//BREAKING//
Loading...

ନାଚ ଗୀତରେ ଦୁଲୁକୁଛି ମହୋତ୍ସବ ମଞ୍ଚ*


ବ୍ରହ୍ମପୁର - ୨୭/୦୨/୨୦୨୪ ( ସ୍ୱତନ୍ତ୍ର ନ୍ୟୂଜ଼ )ଗଞ୍ଜାମ






ର କଳା, ସାହିତ୍ୟ ସଂସ୍କୃତି ଓ ପରମ୍ପରା ସବୁଠି ବିଖ୍ୟାତ। ଏଠିକାର କଳା ଓ କଳାକାର କେବଳ ରାଜ୍ୟ କାହିଁକି ବରଂ ସାରା ଦେଶ ଓ ବିଦେଶରେ ଖୁବ୍ ସୁନାମ ଅର୍ଜନ କରିଛନ୍ତି। ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ  ଖେଳପଡିଆ  ପରିସରରେ ଆୟୋଜିତ ଏହି ମହୋତ୍ସବ ର ପଞ୍ଚମ ସନ୍ଧ୍ୟାରେ  ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ,ମହୋତ୍ସବର ଉପ ସଭାପତି ମିହିର ତ୍ରିପାଠୀ, କ୍ରେଡେୟାର ସମ୍ପାଦକ ପ୍ରସନ୍ନ ସାହୁ,  ଯୋଗ ଦେଇ ଏହାର ଶୁଭାରମ୍ଭ କରିବା ସହ ଆଞ୍ଚଳିକ ଲୋକ କଳାକୁ ମହାନଗର ମହୋତ୍ସବ ସର୍ବଦା ତାର ମଞ୍ଚ ରେ ସ୍ଥାନ ଦେଇ ଆସିଥିବା ମତ ରଖିଥିଲେ। ଏଥିସହ ସ୍ଥାନୀୟ କଳା କୁ ଉଜ୍ଜୀବିତ ରଖିବା ସହ କଳାକାରଙ୍କୁ କଳା ପ୍ରଦର୍ଶନ ପାଇଁ ଏଭଳି ମହୋତ୍ସବ ର ଆବଶ୍ୟକତା ଥିବା ମତ ରଖିଥିଲେ। ଏହି ଅବସରରେ ମହାନଗର ମହୋତ୍ସବ ର ଆବାହକ ଇ. ଉମା ଚରଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ  ଆୟୋଜିତ ସଭା କାର୍ଯ୍ୟରେ  ମହୋତ୍ସବ କମିଟିର ସଭାପତି ନାରାୟଣ ମହାଙ୍କୁଡ  , ସମ୍ପାଦକ ଗୋପାଳ ପଟ୍ଟନାୟକ, ଅନୀଲ କୁମାର ପାତ୍ର ଉପସ୍ଥିତ ଥିଲେ। ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଆସନ୍ତା ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଚାଲିବ  । ମହୋତ୍ସବର ପଞ୍ଚମ ସଂନ୍ଦ୍ୟାର ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଦଣ୍ଡ ଚଢ଼େୟା ନୃତ୍ୟ ପରିବେଷଣ କରାଯାଇଥିଲା।ସେହିପରି ମହୋତ୍ସବ ର ପଞ୍ଚମ ରଜନୀରେ ବଲାଙ୍ଗୀର ର କଳାକାରଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ, ସ୍ଥାନୀୟ କଳାକାରଙ୍କ ଦ୍ୱାରା ଓଡିଶୀ ନୃତ୍ୟ , ଲୋକ ନୃତ୍ୟୁ , ଆଧୁନିକ ନୃତ୍ୟ ଆଦି ପରିବେଷଣ ହୋଇଥିଲା। ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହୋତ୍ସବ ମଞ୍ଚରେ ରାଜ୍ୟର ଅଗ୍ରଣୀ ଦୈନିକ ଓଡିଆ ଖବର କାଗଜ 'ସକାଳ' ପକ୍ଷରୁ ଶ୍ରେଷ୍ଠ ପ୍ରତିଭା ସମ୍ମାନ ରେ ରାୟଗଡାର ଭିନ୍ନକ୍ଷମ ଗାୟକ ଲକ୍ଷ୍ମଣ ଶବରଙ୍କୁ ସମ୍ମାନିତ କରାଯାଇଥିଲା।  ସେହିପରି କାର୍ଯ୍ୟକ୍ରମ ର ପ୍ରତ୍ୟକ ଅପରାହ୍ନ ରେ ଆୟୋଜିତ କବିତା ଆସରରେ ଜିଲ୍ଲା ତଥା ରାଜ୍ୟର ବହୁ ବିଶିଷ୍ଟ କବି ପ୍ରମୁଖ ଉପସ୍ଥିତ ରହି ନିଜର କବିତା ର ଶୀର୍ଷକ ଗାନ କରିଥିଲେ।  ଅନ୍ୟପଟେ ମହୋତ୍ସବର ଆଉ ଏକ ଆକର୍ଷଣ ହେଉଛି ଜିଲ୍ଲା ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ୧୦୦ ରୁ ଉର୍ଦ୍ଧ ଷ୍ଟାଲ । ଯେଉଁଥିରେ ଘରୋଇ ଉପକରଣ ସହ ଖାଇବା ଏବଂ ବିଭିନ୍ନ ପ୍ରକାର ସାମଗ୍ରୀର ବିକ୍ରିବଟା। ପରିଶେଷରେ ମହୋତ୍ସବ ସହ ସମ୍ପାଦକ ସତ୍ୟ ଚେତନ ପରିଡ଼ା ଓ ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିରାମ ପାତ୍ର, ସ୍ୱାଧୀନ କୁମାର ପାତ୍ର, ଅନନ୍ତ ପ୍ରଧାନ ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe