//BREAKING//
Loading...

ପୁଅ ର ଜିଦ ଯୋଗୁ ଫୁଲ ବିକି କିଣିଦେଲେ ଆଇ ଫୋନ..

 ସ୍ୱତନ୍ତ୍ର ନ୍ୟୁଜ଼ 

ସ୍ୱତନ୍ତ୍ର ନ୍ୟୁଜ଼ 

ବିଜ୍ଞାପାନ ଏବଂ ସୋସିଆଲ ମିଡିଆ ପାଇଁ ଗରିବ ଏବଂ ମଧ୍ୟବିତ୍ତ ପରିବାରର ଲୋକଙ୍କ ଉପରେ ପ୍ରଭାବ ପକାଇଛି। ଆଜିକାଲି ଅନେକ ଲୋକେ ଆଇଫୋନ କିଣିବାକୁ ଚାହୁଁଛନ୍ତି, ଏବଂ ଏପରି କିଛି ଜିଦି ଜଣେ ଯୁବକ କରିବା ଦେଖାଦେଇଛି। ସେ ନିଜ ଫୁଲ ବିକ୍ରି କରୁଥିବା ମାଆଙ୍କୁ ଲଗାତାର ଆଇଫୋନ କିଣିବ ବୋଲି କହୁଥିଲା ଏବଂ ଖାଦ୍ୟ ଖାଇବା ବି ଛାଡିଦେଇଥିଲା।

ଏହାପରେ ତାକୁ ଶେଷରେ ଆଇଫୋନ ମିଳିଗଲା।

Ghar Ke Kalesh ନାମକ ଆକାଉଣ୍ଟରେ ସେୟାର କରାଯାଇଥିବା ଏହି ଭିଡିଓ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓରେ ଜଣେ ଯୁବକ ଏବଂ ତାଙ୍କ ମାଆ ଏକ ମୋବାଇଲ ଷ୍ଟୋରରେ ନଜର ଆସୁଛନ୍ତି। ଦୋକାନୀ ନିଜ ଷ୍ଟୋରର ପ୍ରଚାର ପାଇଁ ନିଜେ ଏହି ଭିଡିଓ ସୁଟ କରିଛି। କୁହାଯାଉଛି ଯେ, ଯୁବକ ଜଣକ ଆଇଫୋନ ପାଇଁ ତିନି ଦିନ ପର୍ଯ୍ୟନ୍ତ ଖାଇନଥିଲା।

ମାଆ କହିବାନୁଯାୟୀ, ତାଙ୍କୁ ନିଜ ପୁଅର ଇଚ୍ଛାକୁ ପୁରା କରିବାରେ ଖୁସି ଅଛନ୍ତି। ହେଲେ ଭିଡିଓରୁ ଜଣାପଡୁଛି ଯେ, ତାଙ୍କ ମାଆ ପ୍ରକୃତରେ ଖୁସି ନାହାନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି, ଏବଂ ଲୋକେ ଏହି ଯୁବକ ଏବଂ ଭିଡିଓ ସୁଟ କରୁଥିବା ଦୋକାନୀଙ୍କ ଆଲୋଚନା କରୁଛନ୍ତି। କୁହାଯାଉଛି ଯେ, ଯୁବକଙ୍କ ମାଆ ଏକ ମନ୍ଦିର ବାହାରେ ଫୁଲ ବିକ୍ରି କରନ୍ତି।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe