//BREAKING//
Loading...

ଶିବ-ପଦ୍ମା ଦଳପତି ଭବନ" ନିର୍ମାଣ ନିମନ୍ତେ ଭୂମିପୂଜନ ଓ ଭିତ୍ତି ପ୍ରସ୍ତର ସ୍ଥାପନ ଖୋଡାସିଙ୍ଗି ବ୍ରହ୍ମପୁର l









ସ୍ୱତନ୍ତ୍ର ନ୍ୟୁଜ଼ 

"ଶିବ-ପଦ୍ମା ଦଳପତି ଭବନ" ନିର୍ମାଣ  ନିମନ୍ତେ ଭୂମିପୂଜନ ଓ ଭିତ୍ତି ପ୍ରସ୍ତର ସ୍ଥାପନ ଖୋଡାସିଙ୍ଗି ବ୍ରହ୍ମପୁର l

------------------------------------

ଆଜି ଦିନ ,ତା ୭:୪:୨୪ ରିଖ  ପୂର୍ବାହ୍ନ  ୧୦:୩୦ ଘଣ୍ଟ ସମୟରେ , ଶ୍ରୀ ଜଗନ୍ନାଥ ରାଉତଙ୍କ ପୌରହିତ୍ଯରେ , ଖୋଡାସିଂଗି ଗ୍ରାମସ୍ଥ  ଉଦ୍ଧିଷ୍ଟ ଜାଗାରେ "ଶିବ ପଦ୍ମା ଦଳପତି ଭବନ" ନିର୍ମାଣ କରିବା ନିମନ୍ତେ ,ଭୂମି ପୂଜନ ଓ ଭିତ୍ତୀ ପ୍ରସ୍ତର ସ୍ଥାପନ କରାଯାଇଛି। ଉଲ୍ଲେଖ ଯୋଗ୍ଯ ଯେ ସ୍ବର୍ଗତ ଶିବରାମ ରାଉତଙ୍କ  ୪୧ ବର୍ଷ ପୂର୍ବେ ଦେଇଥିବା ପ୍ରତିଶୃତି  ପାଳନ କରିବାକୁ ଯାଇ ତାଙ୍କ ସୁପୁତ୍ର ତଥା ଦଳପତି କ୍ରିୟାନୁଶୀଳ କମିଟିର ଅଧ୍ଯକ୍ଷ, ଶ୍ରୀ ଜଗନ୍ନାଥ ରାଉତ ଏବଂ ସ୍ବର୍ଗତ ଶିବ ପଦ୍ମାଙ୍କ ପରିବାରର ବହୁ ସଦସ୍ୟ ଉପସ୍ଥିତ ରହି ଉକ୍ତ ଜାଗାରେ  ଦଳପତି ଭବନ ନିର୍ମାଣ ଉଦ୍ଦେଶ୍ଯରେ,  ଭୂମି ପୂଜନ କାର୍ଯ୍ଯ ଆନୁଷ୍ଠାନିକ ଭାବେ  କରାଯାଇଥିଲା l




ଏଥିରେ, ଦଳପତି ଅନୁଷ୍ଠାନର  ଆବାହକ ତଥା ପୂର୍ବତନ ବିଧାୟକ ଶିବଶଂକର ସାହାଣୀଙ୍କ ସମେତ, ଶ୍ରୀ ବୀରଜା ପ୍ରସାଦ ପାତ୍ର, ଶ୍ରୀମତୀ ଗୌରୀ ପାତ୍ର, ସର୍ବଶ୍ରୀ ପର୍ଶୁରାମ ଜେନା, ନିରଂଜନ ଜେନା, ସୂର୍ଯ୍ଯକାନ୍ତ ପାତ୍ର, ଶାଇପ୍ରସାଦ ପାତ୍ର, ଦଣ୍ଡପାଣି ପାତ୍ର, Er.ଶାନ୍ତନୁ ପାତ୍ର, ସୁରେଶ ଜେନା, ଗୋପାଳ ଦଳେଇ, ଶିବ ଦଳେଇ, ଡା.ସୁରଥ ପାତ୍ର, ସନ୍ତୋଷ ଜେନା (ଗାଗୁ), ଲକ୍ଷ୍ମୀକାନ୍ତ ଜେନା , ବଟକୃଷ୍ଣ ଦଳେଇ, ଅଶୋକ ଦଳେଇ, Er. ଆମୟ ରଞ୍ଜନ ଦଳେଇ, ଗୌର ପାତ୍ର, ରମେଶ ଦଳେଇ, ଦେବରାଜ କୋଠିଆ, ଧୀରଜ କୁମାର ପାତ୍ର, ସୁବାସ ଚନ୍ଦ୍ର ଦଳେଇ ଓ ଦଳପତି ଜାତିର ବହୁ   ନାରୀ ଓ ପୁରୁଷ ବିଶିଷ୍ଠ ବ୍ଯକ୍ତିମାନେ ସହଯୋଗ କରି,  ଉକ୍ତ କାର୍ଯ୍ଯକ୍ରମକୁ ସଫଳ ମଣ୍ଡିତ କରିଥିଲେ ।




ଦଳପତି ପରିବାରର ସମସ୍ତ ସଦସ୍ଯ ,ଶ୍ରୀ ରାଉତ ଓ ତାଙ୍କ ପରିବାର ର ସଦସ୍ଯବୃନ୍ଦଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା  ପ୍ରଦାନ କରିବା  ପୂର୍ବକ ଆନ୍ତରିକ  ସଂବର୍ଧନା ଞ୍ଯାପନ କରିଥିଲେ। 

------------------------

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe