//BREAKING//
Loading...

ରୋଷେଇ ଘରକୁ ମହଙ୍ଗା ମାଡ଼, ଖାଉଟି କଲବଲ...

 


ରୋଷେଇ ଘରକୁ ମହଙ୍ଗା ମାଡ଼, ଖାଉଟି କଲବଲ । ୧୫ ଦିନରେ ଆଳୁ ଦର ଦେଢ଼ଗୁଣା ହୋଇ କିଲୋ ୩୦ ଟଙ୍କା ହେଲାଣି । ହରଡ଼ ଡାଲି ୮ ଟଙ୍କା ଓ ପାମୋଲିନ୍ ତେଲ ୫ ଟଙ୍କା ବଢ଼ିଗଲାଣି । ବିଭିନ୍ନ ଖାଦ୍ୟ ସାମଗ୍ରୀର ଏମିତି ଉଚ୍ଚା ଦର ସାଧାରଣ ଖାଉଟିଙ୍କ ପକେଟକୁ ଢେର୍ ବାଧୁଛି ।

ଆଳୁ ଦର ଆକାଶଛୁଆଁ । ୧୫ ଦିନରେ ୧୦ ଟଙ୍କା ମହଙ୍ଗା । କିଲୋ ୩୦ ପାର୍ ।

୧୫ ଦିନ ତଳେ ଆଳୁ କିଲୋ ପିଛା ୨୦ ଟଙ୍କାରେ ବିକ୍ରି ହେଉଥିଲା। ସପ୍ତାହକ ତଳେ ହଠାତ୍ କିଲୋ ୨୫ ହେଲା, ଆଉ ଏବେ କିଲୋ ୩୦ ଟଙ୍କା । ରୋଷେଇ ଘରର ଏ ମୁଖ୍ୟ ସାମଗ୍ରୀର ଏମିତି ଉଚ୍ଚା ଦର ଦେଖି ଖାଉଟି ଆବାକାବା । ହେଲେ, ନିହାତି ଆବଶ୍ୟକ ଥିବାରୁ କାନମୁଣ୍ଡ ଆଉଁସି ଚଢ଼ା ଦରରେ କିଣିବାକୁ ବାଧ୍ୟ ହେଉଛି । ଖୁଚୁରା ବେପାରୀ କହୁଛନ୍ତି, ଯେହେତୁ ପାଇକାରୀ ବଜାରରେ ଆଳୁ ଦର ନିଇତି ବଦଳୁଛି, ତେଣୁ ସେମାନେ ଦର ବଢ଼ାଇବାକୁ ବାଧ୍ୟ ହେଉଛନ୍ତି।

ଏପଟେ ପାଇକାରୀ ବ୍ୟବସାୟୀଙ୍କ କହିବା କଥା, ଓଡ଼ିଶାରେ ପର୍ଯ୍ୟାପ୍ତ ଆଳୁ ଉତ୍ପାଦନ ହେଉନି। ଆଳୁ ପାଇଁ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼େ। କିଛି ଦିନ ହେଲା ପଶ୍ଚିମବଙ୍ଗଶୀତଳଭଣ୍ଡାରେ ନୂଆ ଆଳୁ ଲୋଡିଂ ଚାଲିଥିଲା। ୟୁପି ଆଳୁ ଏଯାଏଁ ଓଡ଼ିଶା ପହଞ୍ଚିନି। ତେଣୁ ବଜାରରେ ଆଳୁ ଅଭାବ ଦେଖାଦେଇଛି ।

ଖାଲି ଆଳୁ ନୁହେଁ, ଅନ୍ୟ ଖାଦ୍ୟ ସାମଗ୍ରୀ ଦର ବି ବଢ଼ିଗଲାଣି । ଗତ ୧୫ ଦିନ ଭିତରେ ଡାଲି କିଲୋ ପିଠା ୮ ଟଙ୍କା ଯାଏଁ ଓ ତେଲ ଲିଟର ୫ ଟଙ୍କା ମହଙ୍ଗା ହେଲାଣି । ସପ୍ତାହକ ତଳେ ୧୩୦ରୁ ୧୫୦ ଟଙ୍କାରେ ବିକ୍ରି ହେଉଥିବା ହରଡ଼ ଡାଲି ଏବେ କିଲୋପିଛା ୧୩୮ରୁ ୧୫୫ ଟଙ୍କାରେ ବିକ୍ରି ହେଉଛି । ବିରି ଡାଲି ଦାମ ୫ରୁ ୭ ଟଙ୍କା ବଢ଼ି ୧୨୦ରୁ ୧୩୨ ଟଙ୍କା ଯାଏଁ ରହିଛି ।

ସେହିପରି ପାମୋଲିନ ତେଲ ଦର ଲିଟର ପିଛା ୫ ଟଙ୍କା ବଢ଼ି ୧୦୦ ଟଙ୍କା ନିକଟତର ହୋଇଛି । ବ୍ୟବସାୟୀ ମହାସଂଘ କହିଛି, ଏବେଠୁ ଲୋକଙ୍କୁ ଚାଷ ପାଇଁ ପ୍ରୋତ୍ସାହିତ ନକରାଗଲେ, ଆଗାମୀ ଦିନରେ ଭାରତରେ ବି ଶ୍ରୀଲଙ୍କା, ପାକିସ୍ତାନ ଭଳି ଖାଦ୍ୟ ସଙ୍କଟ ଘନେଇବ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe