//BREAKING//
Loading...

ଭାଇବୋହୂକୁ ଅସଦାଚରଣ ଅଭିଯୋଗରେ ଦେଢ଼ଶୂର ଗିରଫ

 


ବ୍ରହ୍ମପୁର,୨୯/୧/୨୪ (ସ୍ୱତନ୍ତ୍ର ନ୍ୟୂଜ଼ )ଜୈନିକା ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଗୋଷାଣୀନୂଆ ଗାଁ ଥାନା ପୁଲିସ ଜଣେ ଯୁବକକୁ ଗିରଫ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଜଣକ ହେଲେ ପୁରୁଣା ଖ୍ରୀଷ୍ଟିଆନ ସାହିର କରମ୍ କୁମାର ସିଂ । ସୂଚନାଯୋଗ୍ୟ ଯେ, ଗୋଷାଣୀନୂଆଗାଁ ଥାନା ଅଞ୍ଚଳର ଜୈନିକା ମହିଳା ତଥା ଅଭିଯୁକ୍ତର ଭାଇ ବୋହୂଙ୍କୁ ବିଭିନ୍ନ ସମୟରେ ମଦ୍ୟପାନ କରି ଗାଳିଗୁଳଜ କରନ୍ତି । ଗତ ୨୭ତାରିଖରେ ସକାଳ ସମୟରେ ଭାଇବୋହୂଙ୍କୁ ଟଣା ଓଟରା କରିବା ସହ ଅସଦାଚରଣ କରିଥିଲେ । ଏ ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ ।ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି  ଅଭିଯୁକ୍ତ କରମ୍ କୁମାର ସିଂକୁ ଗିରଫ କରିଛି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe