ବ୍ରହ୍ମପୁର ୭/୧ ( ସ୍ୱତନ୍ତ୍ର ନ୍ୟୁଜ଼ )
ପାଠ ସହ କ୍ରୀଡା, ନୃତ୍ୟ, ସମାଜସେବା, ମାଟି, ମା, ମାତୃଭାଷା କୁ ଭଲ ପାଇବା ସହ ,ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ପିଲା ମାନଙ୍କୁ ତାଲିମ ଦେବା ଆବଶ୍ୟତା ରହିଛ । କେବଳ ଭଲ ନମ୍ବର ରଖି ପାସ ହୋଇଗେଲେ ହେବ ନାହିଁ, ସମାଜରେ ବଞ୍ଚିବାକୁ ହେଲେ ଶିକ୍ଷା ସହ ଅନ୍ୟ ଭଲ ଦିଗରେ ପାରଙ୍ଗମ ହେବା ଉଚିତ। ଏଣୁ ପିଲାଙ୍କ ଉପରେ ଚାପ ନ ଦେଇ ତା ମଧ୍ୟରେ ଥିବା ଅନ୍ତର୍ନିହିତ ଭଲ ପ୍ରତିଭା କୁ ଗୁରୁତ୍ବ ଦେଇ ଆଗକୁ ବଢ଼ିବାରେ ଅଭିଭାବକ ମାନେ ଦିଗଦର୍ଶନ ଦେଇ ସାହୋଯୋଗ କଲେ ପିଲାଟି ନିଶ୍ଚୟ ସେହି କ୍ଷେତ୍ରରେ ସୁନାମ ଅର୍ଜିବ ବୋଲି ଆଜି କନିଶି ସ୍ଥିତ ଓଡିଆନ ଗୁରୁକୁଳ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ କୁ ଉଦ୍ଘାଟନ କରି ମୁଖ୍ୟ ଅତିଥି ବିଶିଷ୍ଟ ସମାଜସେବୀ ତଥା ମହାନ୍ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ମତବ୍ୟକ୍ତ କରିଛନ୍ତି। ଅନୁଷ୍ଠାନ ର ଅଧ୍ୟକ୍ଷା ଶ୍ରୀମତୀ ମମତା ପାଢ଼ୀ (ପଣ୍ଡା)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କମିଟିର ଟ ସଭାପତି ଶ୍ରୀ ବିଜୟ କୁମାର ପଣ୍ଡା, ବିଶିଷ୍ଟ ଶିକ୍ଷାବିତ ଶ୍ରୀ ରାଧାକାନ୍ତ ପାଢ଼ୀ, ପଦ୍ମପୁର ସରପଞ୍ଚ ଶ୍ରୀମତୀ ସସ୍ମିତା ସେଠି , ଡ ଦେବାନନ୍ଦ ଦାଶ ପ୍ରମୁଖ ମଞ୍ଚାସିନ ଥିବା ବେଳେ, ଭାଇସ ପ୍ରିନ୍ସପାଲ ଶ୍ରୀମତୀ ବବିତା ପଣ୍ଡା,ମିନତି ପାତ୍ର, ଜ୍ୟୋତି ପାଳ, ନଳିନୀ ଜେନା, ଭବାନୀ ମହାରଣା, ରିତୁ କୁମାରୀ ନାୟକ, ଅଭିପାସା ମହାପାତ୍ର, ରଶ୍ମି ନାୟକ, ଅଲିଶା ମହାନ୍ତି, ଅଞ୍ଜି ଦୋରା, ସାଗରିକା ରାଉତ ଶିକ୍ଷୟତ୍ରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିକ୍ଷୟତ୍ରୀ ଶ୍ରୀମତୀ ଅର୍ପିତା ବିଶୋୟୀ ଙ୍କ ସୁନ୍ଦର ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ନୃତ୍ୟ ଗୁର ଶଙ୍କର ରାଉଲଙ୍କ ଦ୍ଵାରା ନିର୍ଦ୍ଦେଶିତ ପିଲାଙ୍କ ଦ୍ଵାରା ଉଚ୍ଚ କୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।
Post a Comment