//BREAKING//
Loading...

ଅଭିନୟ ଜଗତ ତରଫରୁ ଦେଶାତ୍ମବୋଧକ କାର୍ଯ୍ୟକ୍ରମ 'ତ୍ରିରଙ୍ଗା' ଆୟୋଜିତ

 




ବ୍ରହ୍ମପୁର / 04.02.2024 (ସ୍ୱତନ୍ତ୍ର ନ୍ୟୂଜ଼ )

ଆଜି ସନ୍ଧ୍ୟାରେ ବ୍ରହ୍ମପୁରସ୍ଥିତ ଉତ୍କଳ ଆଶ୍ରମର ମୁକ୍ତମଞ୍ଚରେ ଅଭିନୟ ଜଗତ ତରଫରୁ ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ 'ତ୍ରିରଙ୍ଗା' ଆୟୋଜିତ ହୋଇଯାଇଛି l ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିବା ବେଳେ ବିଧାୟକ ତଥା ଜ଼ିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇ, ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ ସୁବାସ ମହାରଣା, ଉପ ମେୟର ଇ. ବିବେକ ରେଡ୍ଡୀ ଓ ନାଳନ୍ଦାଶ୍ରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ କାଳିଚରଣ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦେଶ ଓ ଜାତି ପାଇଁ ପ୍ରାଣବଳି ଦେଇଥିବା ସହୀଦ ମାନଙ୍କୁ ସ୍ମରଣ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଦେଶପ୍ରେମୀ ହେବାକୁ ଆହ୍ୱାନ କରିଥିଲେ l ଅଭିନୟ ଜଗତର ପରିଚାଳକ ରବୀନ୍ଦ୍ର କୁମାର ନାୟକ, ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଅଶୋକ ବ୍ରହ୍ମା, ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦିପ କୁମାର୍ ସାହୁ ଓ ଉଷାରାଣୀ ମହାପାତ୍ର ପ୍ରମୁଖ ମଂଚାସୀନ ଥିଲେ l ଆବାହକ ଡ ମିହିର କୁମାର ତ୍ରିପାଠୀ ସଭାରେ ସଭାପତିତ୍ୱ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ସୁଦିପ ସାହୁ, ସାର୍ଥକ ପାଢ଼ୀ, ନବକିଶୋର ମହାପାତ୍ର, ତ୍ରିପତି ନାୟକ, ଅନିଲ କୁମାର ପାତ୍ର, କୈଳାଶ ପାଣିଗ୍ରାହୀ, ଆପ୍ପା ରାଓ ପ୍ରମୁଖ ସହଯୋଗ କରିଥିଲେ l ଏହି ଅବସରରେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ରାଜୁ ପାଢ଼ୀ, ପ୍ରଶାସନିକ ଅଧିକାରୀ ବିନୋଦ କୁମାର ବେହେରା ଏଵଂ ଛତ୍ରପୁରର କଠଉ ରଣପା ନୃତ୍ୟ ନିର୍ଦ୍ଦେଶକ ସୁଧାଂଶୁ ଶେଖର ଶତପଥୀଙ୍କୁ ଅଭିନୟ ଜଗତ ସମ୍ମାନ ଦିଆଯାଇଥିଲା l

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe