//BREAKING//
Loading...

ପ୍ରଥମ ଚିରଞ୍ଜିତ ରାଜଗୁରୁ ସ୍ମାରକୀ ଫଟାଫଟ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ (ଫ)

 

ବ୍ରହ୍ମପୁର,23।2( ସ୍ୱତନ୍ତ୍ର ନ୍ୟୁଜ଼ ): ଯୁବ ସାମ୍ବାଦିକ ତଥା ଆଇନଜୀବୀ ସ୍ଵର୍ଗତ ଚିରଞ୍ଜିତ ରାଜଗୁରୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରଥମ ଚିରଞ୍ଜିତ ରାଜଗୁରୁ ସ୍ମାରକୀ ଦିନିକିଆ ଫଟାଫଟ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଖେଳ ପଡିଆରେ ରୟଲ ଷ୍ଟ୍ରାଇକର କ୍ରିକେଟ ଟିମ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣ।ମେଣ୍ଟରେ ଜନତା ଗ୍ୟାରେଜ ଦଳ ଚାମ୍ପିଆନ୍‌ ହୋଇଛି। 6ଓଭର ବିଶିଷ୍ଟ ସିମୀତ ଓଭର ଟେନିସ କ୍ରିକେଟ ଟୁର୍ଣ୍ଣ।ମେଣ୍ଟରେ ଜିଲ୍ଲା ତଥା ପଡୋଶୀ ଆନ୍ଧ୍ର ପ୍ରଦେଶରୁ ଭାଷ୍କର ଏକାଦଶ, କମଳାପୁର ଏକାଦଶ, ଲାୟନ୍ସ ଏକାଦଶ, ଚିତା ଏକାଦଶ, ଜନତା ଗ୍ୟାରେଜ, ଏମଏସସିଟି, ମହାଲକ୍ଷ୍ମୀ ଓ ଏଫସିସିି ଭଳି 8ଟି ଦଳ ଅଂଶଗ୍ରହଣ କରିଥିଲେ। ବ୍ରହ୍ମପୁର ଅତିରିକ୍ତ ଏସପି କାଳି ପ୍ରସାଦ ବୁରୁଦା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣ।ମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସ୍ଵର୍ଗତ ଚିରଞ୍ଜିତ ରାଜଗୁରୁଙ୍କ ସୁପୁତ୍ରି ଆହାନା ରାଜଗୁରୁ ଓ ଝିଆରି ଆସମସା ରାଜଗୁରୁ ଉପସ୍ଥିତ ଥିଲେ। ଟୁର୍ଣ୍ଣ।ମେଣ୍ଟର ପ୍ରଥମ ସେମିଫାଇନାଲ ଜନତା ଗ୍ୟାରେଜ ବନାମ କମଳାପୁର ଏକାଦଶ ମଧ୍ୟରେ ହୋଇଥିଲା। ଏଥିରେ ଜନତା ଗ୍ୟାରେଜ ଦଳ 55ରନ୍‌ରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା। ବିଜୟୀ ଦଳ ପକ୍ଷରୁ ବ୍ରିଟିଶ 16ଟି ବଲରେ ଦ୍ରୁତ 46ରନ୍‌ ସଂଗ୍ରହ କରି ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ। ସେହିଭଳି ଚିତା ଏକାଦଶ ବନାମ ଏଫସିସି ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ସେମିଫାଇନାଲରେ ଚିତା ଏକାଦଶ ଦଳ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ 8ରନ୍‌ରେ ବିଜୟୀ ହୋଇଥିଲା। ଚିତା ଦଳର ଲିଙ୍ଗା 15ଟି ବଲରେ ଦ୍ରୁତ 42ରନ୍‌ କରି ଦଳକୁ ଫାଇନାଲରେ ପ୍ରବେଶ କରିବାରେ ସହାୟକ ହୋଇଥିଲେ। ଫାଇନାଲ ମ୍ୟାଚ ଜନତା ଗ୍ୟାରେଜ ଓ ଚିତା ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସମୟ ଅଭାବରୁ ଫାଇନାଲ ମ୍ୟାଚ 6ଓଭର ପରିବର୍ତ୍ତେ 4ଓଭର ବିଶିଷ୍ଟ କରାଯାଇଥିଲା। 4ଓଭର ବିଶିଷ୍ଟ ଏହି ଫାଇନାଲ ମ୍ୟାଚରେ ଜନତା ଗ୍ୟାରେଜ ଦଳ 26ରନ୍‌ରେ ଚିତା ଏକାଦଶକୁ ପରାସ୍ତ କରି ପ୍ରଥମ ଚିରଞ୍ଜିତ ରାଜଗୁରୁ ସ୍ମାରକୀ ଫଟାଫଟ କ୍ରିକେଟ ଟୁର୍ଣ୍ଣ।ମେଣ୍ଟରେ ଚାମ୍ପିଆନ୍‌ ହୋଇଥିଲା। ଦଳ ପକ୍ଷରୁ ସତୀଶ 7ଟି ବଲରୁ 13ରନ୍‌ ସଂଗ୍ରହ କରିବା ସହ ଗୋଟିଏ ଓଭର ବୋଲିଂ କରି 8ରନ୍‌ ବିନିମୟରେ ଦୁଇଟି ଵିକେଟ ଅକ୍ତିଆର କରି ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ। ଟୁର୍ଣ୍ଣ।ମେଣ୍ଟରେ  ଚିତା ଏକାଦଶ ଦଳର ଲିଙ୍ଗା  ଶ୍ରେଷ୍ଠ ବ୍ୟାଟ୍ସ ମେନ, ଜନତା ଗ୍ୟାରେଜ ଦଳର ସତୀଶ ଶ୍ରେଷ୍ଠ ବୋଲର ଓ ଚିତା ଦଳର ଲିଙ୍ଗାଙ୍କୁ ମ୍ୟାନ ଅଫ ଦ ସିରିଜ ଭାବେ ପୁରସ୍କୃତ କରାଯାଇଥିଲା। ଖେଳ ଶେଷରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ବ୍ରହ୍ମପୁର ଅର୍ବ।ନ ବ୍ୟାଙ୍କ ସଭାପତି ଆର. ମୂରଲୀ ମୋହନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଵର୍ଗତ ଚିରଞ୍ଜିତ ରାଜଗୁରୁଙ୍କ ବଡଭାଇ ତଥା ଦୈନିକ ସକାଳ ଖବର କାଗଜର ବ୍ରହ୍ମପୁର ସଂସ୍କରଣ ମୁଖ୍ୟ ଶକ୍ତିଧର ରାଜଗୁରୁ, ଯୁବ ଉଦ୍ୟୋଗୀ ସଚ୍ଚିଦାନନ୍ଦ ଦାଶ, ନିର୍ମଳ ପାଢୀ, ରାଜେଶ କୁମାର ସାହୁ, ସୀମାଞ୍ଚଳ ଶତପଥୀ, ସୁରେଶ ଚନ୍ଦ୍ର ପାଢୀ ଓ ସାମ୍ବାଦିକ ସୁଦୀପ ସାହୁ ଅତିଥି ଭାବେ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରତିଯୋଗିତାର ବିଜେତା ବା ଚାମ୍ପିଆନ ଜନତା ଗ୍ୟାରେଜ ଦଳକୁ  ଟ୍ରଫି ସହିତ ନଗଦ 30ହଜାର ଆର୍ଥିକ ପୁରସ୍କାର ଓ ରନର୍ସ ଅପ ଦଳକୁ ଟ୍ରଫି ସହିତ 20ହଜାର ନଗଦ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଏହି ପ୍ରତିଯୋଗିତାକୁ ବ୍ୟାପକ ଭାବେ ଆୟୋଜନ କରାଯିବାକୁ ଆୟୋଜକମାନେ ଘୋଷଣା କରିଥିଲେ। ଏହି ଟୁର୍ଣ୍ଣ।ମେଣ୍ଟର ଅନଲାଇନରେ ସିଧାପ୍ରସାରଣ କରାଯାଇଥିବା ବେଳେ ବହୁ ଦର୍ଶକ ଏହି ଫଟାଫଟ କ୍ରିକେଟ ଖେଳକୁ ଉପଭୋଗ କରିଥିଲେ।



Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe