//BREAKING//
Loading...

ବ୍ରହ୍ମପୁରରେ ପ୍ରଥମଥର ପାଇଁ ଅତ୍ୟାଧୁନିକ ଇ.ଏଣ୍ଡ ଟି ଚିକିତ୍ସା ଏବଂ ଅସ୍ତ୍ରପ୍ରଚାର ସୁବିଧା ଯୋଗାଇବ କବଚ ସେବା ସଦନ

 






ବ୍ରହ୍ମପୁର- ୦୭/୦୨/୨୪ ( ସ୍ୱତନ୍ତ୍ର ନ୍ୟୁଜ଼ )ଦେଶର ଅନ୍ୟ ପ୍ରମୁଖ ସହର ଭଳି ଦକ୍ଷିଣ ଓଡିଶାର ପ୍ରମୁଖ ସହର  ବ୍ରହ୍ମପୁରରେ ପ୍ରଥମଥର ପାଇଁ  ଅତ୍ୟାଧୁନିକ ଇ.ଏଣ୍ଡ ଟି ଚିକିତ୍ସା ଏବଂ ଅସ୍ତ୍ରପ୍ରଚାର ସୁବିଧା ଯୋଗାଇବ କବଚ ସେବା ସଦନ   । ସେବା ସଦନର ଉଦଘାଟନ ଅବସରରେ ଗଣମାଧ୍ୟମ ସହିତ ଆଲୋଚଚନା ସମୟରେ ଏଭଳି ସୂଚନା ଦେଇଛନ୍ତି କବଚ ସେବା ସଦନ  ପରିଚାଳନା ନିର୍ଦ୍ଧେଶକ ଡାକ୍ତର ପ୍ରିୟଜିତ ପାଣିଗ୍ରାହୀ  । ପ୍ରଥମଥର ପାଇଁ ରେଶମ ସହରରେ ଏଭଳି ଇ.ଏଣ୍ଡ ଟି ହସପିଟାଲ ଯାହାକି ଅତ୍ୟାଧୁନିକ ସେବା ଯୋଗାଇ ଦେବା ସହିତ ଏଠାରେ ଖୁବଶ୍ରୀଘ୍ର ଅତ୍ୟାଧୁନିକ ଅସ୍ତ୍ରପ୍ରଚାର ପାଇଁ ଆବଶ୍ୟକିୟ  ଜ୍ଞାନ କୌଶଳ ଓ ମେଡିକାଲ ଉପଯୋଗୀ ଯନ୍ତ୍ରପାତି ବ୍ୟବହାର କରି ଏଠାରେ  ଟନସିଲ୍ ଓପଟୋମି ଭଳି ଅସ୍ତ୍ରପ୍ରଚାରକୁ ଲେଜର ଓ କୋବଲାସନ୍ ମାଧ୍ୟମରେ କରାଯିବ ବୋଲି କୁହାଯାଇଛି   । ଏପରିକି ଏଠାରେ ଶିଶୁ ମାନେ ଜନ୍ମ ପରେ ଯେଉଁ ଶ୍ରବଣ ଶକ୍ତି ହରାଇଥାନ୍ତି ତାହାକୁ ଯେପରି  ଶିଶୁ ଜନ୍ମ ପରେ ତାଙ୍କ ଅଭିଭାବକ ମାନେ ଜାଣିପାରିବେ ଏ ନେଇ  ଓ.ଏ.ଇ ଚିକିତ୍ସା ପଦ୍ଧତି ମାଧ୍ୟମରେ ଏଠାରେ ଉପଲ୍ଲବ୍ଧ କରାଯିବ ବୋଲି କହିଛନ୍ତି ଡାକ୍ତର ପାଣିଗ୍ରାହୀ  ।  ଏପରିକି ଶିଶୁ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ମାନେ ରାତ୍ର ସମୟରେ ଶୋଇବା ସମୟରେ ପାଟି ଖୋଲି ଶୋଇଥାନ୍ତି  ଏବଂ ଘୁଙ୍ଘୁଡି ମାରିଥାନ୍ତି , ତାହାକୁ ନେଇ ମଧ୍ୟ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିର ଏଣ୍ଟୋସ୍କୋପି ମାଧ୍ୟମରେ ଚିକିତ୍ସା ବ୍ୟବସ୍ଥା  ଇଭୋଲୋ ପଲାଟ ପ୍ଲାରିଙ୍ଗ୍ ପ୍ଲାଷ୍ଟିକ୍ ସର୍ଜରୀ ଯାହାକି ଲେଜର୍ ମାଧ୍ୟମରେ କରାଯିବ ବୋଲି କହିଛନ୍ତି  । 

ଏପରିକି ଏହି ସଦନରେ  ଇଏଣ୍ଡଟି ଚିକିତ୍ସା ସହିତ ଅନ୍ୟ ରୋଗର  ଓପିଡି ବ୍ୟବସ୍ଥା ୟୁରୋଲୋଜି  ,ନିରୋଲୋଜି , ନିରୋ ସର୍ଜରୀ , ମେଡିସନ୍ , ସାଧାରଣ ସର୍ଜରୀ ବିଭାଗ ସହିତ ସ୍ତ୍ରୀ ଓ ପ୍ରସ୍ତୁତି ରୋଗ ଉପଲ୍ଲବ୍ଧ ରହିଥିବା କହିଛନ୍ତି  । ମୁଖ୍ୟତଃ ଆମ ଦେଶରେ ୬ ରୁ ୧୦ ପ୍ରତିଶତ ଶିଶୁ ମାନେ ଜନ୍ମ ହେବା ପରେ ସେମାନଙ୍କ କାନକୁ ଶ୍ରବଣ ଶକ୍ତି ନଥାଏ  । ହେଲେ ତାହା ଜଣାପଡିନଥାଏ । ଯେତେବେଳେ ଶିଶୁଟି ବଡ ହୋଇଥାଏ ସେତେବେଳେ ପରିବାର ବର୍ଗ ଏହା ଚିକିତ୍ସକଙ୍କୁ  ଅବଗତ  କରାଇଥାନ୍ତି  । ହେଲେ ଡାକ୍ତରଙ୍କୁ ଜଣାଇବା ସମୟରେ ତାହା ବହୁ ମାତ୍ରାରେ ବିଳମ୍ୱ ହୋଇଯାଇଥାଏ । ଏଣୁ ଏହା ଯଥା ପୂର୍ବରୁ ଜାଣିପାରିଲେ ତାହାର ସଠିକ୍ ଉପଚାର ହୋଇପାରିବ ବୋଲି କହିଛନ୍ତି ବ୍ରହ୍ମପୁରର ଏହି ବରିଷ୍ଠ ଚିକିତ୍ସକ  ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe