//BREAKING//
Loading...

*ମହାନଗର ମହୋତ୍ସବର ଷଷ୍ଠ ସନ୍ଧ୍ୟା*





*ଦର୍ଶକଙ୍କୁ ଆକୃଷ୍ଟ କଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ*


ବ୍ରହ୍ମପୁର - (୨୮/୦୨/୨୦୨୪ ( ସ୍ୱତନ୍ତ୍ର ନ୍ୟୂଜ଼ )ସ୍ଥାନୀୟ କଳା ଓ କଳାକାରଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜାରି ରହିଛି ବ୍ରହ୍ମପୁର ମହାନଗର ମହୋତ୍ସବ। କାରଣ ଗଞ୍ଜାମ ଜିଲ୍ଲାର  କଳା ଓ କଳାକାର କେବଳ ରାଜ୍ୟ କାହିଁକି ବରଂ ସାରା ଦେଶ ଓ ବିଦେଶରେ ଖୁବ୍ ସୁନାମ ଅର୍ଜନ କରିଛନ୍ତି।  ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ  ଖେଳପଡିଆ  ପରିସରରେ ଆୟୋଜିତ ଏହି ମହୋତ୍ସବ ର ଷଷ୍ଠ ସନ୍ଧ୍ୟାରେ  ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏମକେସିଜିର ସ୍କିନ୍ ଆଣ୍ଡ ଭିଡି ର ଏଚଓଡି ପ୍ରଫେସର ସତ୍ୟଦର୍ଶୀ ପଟ୍ଟନାୟକ ଯୋଗ ଦେଇ ଅନେକ ଲୁକାହିତ ପ୍ରତିଭାକୁ ମହାନଗର ମହୋତ୍ସବ ର ମଞ୍ଚ ସୁଯୋଗ ଦେବା ସହ ସେମାନଙ୍କୁ ପରିଚୟ ଦେଇଥାଏ ବୋଲି ମତ ରଖିଥିଲେ। ସମ୍ମାନିତ ଅତିଥି ରୂପେ କୋଦଳା ବିଇଡି କଲେଜର ଆସିଷ୍ଟାଣ୍ଟ ପ୍ରଫେସର ସୂଚନା ପାଢ଼ୀ,ମହୋତ୍ସବର ଉପ ସଭାପତି ମିହିର ତ୍ରିପାଠୀ, କ୍ରେଡେୟାର ସମ୍ପାଦକ ପ୍ରସନ୍ନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।  ଏହି ଅବସରରେ ମହାନଗର ମହୋତ୍ସବ ର ଆବାହକ ଇ. ଉମା ଚରଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ  ଆୟୋଜିତ ସଭା କାର୍ଯ୍ୟରେ  ମହୋତ୍ସବ କମିଟିର ସଭାପତି ନାରାୟଣ ମହାଙ୍କୁଡ  , ସମ୍ପାଦକ ଗୋପାଳ ପଟ୍ଟନାୟକ, ଅନୀଲ କୁମାର ପାତ୍ର ଉପସ୍ଥିତ ଥିଲେ। ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଆସନ୍ତା ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଚାଲିବ  । ମହୋତ୍ସବର ଷଷ୍ଠ ସଂନ୍ଦ୍ୟାରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଓଡିଶୀ ନୃତ୍ୟ , ଲୋକ ନୃତ୍ୟୁ , ଆଧୁନିକ ନୃତ୍ୟ ଆଦି ପରିବେଷଣ ହୋଇଥିଲା। ସେହିପରି କାର୍ଯ୍ୟକ୍ରମ ର ପ୍ରତ୍ୟକ ଅପରାହ୍ନ ରେ ଆୟୋଜିତ କବିତା ଆସରରେ ଜିଲ୍ଲା ତଥା ରାଜ୍ୟର ବହୁ ବିଶିଷ୍ଟ କବି ପ୍ରମୁଖ ଉପସ୍ଥିତ ରହି ନିଜର କବିତା ର ଶୀର୍ଷକ ଗାନ କରିଥିଲେ।  ଅନ୍ୟପଟେ ମହୋତ୍ସବର ଆଉ ଏକ ଆକର୍ଷଣ ହେଉଛି ଜିଲ୍ଲା ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ୧୦୦ ରୁ ଉର୍ଦ୍ଧ ଷ୍ଟାଲ । ଯେଉଁଥିରେ ଘରୋଇ ଉପକରଣ ସହ ଖାଇବା ଏବଂ ବିଭିନ୍ନ ପ୍ରକାର ସାମଗ୍ରୀର ବିକ୍ରିବଟା। ପରିଶେଷରେ ମହୋତ୍ସବ ସହ ସମ୍ପାଦକ ସତ୍ୟ ଚେତନ ପରିଡ଼ା ଓ ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିରାମ ପାତ୍ର, ସ୍ୱାଧୀନ କୁମାର ପାତ୍ର, ଅନନ୍ତ ପ୍ରଧାନ ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe