//BREAKING//
Loading...

ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସଙ୍କ ମାରାଥନ ପ୍ରଚାର*



ସ୍ୱତନ୍ତ୍ର ନ୍ୟୁଜ଼.....(ବ୍ରହ୍ମପୁର)

ବ୍ରହ୍ମପୁର ବିଧାନସଭାର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଶିବଶଙ୍କର ଦାସ (ପିଣ୍ଟୁ ଭାଇ)ଙ୍କ ଆଜି ମାରାଥନ ପ୍ରଚାର ହୋଇଯାଇଛି । ବୁଧବାର ଦିନ ନିଜ ଶହଶହ ସମର୍ଥକଙ୍କ ସହ ପ୍ରଚାର ମଇଦାନକୁ ଓହ୍ଲାଇ ମାଠିଆ ଚିହ୍ନରେ ଭୋଟ ଦେବା ଅନୁରୋଧ କରିଛନ୍ତି । ସନ୍ଧ୍ୟାରେ ନିଜ ଗୋଷାଣୀନୂଆଁଗାଆଁ ସ୍ଥିତ ବାସଭବନ ଠାରୁ ପ୍ରଚାର ଆରମ୍ଭ କରି ବିଜିପୁର, ଟାଟାବେଞ୍ଚ ଛକ, କମାପଲ୍ଲୀ ଛକ, କୋର୍ଟପେଟା ଛକ, ଗୋଇଲୁଣ୍ଡି ଛକ, ଭାବାନଗର ଛକ, ଅଶୋକ ନଗର, ଜନାନା ହସ୍ପିଟାଲ୍ ଛକ, ଅରବିନ୍ଦ ନଗର, ଗୋଦାବରୀଶ ନଗର, ନୂଆ ବସଷ୍ଟାଣ୍ଡ, ହାତିବନ୍ଧ ସାହି, ଉତ୍କଳ ଆଶ୍ରମ ରୋଡ, ସୁବାରଓ ଛକ ହୋଇ ହଜାର ହଜାର ଲୋକଙ୍କୁ ଭେଟି ନିଜର ମାଠିଆ ଚିହ୍ନର ପ୍ରଚାର କରିବା ସହ ଭୋଟ ଭିକ୍ଷା କରିଥିଲେ । 

ଏହି ଅବସରରେ ଅନେକ ବୁଦ୍ଧିଜୀବୀ, ଯୁବକ ସଂଘ, ମହିଳାଙ୍କ ସହ ଭେଟି ଯଦି ସେ ବିଜୟ ଲାଭ କରନ୍ତି ତେବେ ମେୟର ଥିବା ସମୟରେ ଯେଉଁ ସବୁ ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ ତାହାର ପୁନରାବୃତ୍ତି କରିବା ସହ ବ୍ରହ୍ମପୁର ସହର ଟ୍ରାଫିକ ସମସ୍ୟା, ପୋଖିରୀ ପୁନରୁଦ୍ଧାର, ବାସହୀନ ଙ୍କୁ ପଟ୍ଟା ପ୍ରଦାନ ଓ ସହରର ମୁଖ୍ୟ ବିଜୁଳି ସମସ୍ୟା ସହ ପାନୀୟ ଜଳ ଉତ୍କଟ କୁ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆଜିର ଏହି ପ୍ରଚାରରେ ବିପୁଳ ମାତ୍ରାରେ ଜନ ସମର୍ଥନ ଲୋକ ପ୍ରୀୟତା ଦେଖିବାକୁ ମିଳିଥିଲା ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe