//BREAKING//
Loading...

କିଏ ହେବେ ଓଡ଼ିଶା ର ନୁଆଁ ମୁଖ୍ୟମନ୍ତ୍ରୀ..?

 


ଭୁବନେଶ୍ୱର :-(  ସ୍ୱତନ୍ତ୍ର ନ୍ୟୂଜ଼ )ଦୀର୍ଘ ୨୪ ବର୍ଷ ଧରି ରାଜ୍ୟରେ ନିରଙ୍କୁଶ ଭାବେ କ୍ଷମତା ଉପଭୋଗ କରିଆସୁଥିବା ବିଜେଡିର ବିଜୟ ରଥକୁ ଚଳିତ ନିର୍ବାଚନରେ ଅଟକାଇଛି ବିଜେପି । ବିଧାନସଭା ନିର୍ବାଚନରେ ମୋଟ ୧୪୭ଟି ଆସନରୁ ବିଜେପି ୭୮ଟିରେ ଜିତି ବହୁମତ ହାସଲ କରିଥିବା ବେଳେ ବିଜେଡି ମାତ୍ର ୫୧ଟିରେ ଅଟକି ଯାଇଥିଲା । ବିଜେଡିର ଏହି ଅପ୍ରତ୍ୟାଶିତ ପରାଜୟରେ କେବଳ ଓଡ଼ିଶା ନୁହେଁ, ସାରା ଦେଶ ହତବାକ୍ ହୋଇଯାଇଥିଲା ।

ତେବେ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଜୁନ୍ ୧୦ରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ନିର୍ବାଚନ ରାଲି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ । ଆସନ୍ତା ୯ ତାରିଖରେ ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତେଣୁ ଏହି ସ୍ୱଳ୍ପ ସମୟ ମଧ୍ୟରେ କିପରି ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଚୟନ କରାଯିବ ତାହା ଏକ ବଡ଼ ପ୍ରଶ୍ନ ।

ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ରେସରେ ଅନେକ ହେଭିୱେଟ ରହିଛନ୍ତି । ରାଜନୈତିକ ଫାଇଦା ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଦଳର କେନ୍ଦ୍ରୀୟ ନେତୃବୃନ୍ଦ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ । ରାଜ୍ୟର ଜନତା ମୈଦାନରେ ଶପଥ ଗ୍ରହଣ ଉତ୍ସବ ପାଳନ କରାଯିବ । ଜଣେ ଓଡ଼ିଆ ପୁଅ ଯିଏ ଓଡ଼ିଆ ସ୍ପଷ୍ଟ ଭାବେ ଉଚ୍ଚାରଣ କରିପାରୁଥିବେ, ଓଡ଼ିଆ ବୁଝିପାରୁଥିବେ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି । ସେହିପରି ଦଳର କେନ୍ଦ୍ରୀୟ ସଂସଦୀୟ ବୋର୍ଡ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।


Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe