ବ୍ରହ୍ମପୁର, ୧୬/୧(ସ୍ୱତନ୍ତ୍ର ନ୍ୟୁଜ଼ ): ସ୍ଥାନୀୟ ହରିଡାଖଣ୍ଡି ଅଞ୍ଚଳ ଦ୍ୱାରିକା ନଗର ସ୍ଥିତ ବିବେକାନନ୍ଦ ଖେଳ ପଡ଼ିଆରେ ବିବେକାନନ୍ଦ ସଂସ୍କୃତି ମେଳା ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ଶ୍ରୀ ମିହିର ରଞ୍ଜନ ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଚଳିତ ମାସ ଗତ ୧୧, ୧୨ ଏବଂ ୧୩ ତାରିଖ ୩ଦିନ ବ୍ୟାପୀ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶନିବାର ଅର୍ଥାତ୍ ପ୍ରଥମ ଦିନରେ ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣରୁ ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଧୟନରତ ଶିଶୁ ମାନଙ୍କ ପାଇଁ ପ୍ରାୟ ୩୭ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲାର ବି.ଏ.ସି, ସି.ବି.ଏ.ସି ଏବଂ ଆଇ.ସି.ଏ.ସି ବୋର୍ଡ଼ର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରୁ ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ତେବେ ଅନ୍ୟ ଗୁଡ଼ିକ ମଧ୍ୟରେ ବିଜ୍ଞାନ ମେଳା, କାରିଗରି, ଚିତ୍ରାଙ୍କନ, ଚିତ୍ର, ହେଣ୍ଡଲୁମ, ପରମ୍ପରା, ସଜୀବତା, ବାଲିର ପ୍ରତିମୂର୍ତ୍ତ, ସଂଗ୍ରହ, ଆବାକସ୍, କୀର୍ତ୍ତି ବା ସ୍ମୃତି ଚିହ୍ନ, ହାବିଟ୍, ଯୋଗ, ଗୀତା ପାଠ, ବେଦପାଠ, ଭାଗବତ ପାଠ, ବଡିବିଲଡ଼ିଙ୍କ, ରିଲ୍, ଆଲୋକ ଚିତ୍ର, ଭିଡ଼ିଓ ଗାଫ୍, ପ୍ରଯୁକ୍ତି ବିଦ୍ୟା, ରାଇମସ, ଇତିହାସ, ରୀତି, ଆସକ୍ତି ବା କଳ୍ପନା, ମୋବାଇଲ୍ ଆପ୍, ହାତ ତିଆରି, ଏ.ଆଇ ଏଜୁକେସନ, ଇନୋଭେସନ, ସୋଲୋ ନାଚ, ଗ୍ରୁପ୍ ନାଚ, ସାଜ୍ଞାନ, ଉଡ୍ ଆର୍ଟ, ଟିଏଲ୍ଏମ, ମୋଡେଲିଙ୍ଗ୍, ଗୀତ, କାରକ, ଚିତ୍ରାଙ୍କନ, ଭାଷଣ ଏବଂ ରଚନା ଆଦି ପ୍ରମୁଖ ପ୍ରତିଯୋଗିତା ଗୁଡ଼ିକ ଅନୁଷ୍ଠିତ ହୋଇଥିବା ବେଳେ, ଶିଶୁ ମାନେ ନିଜର ଇଚ୍ଛା ମୁତାବକ ଏକାଧିକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରାୟ ୧୦୦ ଜଣ ମୁଖ୍ୟ ବିଚାରକ ବିଭିନ୍ନ କେଟଗୋରୀ ଅନୁସାରେ ଶିଶୁଗଣଙ୍କ ମାର୍କ କରିଥିଲେ ।
ସେହିପରି ୧୨ ତାରିଖ ରବିବାର ଦିନ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ବିବେକାନନ୍ଦଙ୍କ ବାଣୀକୁ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟ ରଖି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସକାଳ ୫ଘ ସମୟରେ ସ୍ଥାନୀୟ ପାଣିଗ୍ରାହୀ ପେଣ୍ଠ ସ୍ଥିତ ମା ଦଣ୍ଡକାଳୀ ମନ୍ଦିରରେ ପୂଜାର୍ଚନା କରି ଏକ ମଶାଲ ଯାତ୍ରା ଆରମ୍ଭ ହୋଇଥିଲା । ଏହି ମଶାଲ ଶୋଭାଯାତ୍ରା ଶ୍ରୀ ବିବେକାନନ୍ଦ ବିଦ୍ୟା ମନ୍ଦିରରୁ ଆରମ୍ଭ ହୋଇ ମାଳୁଆଣୀ ମନ୍ଦିର ରାସ୍ତା ଦେଇ ପ୍ରହଲ୍ଲାଦ ନଗର ୧, ୨, ୩, ୪ ଗଳି ଗଣେଶ ନଗର ଦେଇ ଜଗବନ୍ଧୁ ସାହି ମଧ୍ୟ ଦେଇ ବାଲୁଙ୍କେଶ୍ୱର ମନ୍ଦିର ରୋଡ, ହରିଡ଼ାଖଣ୍ଡି ଛକ, ହରିଡ଼ାଖଣ୍ଡି ପୋଖରୀ ନିକଟସ୍ଥ ଲଷ୍ମୀନୃସିଂହ ସାହି, ଧର୍ମନଗର, ଶାନ୍ତିନଗର, ଲକ୍ଷ୍ମୀବିହାର ଦେଇ ଦ୍ୱାରିକା ନଗର ସ୍ଥିତ ବିଦ୍ୟାଳୟ ଖେଳ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ଶିଶୁଗଣଙ୍କ ଦ୍ୱାରା ବାଣୀର ସ୍ୱରଧ୍ଵନି ସହ ନୀତିବାଣୀ ଫ୍ଲାକ କାର୍ଡ ଧରି ପରିକ୍ରମଣ କରିବା ଫଳରେ ଶିଶୁ ମାନଙ୍କ ଦ୍ୱାରା ଭାଷଣ ସହ ସହର ପରିକ୍ରମା କାର୍ଯ୍ୟକ୍ରମ ବିଦ୍ୟାଳୟରେ ସମସ୍ତ ଗୁରୁଜୀ ଓ ଗୁରୁମା ମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଅତିଥି ରୂପେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବହୁ କର୍ପୋରେଟର ଏବଂ ସମାଜସେବୀ ମାନେ ସାମିଲ ଥିଲେ।
Post a Comment