//BREAKING//
Loading...

*ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ନୂଆ-ଓ ଅନର୍ଗତ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

 



ବ୍ରହ୍ମପୁର :-୨୯/୧୨/୨୩ ( ସ୍ୱତନ୍ତ୍ର ନ୍ୟୂଜ଼ )ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ସହଯୋଗରେ ଓଡ଼ିଶା ସରକାରଙ୍କ ନୂଆ-ଓ ଅନ୍ତର୍ଗତ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ବିନାୟକ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।ଉକ୍ତ ଅବସରରେ ଆୟୋଜିତ ସଭାରେ  ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ପ୍ରମିଳା ଖାଡଙ୍ଗା ସଭାପତିତ୍ୱ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଓଡିଶା କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ତଥା ଜୀବନବିନ୍ଦୁ ଗଂଜାମର ସଂଯୋଜକ ସୁବାଷ ଚନ୍ଦ୍ର ମହାରଣା ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ବୃକ୍ଷରୋପଣର ମହତ୍ତ୍ୱ ସହିତ ସେବା ମନୋବୃତି ଆପଣାଇବାକୁ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ସାମାଜିକ କର୍ମକର୍ତ୍ତା ତଥା ଲାଞ୍ଜିଆ ସମିତି ସଭ୍ୟ ଓ ଆମ୍ବଗଡ ସେବା ସମବାୟ ସମିତିର ସଭାପତି କାହ୍ନୁ ଚରଣ ପାତ୍ର ସ୍ବେଚ୍ଛାକୃତ ରକ୍ତଦାନ ଦ୍ୱାରା କିପରି ନିଜର ଏବଂ ସମାଜର କଲ୍ୟାଣ ହୋଇପାରିବ ଏବଂ ଶରୀର ର ଅଙ୍ଗଦାନ କରିବା ଉପରେ ସମସ୍ତଙ୍କୁ ସଚେତନ କରାଇବା ସହିତ ସେ ନିଜର ମୃତ୍ୟୁ ପରେ ତାଙ୍କ ସମ୍ପୂର୍ଣ ଶରୀର ଦାନ କରିଦେଇଛନ୍ତି ବୋଲି ସମସ୍ତ ଛାତ୍ରଛାତ୍ରୀ ଙ୍କୁ ତାହା  ସୁଚାଇଥିଲେ। ସ୍ନାତକ ଓ ସ୍ନାତକୋତ୍ତର ସାମାଜିକ ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଡ.ରବୀନ୍ଦ୍ର କୁମାର ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିଲା ବେଳେ ଯୁକ୍ତ ଦୁଇ ସାମାଜିକ ସଚେତନ କାର୍ଯ୍ୟକ୍ରମର ସଂଯୋଜକ ଡ.ଶୁଭଶ୍ରୀ ଅପରାଜିତା ଧନ୍ୟବାଦ ଅର୍ପଣ କରିଥିଲେ । ଏତଦ୍ ବ୍ୟତୀତ ମଞ୍ଚାସୀନ ସଦସ୍ୟ ଡ.ଚିତ୍ତରଞ୍ଜନ ମହାନ୍ତି ଓ ଶ୍ରୀଯୁକ୍ତ ଗଙ୍ଗାଧର ବେହେରା ନିଜ ନିଜର ବକ୍ତବ୍ୟ ରଖିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ଓ ଶ୍ରେଷ୍ଠ ସ୍ବେଚ୍ଛାସେବୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା।ସଭାରେ କମିଟିର ସଦସ୍ୟ ଶ୍ରୀଯୁକ୍ତ ସୁଶାନ୍ତ ପ୍ରଧାନ,ଶ୍ରୀଯୁକ୍ତ ଶଙ୍କର ପ୍ରସାଦ ମହାପାତ୍ର,ଡ.କାଳି ପ୍ରସାଦ ମୁଣ୍ଡା ଡ.ଶାରଦା ପ୍ରସାଦ ଦାସ,ଡ. ଶିବାନୀ ମିଶ୍ର, ଡ.ମାନ୍ନା ମିଲିଆନଙ୍କ ସାଙ୍ଗକୁ କଲେଜର ଅନେକ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଓଡିଶା ସରକାରଙ୍କ ଉକ୍ତ ନୂଆ-ଓ  କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀଙ୍କ ମନରେ ଅପୁର୍ବ ଉତ୍ସାହ ଦେଖିବାକୁ ମିଳିଥିଲା।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe