ସ୍ୱତନ୍ତ୍ର ନ୍ୟୁଜ଼ (ବ୍ରହ୍ମପୁର)
ବ୍ରହ୍ମପୁର , ସ୍ଥାନୀୟ ଅଶୋକ ନଗର ଷଷ୍ଠ ଲାଇନ ନିବାସୀ ଶିବରାମ ପାତ୍ରଙ୍କ କନିଷ୍ଠପୁତ୍ର ଏ.ସୋହନ ପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ବେଛାକୃତ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ମୋଟ ୬୬୩ଟି ରକ୍ତ ୟୁନିଟ ସଂଗ୍ରହ ହୋଇଛି । ଏହି ଶିବିରରେ ଜିଲ୍ଲା ବିଜେଡ଼ି ସଭାପତି ଡ଼ା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,
ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥୀ ବିକ୍ରମ କୁମାର ପଣ୍ଡା,ମେୟର ସଂଘମିତ୍ରା ଦଳାଇ,ସୁବାସ ମହାରଣା, ଅର୍ବାନ ବ୍ୟାଙ୍କ ସଭାପତି ଆର ମୁରଲୀ ମୋହନ, ମୁକୁନ୍ଦ ଗୌଡ଼ କର୍ପୋରେଟର ତିରୁପତି ପାତ୍ର ,ସୁରେନ୍ଦ୍ର ମହାରଣା, ପ୍ରମୋଦ ମହାପାତ୍ର, ଡେ଼ପୁଟି ମେୟର ଇ ବିବେକ ରେଡ଼ି,ଗୋପାଳପୁର ଏନଏସି ଅଧ୍ୟକ୍ଷ ଏ ଜାନକୀ ରାମ, ସରପଞ୍ଚ ଅଜିତ ରାଉଳ,ରଙ୍ଗେଇଲୁଣ୍ଡା ବ୍ଲକ ସଭାପତି, ଅଧକ୍ଷା ବହୁ ସରପଞ୍ଚ ଓ ସମିତିସଭ୍ୟ ସମେତ ବହୁମାନ୍ୟଗଣ ବ୍ୟକ୍ତି ସାମିଲ ହୋଇ ସୋହନଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସ୍ବର୍ଗତ ସୋହନଙ୍କ ଆଜି ୧୨ତମ ଦିନ । ଏହାକୁ ସ୍ମରଣ କରିବା ଏବଂ ସୋହନଙ୍କ ସ୍ମୃତିକୁ ସମ୍ମାନ ଦେବସହ ରକ୍ତ ଆବଶ୍ୟକ କରୁଥିବା ଲୋକଙ୍କୁ ରକ୍ତଦାନ କରି ଜୀବନ ବଞ୍ଚେଇବା ଏହି ଶିବିର ଲକ୍ଷ୍ୟ ବୋଲି ସ୍ବର୍ଗତ ସୋହନଙ୍କ ପରିବାର ଲୋକେ କହିଛନ୍ତି।
ସ୍ବର୍ଗତ ସୋହନଙ୍କ ପିତା ଏ.ଶିବରାମ ପାତ୍ର, ବଡ଼ ବାପା ଏଜୟରାମ ପାତ୍ର, ଦାଦା ଏ.ସନ୍ତୋଷ,ଜେଜେବାପା ଜେଜେମା, ଖୁଡ଼ିଙ୍କ ସମେତ ପରିବାର ବର୍ଗ ସାମିଲ ଥିଲେ ।
Post a Comment