ସ୍ୱତନ୍ତ୍ର ନ୍ୟୁଜ଼... (ବ୍ରହ୍ମପୁର )
ବ୍ରହ୍ମପୁର: ଦୀର୍ଘ ବର୍ଷ ଧରି ସମସ୍ୟା ଘେରରେ ରହିଛି ସହରର ମଧ୍ୟ ଭାଗରେ ରହିଥିବା ବସ୍ତି ବାସିନ୍ଦାଙ୍କ ଅଞ୍ଚଳ । ଅନୁସୂଚିତ ଜାତିର ବସବାସ କରୁଥିବା ସମସ୍ତ ସାହିକୁ ଅଣଦେଖା କରାଯାଇଥିବା ଦେଖିବାକୁ ମିଳିଛି । ଶିବଶଙ୍କର ଦାଶ ମେୟର ଥିବା ବେଳେ ଯେଉଁ ସବୁ ଉନ୍ନତି ମୂଳକ କାର୍ଯ୍ୟ ହୋଇଥିଲା ସେସବୁକୁ ଧ୍ଵଂସ କରିଦେଇଛନ୍ତି ନେତା ଓ ସ୍ଥାନୀୟ କର୍ପୋରେଟର । ୧୦ ବର୍ଷ ତଳେ କରାଯାଇଥିବା ପରିମଳ ବ୍ୟବସ୍ଥା, ରାସ୍ତା ଆଦି ଅବହେଳିତ ଅବସ୍ଥାରେ ରହିଛି । ବର୍ତ୍ତମାନ ସେସବୁ ର ସମାଧାନ ନିମନ୍ତେ ବର୍ତ୍ତମାନ ଅଣ୍ଟା ଭିଡିଛନ୍ତି ବ୍ରହ୍ମପୁର ବିଧାନସଭା କ୍ଷେତ୍ରର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଶିବଶଙ୍କର ଦାଶ । ଏଭଳି ସମାଧାନ ପ୍ରତିଶ୍ରୁତି ନେଇ ଲୋକଙ୍କ ନିକଟତର ହୋଇ ନିଜର ଭୋଟ ଭିକ୍ଷା କରିଛନ୍ତି ପିଣ୍ଟୁ । ଯଦି ଚଳିତ ନିର୍ବାଚନରେ ବିଧାୟକ ହେବାର ସୁଯୋଗ ପାଇବେ ତେବେ ପ୍ରଥମେ ସହର ରାସ୍ତା ଓ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଲଢ଼ିବେ ବୋଲି କହିଛନ୍ତି । ଏହାସହ ସହରରେ ରହିଥିବା ଅନୁସୂଚିତ ଜନଜାତିର ସମସ୍ତ ବାସିନ୍ଦା ଙ୍କ ସାହିରେ ନୂତନ ରାସ୍ତା, ପରିମଳ ବ୍ୟବସ୍ଥା ଓ ପାନୀୟ ଜଳର ସମସ୍ୟା ଦୂରୀକରଣ କରାଯିବ ବୋଲି କହିଛନ୍ତି । ବୁଧବାର ଦିନରେ ଗେଟ୍ ବଜାର ସ୍ଥିତ ହରିଜନ ସାହିରେ ନିଜ ସମର୍ଥକଙ୍କ ସହ ନିଜ ପ୍ରଚାର ଆରମ୍ଭ କରିଥିବାବେଳେ ଶତାଧିକ ସ୍ଥାନୀୟ ବାସିନ୍ଦା ପିଣ୍ଟୁ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଆଶା କୁମାରୀ ଦାଶ ଙ୍କୁ ପୁଷ୍ପ ଗୁଚ୍ଛ, ବାଜା ବାଦ୍ୟ ଓ ବାଣ ଫୁଟାଇ ଭବ୍ୟ ସ୍ଵାଗତ କରିଥିଲେ । ସନ୍ଧ୍ୟାରେ ଆସ୍କା ରୋଡ, ପାଣିଗ୍ରାହୀ ପେଣ୍ଠ, ଶ୍ରୀରାମ ନଗର ଓ ବଡ଼ବଜାର ଅଞ୍ଚଳର କିଛି ସାହିରେ ନିଜର ସମର୍ଥକଙ୍କ ସହ ପ୍ରଚାର ଅଭିଯାନ ଜାରି କରିଛନ୍ତି ।
Post a Comment