//BREAKING//
Loading...

*ପଞ୍ଚମ ଦିନରେ ଓଡ଼ିଶା ଆନ୍ତଃ ବିଶ୍ଵବିଦ୍ୟାଳୟ ସାହିତିକ୍ୟ ଓ ସାଂସ୍କୃତିକ ପ୍ରତିଯୋଗିତା*

 


23/02/2025- ବ୍ରହ୍ମପୁର 

ବ୍ରହ୍ମପୁର - ( ସ୍ୱତନ୍ତ୍ର ନ୍ୟୁଜ଼ )ଏକ ନୂତନ ଇତିହାସ ରଚୁଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ  , ସୁନ୍ଦର ତଥା ଭବ୍ୟ ଅୟୋଜନ କରି ପଞ୍ଚମ   ଦିନରେ ପହଁଚିଛି ଓଡ଼ିଶା ଆନ୍ତଃ ବିଶ୍ଵବିଦ୍ୟାଳୟ  ସାହିତିକ୍ୟ  ଓ ସାଂସ୍କୃତିକ ପ୍ରତିଯୋଗିତା । କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଏଭଳି ଲୋକନୃତ୍ୟର ମହାମିଳନ ବହୁତ ପ୍ରଶଂସା କରିବା ସହ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଯାହାକୁ ନେଇ ପ୍ରତିଯୋଗୀ ମାନକ ମଧ୍ୟରେ ଉତ୍କଣ୍ଠା ପରିଲକ୍ଷିତ ହୋଇଛି । ପାଞ୍ଚ ଦିନ ସଫଳ ଆୟୋଜନ  ଓଡ଼ିଶା ବିଭିନ୍ନ ବିଶ୍ଵବିଦ୍ୟାଳୟ ରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ମନମୁଗ୍ଧ  କରିଛି । ଅଭିଜ୍ଞତା ହେଉଛି ସର୍ବୋତ୍ତମ ଶିକ୍ଷକ ଯାହାକୁ ଆମେ ଏଠି ଲାଭ କରିଛୁ ତାହା ଅବିସ୍ମରଣୀୟ ହୋଇ ରହିବ ବୋଲି ପ୍ରତିଯୋଗୀଙ୍କ ମୁହଁ ରୁ ଶୁଣିବାକୁ ମିଳୁଛି । ଓଡ଼ିଶା ଆନ୍ତଃ ବିଶ୍ଵବିଦ୍ୟାଳୟ  ସାହିତିକ୍ୟ  ଓ ସାଂସ୍କୃତିକ ପ୍ରତିଯୋଗିତା  ପଞ୍ଚମ ଦିନରେ ନୂତନ ସମ୍ମିଳନୀ କକ୍ଷ ରେ ଚିତ୍ରାଙ୍କନ,ବିଜୁ ପଟ୍ଟାୟକଙ୍କ ପ୍ରେକ୍ଷାଳୟ ଏକକ ଅଭିନଭିୟ କ୍ଷୁଦ୍ର ନାଟକ 


ସହ ବିଶ୍ଵବିଦ୍ୟାଳୟ ଖେଳପଡିଆରେ ଦଳଗତ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା l ଏଥିରେ ନାଟ୍ୟକାର ମନୋଜ ପଟ୍ଟନାୟକ, କୈଳାଶ ପାଣିଗ୍ରାହୀ, ଟେଲି ଅଭିନେତ୍ରୀ ଡ ତ୍ରିପୁରା ମିଶ୍ର ନାଟକରେ ଏବଂ ଗୁରୁ ଗଜେନ୍ଦ୍ର ପଣ୍ଡା, ଡ ସିକତା ଦାଶ ଏବଂ ଡ ମନୋଜ କୁମାର ବେହେରା ନୃତ୍ୟରେ ଯୋଗ ଦେଇଥିଲେ l ପ୍ରତେକ ଦିନ ଭଳି ଆଜି ମଧ୍ୟ ଉନ୍ମୋଚନ ହେଲା ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଦ୍ବାରା ପ୍ରସ୍ତୁତ ପତ୍ରିକା । ଏହି କାର୍ଯ୍ୟକ୍ରମକୁ ବିଶ୍ବବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଛାତ୍ର ଛାତ୍ରୀ ମାନେ ପରିଚାଳନା ସହଯୋଗ କରିଥିଲେ।




Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe