//BREAKING//
Loading...

ଓଡିଶା ଉପକନିଷ୍ଠ ହ୍ୟାଣ୍ଡବଲ ଦଳରେ ଗଞ୍ଜାମର ୪ଜଣ ଖେଳାଳି

 




ବ୍ରହ୍ମପୁର,୦୫/୦୨/୨୪: ( ସ୍ୱତନ୍ତ୍ର ନ୍ୟୂଜ଼ )ଚଳିତ ମାସ ୭ରୁ ୧୧ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ର ଚିତୋର ଠାରେ ହେବାକୁ ଥିବା ବେଳେ ଜାତୀୟ ଉପକନିଷ୍ଠ ବାଳକ ଓ ବାଳିକା ହ୍ୟାଣ୍ଡବଲ ପ୍ରତିଯୋଗିତା ରେ ଭାଗନେବା ପାଇଁ ଓଡିଶା ଦଳ ଗ୍ରସ୍ତ କରିଛି।ଏହି ଦଳରେ ବ୍ରହ୍ମପୁର ସହରର ଜିଲ୍ଲାର ଉଜ୍ବଳ ସ୍ୱାଇଁ, ରୁଦ୍ର ମାଧବ ସାହୁ, ସୁଶ୍ରୀ ସ୍ୱସ୍ତିକା ପାତ୍ର, ଶ୍ରୀୟାରାଣୀ ନାୟକ ଏହି ଚାରି ଖେଳାଳି ଓଡିଶା ଦଳ ସହ ଗସ୍ତ କରିଛନ୍ତି। ଗତ ମାସ ୨୮ ତାରିଖରେ ଯାଜପୁର ପୁର ଜିଲ୍ଲାର ଛାତିୟା ଠାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୦୦ଜଣ ପ୍ରତିଯୋଗିତା ଉପସ୍ଥିତରେ ଏକ ଚୟନ କ୍ୟାମ୍ପ ଆୟୋଜିତ ହୋଇଥିଲା।ତେବେ ଓଡ଼ିଶା ଦଳରେ ଭାଗ ନେବା ପାଇଁ ବାଳକ ବିଭାଗରେ ୧୬ ଓ ବାଳିକା ଦଳରେ ୧୬ ଜଣ ଖେଳାଳିଙ୍କୁ ଚୟନ କରାଯାଇଥିଲା। ସେଥିମଧ୍ୟରୁ ଗଞ୍ଜାମର ଏହି ୪ଜଣ ପ୍ରତିଯୋଗି ଉନ୍ନତ ମାନର ଖେଳ ପ୍ରଦର୍ଶନ କରି ଚୟନ କର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ।ଏହି ଚାରିଜଣ ପ୍ରତିଯୋଗି ଦୀର୍ଘ ଦିନ ଧରି ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଖେଳ ପଡ଼ିଆ ଠାରେ ଏନ୍.ଆଇ.ଏସ୍ କୋଚ୍ ପ୍ରଶାନ୍ତ କୁମାର ରଥଙ୍କ ଠାରୁ ତାଲିମ୍ ନେଉଛନ୍ତି ।ଏହି ଚାରିଜଣ ଖେଳାଳିଙ୍କୁ ଜିଲ୍ଲା ହ୍ୟାଣ୍ଡବଲ୍ ସଂଘଠନର ସଭାପତି ତଥା ସ୍ଥାନୀୟ ବିଧାୟକ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ି, କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଶୁକ୍ଳା, ସାଙ୍ଗଠନିକ ସମ୍ପାଦକ ଶକ୍ତିଧର ରାଜଗୁରୁ, କୋଷାଧ୍ୟକ୍ଷ ଡାକ୍ତର ସିଏଚ୍.ମନୋଜ କୁମାର ପାତ୍ର ପ୍ରମୁଖ ଶୁଭେଚ୍ଛା ସହ ଶୁଭକାମନା ଜଣାଇଛନ୍ତି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe