//BREAKING//
Loading...



ସ୍ୱତନ୍ତ୍ର ନ୍ୟୁଜ଼ 

ଭୁବନେଶ୍ୱର: ୨୦୨୪ ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ୨୧ ଲୋକସଭା ସିଟରୁ ୧୨ଟି ଜିତିଥିବା ବେଳେ ବିଜେପି ଆଠଟି ଏବଂ କଂଗ୍ରେସ ଗୋଟିଏ ସିଟ୍ ଜିତିଥିଲା । ସେହିପରି ବିଧାନସଭା ନିର୍ବାଚନରେ ବିଜେଡି ୧୧୩ ସିଟ୍ ଜିତି କ୍ରମାଗତ ପଂଚମ ଥର ସରକାର ଗଢିଥିବା ବେଳେ ବିଜେପି ୨୩ ଓ କଂଗ୍ରେସ ନଅଟି ଆସନ ଜିତିବାରେ ସକ୍ଷମ ହୋଇଥିଲେ । ଗୋଟିଏ ଆସନ ସ୍ୱାଧୀନ ପ୍ରାର୍ଥୀ ଖାତାକୁ ଯାଇଥିଲା । ବିଗୁଲ ଫୁଙ୍କିଲେ ନବୀନ । ଶାସକ ବିଜୁ ଜନତା ଦଳ ମାର୍ଚ୍ଚ ୧୭ ତାରିଖ ଅର୍ଥାତ ରବିବାର ଓଡିଶାରେ ପ୍ରଥମ ଦଳ ଭାବେ ୯ ଲୋକସଭା ସିଟରେ ନିଜର ପ୍ରାର୍ଥୀ ଘୋଷଣା କରିଛି ।

ବିଜେଡି ପକ୍ଷରୁ ଯେଉଁ ସିଟରେ ପ୍ରାର୍ଥୀ ଘୋଷଣା କରାଯାଇଛି ସେଥିରେ କଳାହାଣ୍ଡିରୁ ପୁଷ୍ପେନ୍ଦ୍ର ସିଂ ଦେଓ, ନବରଙ୍ଗପୁର(ଏସଟି)ରୁ ରମେଶ ଚନ୍ଦ୍ର ମାଝୀ, ବ୍ରହ୍ମପୁରରୁ ଚନ୍ଦ୍ରଶେଖର ସାହୁ, କୋରାପୁଟ(ଏସଟି)ରୁ କୌଶଲ୍ୟା ହିକ୍କା, ବରଗଡରୁ ପ୍ରସନ୍ନ ଆଚାର୍ଯ୍ୟ, ସୁନ୍ଦରଗଡ(ଏସଟି)ରୁ ସୁନିତା ବିଶ୍ୱାଳ, ବଲାଙ୍ଗିରରୁ କଳିକେଶ ନାରାୟଣ ସିଂ ଦେଓ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ ଏବଂ ଆସ୍କାରୁ ପ୍ରମିଳା ବିଷୋୟୀଙ୍କ ନାଁ ସାମିଲ ।

ଓଡିଶାର ମୋଟ୍ ଲୋକସଭା ସିଟ୍ ସଂଖ୍ୟା ୨୧ । ବିଜେଡି ୯ଟି ଲୋକସଭା ସିଟରେ ପ୍ରାର୍ଥୀ ଘୋଷଣା କରିଥିବା ପ୍ରଥମ ବ୍ରେକିଂ ନ୍ୟୁଜ୍ ଜାତୀୟ ଗଣମାଧ୍ୟମ ଏବିପି ପକ୍ଷରୁ ଦିଆଯାଇଛି । ବିଜେଡିର ଏହି ପ୍ରାର୍ଥୀ ଘୋଷଣା ପରେ ବିଜେପି ସହ ମେଂଟ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ଯଦି ମେଂଟ ହୁଏ ତେବେ ବିଜେପି ଅବଶିଷ୍ଟ ୧୨ଟି ଆସନରେ ନିର୍ବାଚନ ଲଢିବ ବୋଲି ଚର୍ଚ୍ଚ ଜୋର ଧରିଛି ।

ଓଡିଶାରେ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନ ଏକ ସଙ୍ଗେ ଚାରୋଟି ପର୍ଯ୍ୟାୟରେ ହେବ । ନିର୍ବାଚନ ଆୟୋଗ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ମେ ୧୩, ଦ୍ୱିତୀୟ ପର୍ଯ୍ୟାୟ ମେ ୨୦, ମେ ୨୫ରେ ତୃତୀୟ ପର୍ଯ୍ୟାୟ ଓ ଜୁନ ୧ରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ । ମେ ୧୩ରେ ନବରଙ୍ଗପୁର, କୋରାପୁଟ, ବ୍ରହ୍ମପୁର ଓ କଳାହାଣ୍ଡି ଲୋକସଭା ସିଟରେ ମତଦାନ ହେବ ।

ମେ ୨୦ ତାରିଖରେ ଆସ୍କା, କନ୍ଧମାଳ, ବଲାଙ୍ଗୀର, ବରଗଡ ଓ ସୁନ୍ଦରଗଡରେ ମତଦାନ ହେବ । ସେହିପରି ମେ ୨୫ରେ ତୃତୀୟ ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ପୁରୀ, ଭୁବନେଶ୍ୱର ଓ କଟକ ସିଟ୍ ପାଇଁ ମତଦାନ ହେବ । ଜୁନ ୧ ଚତୁର୍ଥ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଓ ଯାଜପୁର ଲୋକସଭା ସିଟ୍ ପାଇଁ ଭୋଟିଂ ହେବ ।

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ୨୧ ଲୋକସଭା ସିଟରୁ ୧୨ଟି ଜିତିଥିବା ବେଳେ ବିଜେପି ଆଠଟି ଏବଂ କଂଗ୍ରେସ ଗୋଟିଏ ସିଟ୍ ଜିତିଥିଲା । ସେହିପରି ବିଧାନସଭା ନିର୍ବାଚନରେ ବିଜେଡି ୧୧୩ ସିଟ୍ ଜିତି କ୍ରମାଗତ ପଂଚମ ଥର ସରକାର ଗଢିଥିବା ବେଳେ ବିଜେପି ୨୩ ଓ କଂଗ୍ରେସ ନଅଟି ଆସନ ଜିତିବାରେ ସକ୍ଷମ ହୋଇଥିଲେ । ଗୋଟିଏ ଆସନ ସ୍ୱାଧୀନ ପ୍ରାର୍ଥୀ ଖାତାକୁ ଯାଇଥିଲା ।



Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe