//BREAKING//
Loading...

ଲବଣ ବୈଷୟିକ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ

 


 ଚିକିଟି -30/1-( ସ୍ୱତନ୍ତ୍ର ନ୍ୟୁଜ଼ )ଚିକିଟି ବ୍ଲକ ସୁମାଣ୍ଡି ଲବଣ ବୈଷୟିକ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି.ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା କୁମାରୀ ସାହୁ ଅଧ୍ୟକ୍ଷତା ରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରି ନିଗମାନନ୍ଦ ପଣ୍ଡା,ସମ୍ମାନିତ ଅତିଥି ରୂପେ ଜି.ଜୀବାନନ୍ଦ ରେଡ୍ଡୀ,ସି ଆର ସି ସି ଵି.ଭେଙ୍କଟ ରାଓ,ଏସ ଏମ ସି ସଭାପତି ନାଥ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ.

ପ୍ରଧାନ ଶିକ୍ଷୟତ୍ରୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବରିଷ୍ଠ ଶିକ୍ଷୟତ୍ରୀ ତଅପୋଇ ରାଉଳ ମଞ୍ଚ ପରିଚାଳନା କରିଥିଲେ.ସହକାରୀ ଶିକ୍ଷକ ଅଭିଜିତ ମିଶ୍ର ଓ ପ୍ରଫୁଲ୍ଲ ବେହେରା କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦାୟିତ୍ୱ ରେ ରହିଥିଲେ.ସାମାଜିକ ଗଣମାଧ୍ୟମ ର କୁ ପ୍ରଭାବ କୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ନାଟକ ପରିବେଷଣ ମଧ୍ୟ ହୋଇଥିଲା.ଏହାକୁ କ୍ରୀଡା ଶିକ୍ଷକ ପରିଚାଳନା କରିଥିଲେ.





Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe