//BREAKING//
Loading...

ବଞ୍ଚିବାର ଅଧିକାର ଦାବିକରୀ ଆସନ୍ତା ଫେବ୍ରୁଆରୀ ୧୬ ଧର୍ମଘଟ କୁ ସଫଳ କର ......

 



ବ୍ରହ୍ମପୁର : ଆଜି ୦୫/୦୨/୨୪ ( ସ୍ୱତନ୍ତ୍ର ନ୍ୟୂଜ଼ )ସ୍ଥାନୀୟ ଲକ୍ଷ୍ମଣ ନାୟକ ସମ୍ମିଳନୀ କକ୍ଷରେ ସଂଯୁକ୍ତକୃଷକ ମୋର୍ଚ୍ଚା  ,ବିଭିନ୍ନ ଗଣ ସଂଗଠନ ଓ ଶ୍ରମିକ ସଂଗଠନ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।କେନ୍ଦ୍ରର ମୋଦି ସରକାରଙ୍କ ଶ୍ରମିକ ମାରଣନୀତି ,ଶ୍ରମ ଆଇନ ର ସଂଶୋଧନ, ଶ୍ରମିକ ଛଟେଇ ,କୃଷି ଓ କୃଷକଙ୍କ ଅଧିକାର କୁ ସଙ୍କୁଚିତ କରିବା ,କୃଷିଜାତ ଦ୍ରବ୍ୟ ର ଉଚିତ ମୂଲ୍ୟ ଦେବାରେ ଅବହେଳା ,ବହୁଦେଶୀୟ କମ୍ପାନୀ କୁ କୃଷି କ୍ଷେତ୍ରରେ ପ୍ରବେଶ ର ସୁଯୋଗ ଦେବା ,ବିଭିନ୍ନ ରାଷ୍ଟ୍ରାୟତ  ଉଦ୍ୟଗ କୁ ବିକ୍ରି କରିବା ,ରେଳ ,ବ୍ୟାଙ୍କ ,ବନ୍ଦର ପ୍ରଭୃତିକୁ ଅଦାନୀ ଅମ୍ବାନୀ କୁ ବିକ୍ରି କରିବା ,ନିଯୁକ୍ତି କ୍ଷେତ୍ରରେ ନିରବ ରହିବା, ଛୋଟ ଓ ମଧ୍ୟମ ଧରଣର କଳ କାରଖାନା କୁ ବନ୍ଦ କରିବା ,ଶିକ୍ଷା କ୍ଷେତ୍ରରେ ସମ୍ପ୍ରଦାୟକତାବାଦ ର ପ୍ରଚାର କରିବା, ଦର ବୃଦ୍ଧି ରୋକିବାରେ ବିଫଳ ହେବା ,ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ଗହମ ,ଚିନି ଓ କିରୋସିନୀ କୁ ବନ୍ଦ କରିବା ଓ ଏହି ସମସ୍ତ ଜନ ବିରୋଧୀ ନୀତି କୁ ନବୀନ ପଟ୍ଟନାୟକ ସରକାର ଆଖି ବନ୍ଦ କରି ସମର୍ଥନ କରିବା  ବିରୁଦ୍ଧରେ ଆସନ୍ତା ୧୬ ତାରିଖ ସମଗ୍ର ଭାରତ ବର୍ଷ ରେ ଦିଆଯାଇଥିବା ଧର୍ମଘଟ କୁ ଗଂଜାମ ଜିଲ୍ଲା ର ବିଭିନ୍ନ ଗ୍ରାମ ,ବ୍ଲକ ଓ ସହର ସ୍ଥରରେ ସଫଳ କରିବା ପାଇଁ ଆଲୋଚନା ହୋଇଥିଲା । ଶ୍ରମିକ ନେତା ପୀତବାସ ପଣ୍ଡା,ପ୍ରଶାନ୍ତ ପାଠଯୋଶୀ ,କୈଳାସ ଶଢଙ୍ଗୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକରେ ହରେକୃଷ୍ଣ ରେଡ୍ଡୀ ,ଶ୍ରୀହଷ ରଥ ,ଅଳକ ମିଶ୍ର ,ଯୁଧିଷ୍ଠିର ବେହେରା,ପ୍ରତାପ ଚୌଧୁରୀ, ବିଦ୍ୟାଧର ଜେନା ,ପ୍ରଫୁଲ ଜେନା, ଅଜୟ କୁମାର ଗୌଡ଼ ପ୍ରମୂଖ ଯୋଗ ଦେଇଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe