ଭୁବନେଶ୍ୱର :-( ସ୍ୱତନ୍ତ୍ର ନ୍ୟୁଜ଼ )ପାଇଁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ସୁଜାତା ଆର୍ କାର୍ତ୍ତିକେୟନ୍ ୬ ମାସ ପାଇଁ ଛୁଟିରେ ଯାଇଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଝିଅର ଦଶମ ଶ୍ରେଣୀ ପରୀକ୍ଷା ପ୍ରସ୍ତୁତି ପାଇଁ ଛୁଟି ନେଉଥିବା ସେ କାରଣ ଦର୍ଶାଇଛନ୍ତି । ୨୦୦୦ ବ୍ୟାଚ୍ର ଆଇଏଏସ୍ ସୁଜାତା କାର୍ତ୍ତିକେୟନ୍ ଗତ ୩୧ ତାରିଖ ଠାରୁ ଛୁଟିରେ ଅଛନ୍ତି ।
ସୂଚନାଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନ-୨୦୨୪ରେ ବିଜୁ ଜନତା ଦଳ (ବିଜେଡି) ପାଇଁ ସୁଜାତା କାର୍ତ୍ତିକେୟନ୍ କାମ କରୁଥିବା ନେଇ ବିଜେପି ଭାରତୀୟ ନିର୍ବାଚନ କମିସନ୍ଙ୍କ ନିକଟରେ ଅଭିଯୋଗ ଆଣିଥିଲା । ଫଳରେ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିସନ ଶକ୍ତି ବିଭାଗରୁ ଅର୍ଥ ବିଭାଗକୁ ବଦଳି ହୋଇଥିଲା ।
Post a Comment