//BREAKING//
Loading...

ସ୍ବର୍ଗତ ଅମୀୟେନ୍ଦୁ ଶେଖର ପଟ୍ଟନାୟକଙ୍କୁ ସମର୍ପିତ ନାଟକ "ବଞ୍ଚିବା ଜୀବନ" ମଞ୍ଚସ୍ଥ

 

ବ୍ରହ୍ମପୁର -୨୫/୧୨/୨୪( ସ୍ୱତନ୍ତ୍ର ନ୍ୟୁଜ଼ )ନାଟ୍ୟ ଶ୍ରୀ ବ୍ରହ୍ମପୁରର ୨୭ ତମ ବାର୍ଷିକ ଉତ୍ସବ ୨୦୨୪  ପ୍ରକାଶମ ହଲ ଗିରୀମାର୍କେଟ ଠାରେ ଅନୁଷ୍ଠିତ ହୋଇଯାଇଛି ।ସ୍ବର୍ଗତ ଅମୀୟେନ୍ଦୁ ଶେଖର ପଟ୍ଟନାୟକଙ୍କୁ ସମର୍ପିତ ନାଟକ "ବଞ୍ଚିବା ଜୀବନ" ମଞ୍ଚସ୍ଥ ହୋଇଯାଇଛି ।ଏହି ଅବସରରେ ନାଟ୍ୟକାର ଶ୍ରୀ ଗୋଲକ ରଞ୍ଜନ ତ୍ରିପାଠୀଙ୍କୁ ନାଟ୍ୟଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ଓ ଚାନ୍ଦମାମ ବେହେରଙ୍କୁ ଅମୀୟେନ୍ଦୁ ଶେଖର ସ୍ମୃତି ନ୍ୟାସ ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀ ରମେଶ ଚନ୍ଦ୍ର ମହାରଣା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କବି ବିପିନ ନାୟକ ମୁଖ୍ୟ ବକ୍ତା ମେଜର ରମା ରମନ ପାଢ଼ୀ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ।ଏହି ସଭା କାର୍ଯ୍ୟକୁ ଶ୍ରୀ ସନ୍ୟାସୀ ମହାରଣା ଉତ୍ତମ ସଞ୍ଚାଳନ କରିଥିଲେ । ମୁଖ୍ୟ ବ୍ୟବସ୍ଥାପକ ଶ୍ରୀ ଅଭୟେନ୍ଦୁ ଶେଖର ପଟ୍ଟନାୟକ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ବ୍ରହ୍ମପୁର ନାଟ୍ୟଶ୍ରୀ ର ୨୭ ତମ ବାର୍ଷିକ ଉତ୍ସବ ଅବସରରେ ଶ୍ରୀ ଗୋଲକ ରଞ୍ଜନ ତ୍ରିପାଠୀଙ୍କ ରଚିତ ନାଟକ ବଞ୍ଚିବା ଜୀବନ କୁ  ଶ୍ରୀ ସତ୍ୟ ବ୍ରତ ଦାସ  ନିର୍ଦ୍ଦେଶନା ଦେଇଥିଲେ ।ଏହି ନାଟକ ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବାରୁ ସମସ୍ତ ଉପସ୍ଥିତ ଦର୍ଶକଙ୍କ ମନ ମୁଗ୍ଧ କରିଦେଇଥିଲା ।ନାଟକରେ ଯତୀନ ଦାସ ସଙ୍ଗୀତ ଦାୟିତ୍ୱ ତୁଲାଇଥିବା ବେଳେ ଅରୁଣ କୁମାର ସାହୁ  ସଙ୍ଗୀତରେ ସହଯୋଗ କରିଥିବା ବେଳେ ଶିବ ପ୍ରସାଦ ଷଡ଼ଙ୍ଗୀଙ୍କ କଣ୍ଠରୁ ନିଶୃତ ସଙ୍ଗୀତର ମୂର୍ଚ୍ଚନା ରେ ଦର୍ଶକ ବିଭୋର ହୋଇଥିଲେ । କଳା ନିର୍ଦ୍ଦେଶନାରେ ଶୀ ସତ୍ୟ ମହାରଣା ଓ ଆଲୋକ ସମ୍ପାତ ସନ୍ଦୀପ ପଟ୍ଟନାୟକ କରିଥିଲେ । ସତ୍ୟବ୍ରତ ଦାସ, ନରସିଂହ ରଣା,ରାଧା କାନ୍ତ ନାୟକ,ସମ୍ୟରଞ୍ଜନ ରଥ,ସରୋଜ କୁମାର ପଣ୍ଡା, ସଂଜ୍ଞା ସମାହିତ ପାଢ଼ୀ, ଗିରିଜା ଶଙ୍କର ଦାସ,ଭକ୍ତି ବିନୋଦ ରଥ,ସସ୍ମିତା ରାଣୀ ରାଉତ, ସଂଯୁକ୍ତା ରାଣୀ ରାଉତ,ଅଙ୍କିତା ପାତ୍ର,ଶିଶୁ କଳାକାର ପି ଧନିଶା ସମସ୍ତ କଳାକାର ମାନେ ନିଖୁଣ ଅଭିନୟ କରିଥିଲେ । ନାଟକ ଶେଷରେ ଶ୍ରୀ ଅନିଲ ପାତ୍ର, ଶ୍ରୀ କୈଳାସ ପାଣିଗ୍ରାହୀ ଓ ଅରବିନ୍ଦ ସମ୍ଭୂତା ପଟ୍ଟନାୟକଙ୍କ ଦ୍ଵାରା ନାଟକ ସହିତ ଜଡିତ ସମସ୍ତ କଳାକାର ମାନଙ୍କୁ ପୁରସ୍କୃତ କରାଗଲା ।ଏହି କାର୍ଯ୍ୟକ୍ରମକୁ ନାଟ୍ୟଶ୍ରୀର ସମସ୍ତ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ ।



Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe