିଲ୍ଲା ସମେତ ବହୁ ଗ୍ରାମବାସୀ ଛାତ୍ରଛାତ୍ରୀ, ବାରିସ୍ତ ନାଗରିକ ବୋହୁ ସଂଖ୍ୟାରେ ଯୋଗ ଦେଇଥିଲେ । ପୁପିନ୍ଦର ଓ ଗୁନ ଗୁନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ଶେଷରେ କାର୍ଯ୍ୟକାରୀ ସଭାପତି ନାରାୟଣ ମହାକୁଡ଼ ଧନ୍ୟ ବାଦ ଅର୍ପଣ କରିଥିଲେ।


Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe