ବ୍ରହ୍ମପୁର:୦୭-୦୨-୨୪, ( ସ୍ୱତନ୍ତ୍ର ନ୍ୟୁଜ଼ )ସ୍ୱାସ୍ଥ୍ଯ ହିଁ ସମ୍ପଦ। ସୁସ୍ଥ ସ୍ୱାସ୍ଥ୍ଯ ସୁସ୍ଥ ସମାଜ ଗଠନରେ ଏକ ବଡ କାରକ। କେନ୍ଦ୍ର ସରକାରଙ୍କ ଜାତୀୟ ସ୍ୱାସ୍ଥ୍ଯ ମିସନ ଦ୍ୱାରା ଏକ ନିର୍ଦ୍ଧିଷ୍ଟ ସମୟାନ୍ତରରେ ସହରାଞ୍ଚଳ ସ୍ୱାସ୍ଥ୍ଯ ଓ ସୁସ୍ଥତା କେନ୍ଦ୍ର ଅଧିନସ୍ଥ ଅଞ୍ଚଳ ଗୁଡିକରେ ବସବାସ କରୁଥୁବା ଜନସାଧାରଣଙ୍କ ସ୍ୱାସ୍ଥ୍ଯ ସମ୍ପର୍କୀତ ସଚେତନ ଶିବିର ଅନୁଷ୍ଠିତ କରି ବିଭିନ୍ନ ସ୍ୱାସ୍ଥ୍ଯ ପରୀକ୍ଷା ସହ ସତେତନ ବାର୍ତ୍ତା ପ୍ରଦାନ କରିବା ପ୍ରାବଧାନ ରହିଛି। ଆଜି ଗୋସାଇଁ ନୂଆଁଗାଁ ସହରାଞ୍ଚଳ ସ୍ୱାସ୍ଥ୍ଯ ଓ ସୁସ୍ଥତା କେନ୍ଦ୍ର ଦ୍ୱାରା ଅଣ ସଂକ୍ରାମକ ରୋଗ ସମ୍ପର୍କୀତ ଏକ ସଚେତନ କାର୍ଯ୍ଯକ୍ରମ ସହ ସ୍ୱାସ୍ଥ୍ଯ ପରୀକ୍ଷା ଶିବିର ୨୭ନଂ ୱାର୍ଡ ହନୁମାନ ମନ୍ଦିର କଲ୍ଯାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ସ୍ଥାନୀୟ କର୍ପୋରେଟର ନୀଳକଣ୍ଠ ସାହୁ, ଆଇନଜୀବି ଅନନ୍ତ ନାରାୟଣ ମହାନ୍ତି ନାଲିଫିତା କାଟି ଶୁଭ ଉଦଘାଟନ କରିଥିଲେ। ଶତାଧିକ ଲୋକଙ୍କ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ଯ ପରୀକ୍ଷା କରାଯାଇଥିଲା। କିପରି ଅଣ ସଂକ୍ରମଣ ରୋଗରୁ ରକ୍ଷା କରାଯାଇପାରିବ ଏବଂ ଦୈନିନ୍ଦିନ ଜୀବନ ଶୈଳୀ ଦ୍ୱାରା ଅଣସଂକ୍ରମକ ରୋଗର ବିପଦରୁ କିପରି ସୁରକ୍ଷିତ ରକ୍ଷାଯାଇପାରିବ ସେ ସମ୍ପର୍କରେ ଡାକ୍ତର..... ବୁଝାଇଥିଲେ। ଚିକିତ୍ସାକେନ୍ଦ୍ରର କର୍ମଚାରୀ, ବୈଷୟିକ ସହାୟକ, ସ୍ୱାସ୍ଥ୍ଯ କର୍ମୀ, ଆଶାକର୍ମୀ, ଅଙ୍ଗନୱାଡି କର୍ମୀ କାର୍ଯ୍ଯକୁ ସୁଚାରୁ ରୂପେ ସମ୍ପାଦନରେ ସହଯୋଗ କରିଥିଲେ।
Post a Comment