//BREAKING//
Loading...

16ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଯାପିତ । ଶେଷ ସନ୍ଧ୍ୟାରେ ଭକ୍ତି ରସାତ୍ମକ ନାଟକ" କାବ୍ୟ ପୁରୁଷ" ମନ ମୋହିଲା।

 





 ବ୍ରହ୍ମପୁର--  ( ସ୍ୱତନ୍ତ୍ର ନ୍ୟୂଜ଼ )ଓଡିଶା ସରକାରଙ୍କ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ସହାୟତାରେ ଓଡିଶା ନାଟକ ସମାରୋହ ସମିତି ବ୍ରହ୍ମପୁର ଦ୍ୱାରା ଆୟୋଜିତ 16ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଗୁରୁବାର ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଉଦଯାପି ହୋଇଯାଇଛି । ଓଡିଶା ନାଟକ ସମାରୋହ ସମିତିର ସଭାପତି ଅନିଲ କୁମାର ପାତ୍ରଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର  ଏମକେସିଜି ର ମୂଖ୍ୟ ପ୍ରଶାସକ ସଂଗ୍ରାମ ପଣ୍ଡା ,ଗଞ୍ଜାମ ଜିଲ୍ଲା ହୋଟେଲ ମାଲିକ ସଂଘ ସଭାପତି ଉମା ପାଣିଗ୍ରାହୀ,ଓଡିଶା କାଜୁ ନିଗମ ଅଧକ୍ଷ ସୁବାସ ମହାରଣା ପ୍ରମୂଖ ବିଶିଷ୍ଠ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ମହୋତ୍ସବର ଶେଷ ସନ୍ଧ୍ୟାକୁ  ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମହାନ ସଂଘ ସଭାପତି ସୁଶାନ୍ତ ସାବତ, କୋରପେରେଟର ସଞ୍ଜିତ ପାଣିଗ୍ରାହୀ, ଧୀରେଶ ସାବତ ପ୍ରମୁଖଙ୍କ ସହ ଆୟୋଜକ ଅନୁଷ୍ଠାନର ସାଧାରଣ ସମ୍ପାଦକ ନାରାୟଣ ମହାଙ୍କୁଡ଼ ପ୍ରମୂଖ ମଂଚାସୀନ ଥିଲେ । ଓଡିଶା ନାଟକ ସମାରୋହ ସମିତିର ସମ୍ପାଦକ ରାଜ ଗୋପାଳ ପାଢ଼ୀ ଅତିଥି ଆବାହନ, , ସ୍ୱାଗତ ଭାଷଣ ସହ ନାଟକ ମହୋତ୍ସବ ସମ୍ପର୍କରେ  ସୂଚନା ପ୍ରଦାନ କରିଥିଲେ । ବିନାୟକ ହୋତା ଧନ୍ୟବାଦ ଅର୍ପଣ କରିଥିବା ବେଳେ କେ.କୃଷ୍ଣମୂର୍ତ୍ତି ବେଦ ପାଠ କରିଥିଲେ ।ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ ପୁରୀ ଶ୍ରୀକ୍ଷେତ୍ର ନାଟ୍ୟଶାଳା  ତରଫରୁ ପରିବେଷିତ ଭକ୍ତି ରସାତ୍ମକ ନାଟକ"କାବ୍ୟ ପୁରୁଷ" ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା । କ୍ଷତାକ୍ତ ଓ ରକ୍ତାକ୍ତ ଓଡିଶା ପରାଧୀନତାର ଶିଙ୍କୁଳିରେ ଏକ ପ୍ରକାର ବନ୍ଧା ହୋଇଯାଇଥିବା ବେଳେ ପଞ୍ଚଦଶ ଶତାବ୍ଦୀରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଗବତ,ବଳରାମ ଦାସଙ୍କ ବାଲିରଥ ଓ ଶ୍ରୀଚୈତନ୍ୟଙ୍କ କୀର୍ତ୍ତନ ଓଡିଶା ବାସୀଙ୍କ ହୃଦୟରେ ଆଣିଥିଲା ନବସ୍ପନ୍ଦନ ।ପଞ୍ଚସଖାଙ୍କ ସମେତ ତତ୍କାଳୀନ ସାହିତ୍ୟିକ,ଗୀତିକାର ଓ ସଂଗୀତଜ୍ଞ ମାନଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ଯେଉଁ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଜାଗରଣ ଆସିଥିଲା ତାକୁ ଓଡ଼ିଆ ଜାତି ଚିରକାଳ ମନେ ରଖିବ । ଏଭଳି କିଛି ସୁନ୍ଦର ବାର୍ତ୍ତା ଦେଇ ଦର୍ଶକଙ୍କୁ ଭକ୍ତି ରସରେ ରଙ୍ଗେଇ ଥିଲା ନାଟକ"କାବ୍ୟ ପୁରୁଷ"  । ଶଙ୍କର ତ୍ରିପାଠୀଙ୍କ  ରଚିତ ଏହି ନାଟକକୁ ଲଷ୍ମୀଧର ପୂଜାପଣ୍ଡା ନିର୍ଦ୍ଦେଶନା ଦେଇଛନ୍ତି । ସଂଗୀତରେ ବିନୟ କୁମାର ରହିଥିବା ବେଳେ  ନାଟକରେ ଲକ୍ଷ୍ମୀଧର ପୂଜାପଣ୍ଡା,ରୁପା,ପ୍ରିୟମ୍ବଦା,ବିରଞ୍ଚି ନାରାୟଣଜଗଦେଵ,କାହ୍ନା ଗୋପୀନାଥପୂଜାପଣ୍ଡା,ବିଦ୍ୟାଧର,ଦେବୀପ୍ରସାଦ,ବିଶ୍ୱଜିତ,ପ୍ରଶାନ୍ତ,ଜଗନ୍ନାଥ,ମଞ୍ଜୁ ଓ ରାଜେଶ  ପ୍ରମୁଖ ନିଖୁଣ ଅଭିନୟ କରିଥିଲେ ।  ଚଳିତ ମାସ 20 ତାରିଖରୁ ଆରମ୍ଭ ହୋଇ ଛଅଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ଓଡିଶା ନାଟକ ସମାରୋହ ସମିତି  ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଅନୁଷ୍ଠାନର ଉପଦେଷ୍ଟା ରାଜକିଶୋର ପାଢ଼ୀ,ଭବାନୀ ଶଙ୍କର ମିଶ୍ର,ଡ଼. ମିହୀର ତ୍ରିପାଠୀ, ଜୟନ୍ତୀ ମିଶ୍ର,ଉପସଭାପତି ଡ଼. ସନ୍ୟାସୀ ମହାରଣା,କୈଳାସ ପାଣିଗ୍ରାହୀ,ସାଙ୍ଗଠନିକ ସାମ୍ପଦକ ଶଙ୍କର୍ଷଣ ସାବତ ,ସହ-ସମ୍ପାଦିକା ଆରତୀ ପାତ୍ର,ଗୋପାଳ ପଟ୍ଟନାୟକ, ସ୍ୱାଧୀନ ପାତ୍ର,ପ୍ରଦୀପ ନାହାକ,ସୁନୀଲ ସ୍ୱାଇଁ,ଉମେଶ ଚୌଧୁରୀ, ସରୋଜ ପଣ୍ଡା,ସତ୍ୟବ୍ରତ ଦାସ,ଗୋପାଳ କୃଷ୍ଣ ପାଣିଗ୍ରାହୀ,ଗିରିଜା ଶଙ୍କର ଦାସ,ରାମଚନ୍ଦ୍ର ସାସମଲ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ । ନାଟକ ଶେଷରେ ନାଟକ ସମ୍ପର୍କିତ ପ୍ରଶ୍ନର ସଠିକ ଉତ୍ତର ଦେଇଥିବା ଦର୍ଶକଙ୍କୁ ପୁରସ୍କୃତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ରଶ୍ମିତା ସାମଲ ସଂଯୋଜନା କରିଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe