//BREAKING//
Loading...

ଦ୍ଵିତୀୟ ସନ୍ଧ୍ୟାରେ ନାଟକ"ଶୁଣ ସୁଜନେ " ହସେଇ ବେଦମ କଲା । (16ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ।)

 





 ବ୍ରହ୍ମପୁର--( ସ୍ୱତନ୍ତ୍ର ନ୍ୟୂଜ଼ )ଏସମାଜରେ ସବୁ ମଣିଷ ସମାନ ନୁହନ୍ତି ,ଏକଥା ଆମେ ସମସ୍ତେ ଜାଣିଛେ । ହେଲେ ସେହି ମଣିଷ ମାନଙ୍କ ଭିତରେ ସବୁ ମଣିଷ ଯାହା ଦେଖାଯାନ୍ତି ସେମାନେ ଯେ ସେଇଆ ତାହା ହୁଏତ ଭାବିବା ଭୁଲ ।ବେଶ ପୋଷକରୁ ମଣିଷକୁ ଚିହ୍ନିବା ,ଜାଣିବା ଠିକ ନୁଁହ । ବହୁତ ସମୟରେ ଭଦ୍ର ଲୋକ ଭଳି ବେଶ ପୋଷାକ ଧାରୀ ମଣିଷ ମାନଙ୍କ ଭିତରେ ବି ସଇତାନ ଦେଖାଯାନ୍ତି । ଆଉ ବେଳେବେଳେ ଚେହେରାରେ ଗୁଣ୍ଡା ସଇତାନ ଦେଖାଯାଉଥିବା ଲୋକଙ୍କ ଭିତରେ ମଧ୍ୟ ଗୋଟିଏ ଭଲ ମଣିଷ ଲୁଚି ରହିଥିବା ଦେଖାଯାଏ । ଏଭଳି କିଛି ଚରିତ୍ରଙ୍କ ଘଟଣାକ୍ରମରେ ବାସ୍ତବଧର୍ମୀ ଅଭିନୟକୁ ନେଇ ଗତିଶୀଳ ହୋଇ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରି  ହସେଇ ବେଦମ କରିଛି ନାଟକ"ଶୁଣ ସୁଜନେ" ।  ଓଡିଶା ନାଟକ ସମାରୋହ ସମିତି ବ୍ରହ୍ମପୁର ତରଫରୁ ଆୟୋଜିତ  16ତମ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଭୁବନେଶ୍ୱର ଡ଼ାଇନାମିକ ପ୍ଲାଟଫର୍ମ ତରଫରୁ ପରିବେଷିତ ହୋଇଥିବା ଏହି ନାଟକକୁ ବିଶ୍ୱଜିତ ଦାସ ରଚନା କରିଥିବା ବେଳେ ଦେବବ୍ରତ ପଟ୍ଟନାୟକ ନିର୍ଦ୍ଦେଶନା ଦେଇଛନ୍ତି । ଶକ୍ତିପ୍ରସାଦ ମିଶ୍ର ସଙ୍ଗୀତ,ସଞ୍ଜୟ ପ୍ରଧାନ ଆଲୁଅ ଏବଂ ପ୍ରଜ୍ଞାଦତ୍ତ ସାହୁ ମଞ୍ଚସଜ୍ଜା ଦାୟିତ୍ୱ ତୁଲାଇଥିଲେ । ନାଟକରେ ନବୀନ କୁମାର ପରିଡା,ଭକ୍ତି ରଞ୍ଜନ ଦାସ,ସ୍ୱରୂପ ରଞ୍ଜନ ଦାସ,ହିମାଂଶୁ ବେହେରା,ସ୍ମୃତିଶ୍ରଦ୍ଧା ବିଶ୍ୱାଳ ଏବଂ ସତ୍ୟବ୍ରତ ଦାସ ପ୍ରମୂଖ ଅଭିନୟ କରିଥିଲେ । ଦ୍ଵିତୀୟ ସନ୍ଧ୍ୟାର ନାଟକ ପୂର୍ବରୁ ଅନୁଷ୍ଠାନର ଉପସଭାପତି ଡ଼. ସନ୍ୟାସୀ ମହାରଣାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତଥା ଡେପୁଟି କମିଶନର ବିନୋଦ କୁମାର ବେହେରା,ବରିଷ୍ଠ ନାଟ୍ୟକାର ମେଜର ରମାରମଣ ପାଢ଼ୀ ପ୍ରମୂଖ ଅତିଥି ଭାବେ ଯୋଗଦେଇଥିଲେ । ମହୋତ୍ସବ କମିଟିର ଅଧକ୍ଷ ଡ଼. ମିହୀର ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ଉପସଭାପତି କୈଳାସ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥିଙ୍କ ସହିତ ମଞ୍ଚରେ ଓଡିଶା ନାଟକ ସମାରୋହ ସମିତିର ସଭାପତି ଅନିଲ କୁମାର ପାତ୍ର ଏବଂ ସାଧାରଣ ସମ୍ପାଦକ ନାରାୟଣ ମହାଙ୍କୁଡ଼ ମଞ୍ଚରେ ଉପସ୍ଥିତ ଥିଲେ ।  କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ,ଉପଦେଷ୍ଟା ରାଜ କିଶୋର ପାଢ଼ୀ,ଶଙ୍କର୍ଷଣ ସାବତ,ଜୟନ୍ତୀ ମିଶ୍ର,ଆରତୀ ପାତ୍ର,ସରୋଜ ପଣ୍ଡା,ପଦ୍ମିନୀ ମିଶ୍ର,ପ୍ରଦୀପ ନାହାକ,ଉମେଶ ଚୌଧୁରୀ,ପ୍ରମୁଖଙ୍କ ସହ ରାମଚନ୍ଦ୍ର ସାସମଲ,ଗିରିଜା ଶଙ୍କର ଦାସ,ସୁଦୀପ ସାହୁ,ସ୍ୱାଧୀନ ପାତ୍ର ପ୍ରମୂଖ ସହଯୋଗ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପସ୍ଥାପିକା ରଶ୍ମିତା ସାମଲ ପରିଚାଳନା କରିଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe