ସ୍ୱତନ୍ତ୍ର ନ୍ୟୁଜ଼...
ବ୍ରହ୍ମପୁର :-୨୯/୦୪/୨୪ କାର୍ଯ୍ୟକ୍ରମରେ ମଞ୍ଚ ଉପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈୟଜନ୍ତ ପଣ୍ଡା,ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡକ୍ଟର ପ୍ରଦୀପ ପାଣିଗ୍ରାହୀ,ତ୍ରିପୁରା ର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିପ୍ଳବ ଦେବ ଏବଂ ସାତ ଗୋଟି ବିଧାନ ସଭା ପ୍ରାର୍ଥୀଙ୍କ ସହିତ ପାର୍ଟି ର ବରିଷ୍ଟ ନେତା ଓ କାର୍ଯ୍ୟ କର୍ତ୍ତା ମଞ୍ଚ ଉପରେ ଉପସ୍ଥିତ ଥିଲେ।
ବିବେକ ବିହାର ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ଜନସଭା ରେ ଯୋଗ ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ।ଏହି ଅବସରରେ ସେ କହିଛନ୍ତି ଯେ, ଓଡ଼ିଶାର ଲୋକେ ରାଜ୍ୟରେ ବିଜେପିର ଡବଲ
ଇଂଜିନ ସରକାର ଗଠନ କରିବେ ।ବିଜେଡି ସରକାରରେ ମୁଷ୍ଟିମେୟ ନେତା ଓ ଅଫିସରଙ୍କ ଦ୍ବାରା ବାବୁରାଜ ଚାଲୁଛି ଏବଂ ଜଳ ଜୀବନ ମିଶନରେ ବ୍ଲାକଲିଷ୍ଟେଡ କଂପାନୀକୁ ଠିକା ଦିଆଯାଇଛି । ବିଜେଡି ସରକାରର ଦୁର୍ନୀତି କାରଣରୁ ୧୬୦ ଚିଟଫଣ୍ଡ କମ୍ପାନୀ ଓଡ଼ିଶାର ୨୦ଲକ୍ଷ ଲୋକଙ୍କ ୩୨ହଜାର କୋଟି ଟଙ୍କା ହଡପ କରିଛି, ଯାହାକୁ ଫେରସ୍ତ କରିବାକୁ ରାଜ୍ୟ ସରକାର ମନା କରୁଛନ୍ତି ।
ଓଡ଼ିଶାରେ ବିରୋଧୀ ହେବା ସତ୍ତ୍ବେ ବି ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ରାଜ୍ୟକୁ ଆର୍ଥିକ ବିକାଶ ଦୃଷ୍ଟିରୁ ଅର୍ଥ ଦେବାରେ କୌଣସି ଅଭାବ ଛାଡିନାହାନ୍ତି ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ରାଜ୍ୟକୁ ଆର୍ଥିକ ବିକାଶ ଦୃଷ୍ଟିରୁ ଅର୍ଥ ଦେବାରେ କୌଣସି ଅଭାବ ଛାଡିନାହାନ୍ତି ।
ପୂର୍ବରୁ ରାଜନୀତି ଧର୍ମ, ଜାତି ନାମରେ ଚାଲୁଥୁଲା,
କିନ୍ତୁ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭାରତର ରାଜନୀତିକୁ ବିକାଶବାଦରେ ଯୋଡି ଦେଶକୁ ଆଗକୁ ବଢାଇଛନ୍ତି ।
Post a Comment