//BREAKING//
Loading...

ଛୋଟ ପିଲାଙ୍କର ଫିଜିକାଲ ଆକ୍ଟିଭିଟି ନିହାତି ଜରୁରୀ ନଚେତ ହୋଇପାରେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା କାରଣ

ସ୍ୱତନ୍ତ୍ର ନ୍ୟୁଜ଼ 


 ଆଜିକାଲି ଛୋଟ ପିଲାମାନେ ଅଧିକ ସମୟ ଟିଭି ଦେଖିବା, ଲାପଟପ କିମ୍ବା ସ୍ମାର୍ଟ ଫୋନ ଦେଖିବାରେ ସମୟ ଅତିବାହିତ କରୁଛନ୍ତି l ଯାନ୍ତ୍ରିକ ଦୃଷ୍ଟିରୁ ଏହା ଆମ ମାନଙ୍କୁ ଖୁବ ଲାଭ ତ ଦେଉଛି ତଥାପି ଶରୀର ପାଇଁ ଖୁବ କ୍ଷତି କାରକ ମଧ୍ୟ ହେଉଛି l କାହିଁକି ନା ଏହାଦ୍ୱାରା ଛୋଟ ପିଲା ମାନଙ୍କର ଫିଜିକାଲ ଆକ୍ଟିଭିଟି ସମ୍ପୂର୍ଣ ନଷ୍ଟ ହୋଇ ଯାଉଛି l

ଆଜିକାଲି ର ପିତାମାତା ଦୁନିଆର ଦାମିକିଆ ଗ୍ୟଯେଟ ନିଜ ସନ୍ତାନ ମାନଙ୍କୁ ଦେଇ ପ୍ରାକୃତିକ ବାତାବରଣ ଠାରୁ ଦୁରେଇ ରଖି ଥାଆନ୍ତି l ଏବଂ ପିଲାମାନେ ମଧ୍ୟ ଫିଜିକାଲ ଆକ୍ଟିଭିଟି ଠାରୁ ଦୁରେଇ ରହି ଥାଆନ୍ତି l ଯାହା ପିଲାଙ୍କ ସ୍ୱାସ୍ଥ୍ୟ ପକ୍ଷରେ ହାନି କାରକ l ଫିଜିକାଲ ଆକ୍ଟିଭିଟି ନରହିବା ଦ୍ୱାରା ଶାରୀରିକ ଓ ମାନସିକ ବିକାଶ ରେ ବାଧା ଉପୁଜି ଥାଏ l ଏବଂ ଗମ୍ଭୀର ରୋଗ ର କାରଣ ହୋଇଥାଏ l

– ଗୋଟିଏ ଅଧ୍ୟୟନ ଅନୁସାରେ ପିଲା ବେଳରୁ ଯଦି ଫିଜିକାଲ ଆକ୍ଟିଭିଟି ରହିବ ନାହିଁ, ତେବେ ପିଲା ମାନଙ୍କ ନିକଟରେ ପ୍ରି ମେଚ୍ୟର ଭାସ୍କୁଲାର ଡ୍ୟାମେଜ ର ବିପଦ ଖୁବ ଅଧିକ ବଢି ଯାଇଥାଏ l ଫିଜିକାଲ ଆକ୍ଟିଭିଟି ନହେବା କାରଣରୁ ଆର୍ଟିଆଲ ଷ୍ଟିଫନେସ ହୋଇଥାଏ, ଯେଉଁ କାରଣରୁ ହାର୍ଟ ସମ୍ବନ୍ଧିତ ସମସ୍ୟା ହୋଇଥାଏ l

– ଗୋଟିଏ ଅଧ୍ୟୟନ ଅନୁସାରେ ୧୩୩୯ ଜଣ ଛୋଟ ପିଲାଙ୍କୁ ସାମିଲ କରାଯାଇ ଥିଲା l ଯେଉଁ ମାନଙ୍କ ନିକଟରେ ଗ୍ଲୁକୋଜ ସ୍ତର କ୍ଷତିଗ୍ରସ୍ତ ହେବା, ଇନ୍ସୁଲିନ ବୃଦ୍ଧି, କୋଲେଷ୍ଟ୍ରଲ ବୃଦ୍ଧି ଇତ୍ୟାଦି ଦେଖିବାକୁ ମିଳିଥିଲା l

– ଛୋଟ ପିଲାଙ୍କର ଫିଜିକାଲ ଆକ୍ଟିଭିଟି କମି କାରଣରୁ ଖୁବ କମ ବୟସରୁ ଉଚ୍ଚ ରକ୍ତଚାପ ଓ ମଧୁମେହ ସମସ୍ୟା ରେ ଖୁବ ଶୀଘ୍ର ପିଲାମାନେ ପୀଡିତ ହେଉଛନ୍ତି l ତେଣୁ ବଡ଼ ହୁଅନ୍ତୁ କିମ୍ବା ଛୋଟ ପିଲା ସମସ୍ତଙ୍କ ପାଇଁ ଫିଜିକାଲ ଆକ୍ଟିଭିଟି ନିହାତି ଜରୁରୀ l

– ଛୋଟ ପିଲାମାନେ ଫିଜିକାଲ ଆକ୍ଟିଭିଟି ନକରିବା ଦ୍ୱାରା ଓଜନ ବୃଦ୍ଧିର ମଧ୍ୟ ଶିକାର ହେଉଛନ୍ତି l


Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe