//BREAKING//
Loading...

ଉଦୟ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ପାଳିତ l

 


ବ୍ରହ୍ମପୁର,୧୫/୦୨;( ସ୍ୱତନ୍ତ୍ର ନ୍ୟୁଜ଼ )ସହର ଉପକଣ୍ଠ ଆମ୍ବପୁଆ ସ୍ଥିତ ସଞ୍ଜୀବନୀ  ନଗର ଠାରେ ଥିବା ଉଦୟ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ  ପାଳିତ ହୋଇଛି। କାର୍ଯ୍ୟକ୍ରମରେ ସ୍କୁଲ ଅଧ୍ୟକ୍ଷ  ଶଙ୍କର ଗୋସ୍ଵାମୀ ସଭାପତିତ୍ବ କରିଥିଲେ  l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ସରୋଜ  ଦାସ ଯୋଗଦେଇଥିଲେ ପ୍ରମୁଖ ଅତିଥି ଭାବେ ଡାକ୍ତର ସ୍ଵାତି ଦାସ,ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁଦିପ କୁମାର୍ ସାହୁ ଅନ୍ୟ ମାନଙ୍କ ମଧ୍ୟରେ ରଶ୍ମିତା ଦଳେଇ, ଅସ୍ମିତା  ମହାନ୍ତି, ପ୍ରଣିତା ହୋତା,ରଞ୍ଜନା ମିଶ୍ରପ୍ରମୁଖ ମଞ୍ଚାସିନ ରହିଥିଲେ।

ଅତିଥି ମାନେ ପ୍ରଭୁ ଜଗନ୍ନାଥଙ୍କ  ନିକଟରେ  ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଦ୍ବୀପଧୂପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସୁଦିପ କୁମାର ସାହୁ  ଅତିଥି ପରିଚୟ ପ୍ରଧାନ କରିବା ସହ ସ୍ବାଗତ ଭାଷଣ ସମ୍ବରଣ କରିଥିଲେ।ମୁଖ୍ୟ ଅତିଥି ଡ଼ାକ୍ତର ଦାସ ଅଭିଭାଷଣରେ  ପ୍ରାରମ୍ଭିକ ଶିକ୍ଷା ସବୁବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଗୁରୁତ୍ବ ବହନ କରିଥାଏ,କୁନି ଶିଶୁ ମାନଙ୍କ ମଧ୍ୟରେ ଅନେକ ପ୍ରତିଭା ରହିଥାଏ ତାହା ଧୀରେ ଧୀରେ ବିକଶିତ ହୋଇଥାଏ ବୋଲି କହିଥିଲେ।ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ଅତିଥି ମାନେ ଉଦବୋଧନ ମାଧ୍ୟମରେ ମତ ପ୍ରଦାନ କରିଥିଲେ।କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା  ପ୍ରାରମ୍ଭିକ ସଂଗୀତ ଗାନ ପରେ ସମ୍ମାନିତ ଅତିଥିଙ୍କ ଦ୍ୱାରା ଅଭିଭାଷଣ ପ୍ରଦାନ ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l l ବିଦ୍ୟାଳୟ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର କୁନି କୁନି ଶିଶୁ କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲ। ଶେଷରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ  ଶିବାନୀ କୁମାରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

,

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe