ଚିକିଟି :- ୨୫/୧୨/୨୪ ( ସ୍ୱତନ୍ତ୍ର ନ୍ୟୁଜ଼ )ବିଦ୍ୟାଳୟ ମାନଙ୍କର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଆନୁକୂଲ୍ୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତରେ ନିୟୋଜିତ ପାଚିକା ସହାୟିକାମାନେ ନିଜର ଦାୟିତ୍ୱ ସଠିକ୍ ଢଙ୍ଗରେ ତୁଲାଇବା, ପରିଷ୍କାର ପରିଚ୍ଛନ୍ନ ରହିବା, ସଠିକ୍ ଭାବେ ଆପ୍ରୋନ୍ ବ୍ୟବହାର କରିବା , ରୋଷେଇଶାଳକୁ ନିଜର ଭାବିବା, ପିଲାଙ୍କ ପ୍ରତି ମମତା ଭାବ ରଖିବା ଏପରି ସୁଭାବପନ୍ନ ତାଲିମ ସମ୍ବଳ ଶିକ୍ଷକ ମଞ୍ଜନ କୁମାର ବେହେରା ଏବଂ ସି ଆର ସି ସି ଭି ଭେକଟ ରାଓ ଙ୍କ ଠାରୁ ଗ୍ରହଣ କରିଛନ୍ତି । ଉକ୍ତ ଶିବିର ଚିକିଟୀ ବ୍ଲକ ଅନ୍ତର୍ଗତ ନୋଡାଲ ହାଇସ୍କୁଲ ଗିରିସୋଲା ଅନୁଷ୍ଠିତ ହୋଇଥିବାବେଳେ ଏହାକୁ ବି ଇ ଓ ବସନ୍ତ କୁମାର ପଣ୍ଡା , ଏ ବି ଇ ଓ ତ୍ରିନାଥ ମଳିକ ଉଦ୍ଘାଟନ କରି ପାଚିକାମାନେ ନିଜେ ପ୍ରସ୍ତୁତ କରି ଆଣିଥିବା ଖାଦ୍ୟପେୟକୁ ନେଇ ମେଳାର ପରିଦର୍ଶନ କରିଥିଲେ । ତାଲିମ ପ୍ରାପ୍ତ ସମସ୍ତ ପାଚିକା ମାନପତ୍ର ସହ ଗୋଟିଏ ଲେଖାଏଁ ଆ ପ୍ରୋ ନ୍ ପାଇଥିଲେ । ବିଦ୍ୟାଳୟ ପାଚିକାଙ୍କ ପାଇଁ ଏପରି ମେଳା ଓ ତାଲିମର ଆୟୋଜନ କରି ସରକାର ଖୁବ୍ ସୁନ୍ଦର ପଦକ୍ଷେପ ନେଇଥିବା ବିଦ୍ୟାଳୟ ପରିଚାଳନା କମିଟି ମତ ରଖିଛନ୍ତି ।
Post a Comment