//BREAKING//
Loading...

ମହିଳା ସାମ୍ବାଦିକାଙ୍କୁ ଦୁଃବ୍ୟବହାର ଓ ମାଡ଼ ମାରିବା ଘଟଣାକୁ ନିନ୍ଦା କରି ଆର୍.ଡି.ସି ଙ୍କ କାର୍ଯ୍ୟାଳୟ ସମୁଖରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ବିକ୍ଷୋଭ

 


ବ୍ରହ୍ମପୁର- (ସ୍ୱତନ୍ତ୍ର ନ୍ୟୂଜ଼ )ରାଜଧାନୀ ଭୁବନେଶ୍ୱରରେ ମହିଳା ସାମ୍ବାଦିକାଙ୍କୁ ଓଡ଼ିଆ ସିନେ ପ୍ରଯୋଜକ ସଞ୍ଜୟ ନାୟକ  ଓରଫ ଟୁଟୁଙ୍କ ଦୁଃବ୍ୟବହାର ଓ ମାଡ଼ ମାରିବା ଘଟଣାରେ  ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମୁଖରେ  କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ କାର୍ଯ୍ୟରତ ଇଟିଭି ଭାରତ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଓଡ଼ିଆ ସିନେ ପ୍ରଯୋଜକ ଟିଟୁ ନାୟକ ଶୁକ୍ରବାର ଚଳଚ୍ଚିତ୍ର ରିଲିଜ ସମୟରେ ଖବର ସଂଗ୍ରହ କରିବାକୁ ଅପେକ୍ଷା କରିଥିବା ସମୟରେ ସଞ୍ଜୟ ହଠାତ୍ ଆସି ପଛପଟୁ ମାଡ଼ ମାରିବା ଏବଂ ଏଥିରେ ମହିଳା ସାମ୍ବାଦିକାଙ୍କ ଖବର ସଂଗ୍ରହ ପାଇଁ ହାତରେ ଧରିଥିବା ମୋବାଇଲ ଏବଂ ମାଇକ ଖସିପଡିଥିଲେ ମଧ୍ୟ କୌଣସି ମାନବିକତା ନ ଦେଖାଇବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।ଏହି ଅବସରରେ ସାମ୍ବାଦିକ ମାନେ  ବ୍ରହ୍ମପୁର ଆର୍.ଡି.ସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ  ସିନେମା ହଲ ପରିସରରେ ଜଣେ ମହିଳା ସାମ୍ବାଦିକାଙ୍କୁ ଦୁବ୍ୟବହାର ଓ ମାଡ଼ ମାରିବା ଘଟଣାରେ ପୋଲିସ ପକ୍ଷରୁ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରାଯାଇ  ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।




ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ  ମନୋଜ କାନ୍ତ ଦାସ, ଶକ୍ତିଧର ରାଜଗୁରୁ,ଅଶୋକ ବ୍ରହ୍ମା, ସୁଦୀପ ସାହୁ, ପିତାମ୍ବର ନାହାକ, ପ୍ରଶାନ୍ତ ଦାସ, ସୁରଜିତ ପଣ୍ଡା, ସମୀର କୁମାର ଆଚାର୍ଯ୍ୟ, ବିଶ୍ଵନାଥ ମାରଣା,ରଶ୍ମିତା ପାଣିଗ୍ରାହୀ, ନାରାୟଣ ମହାକୁଡ, ସ୍ଵାଧୀନ କୁମାର ସାହୁ, ସତ୍ୟ ଚେତନ ପରିଡ଼ା, ସ୍ୱାଧୀନ କୁମାର ପାତ୍ର, କାଳୀ ପ୍ରସାଦ ରଥ, ମନୋଜ ପଣ୍ଡା, ରାଜେଶ ସାହୁ ,ଆଲୋକ ସାହୁ, ବିକ୍ରମ ଜେନା, ମୃତ୍ୟୁଞ୍ଜୟ ସାହୁ, ବାବୁଲା ପାଣିଗ୍ରାହୀ,  ସନ୍ୟାସୀ ଗୌଡ଼, ଲଡୁ କିଶୋର ପାତ୍ର, ଏ ରାଜା ରାଓ, ଲିକୁ ଡାକୁଆ, ମାନସ ବିଷୋୟୀ,ଦିନେଶ ପଟ୍ଟନାୟକ, ପିଣ୍ଟୁ ବେହେରା, ନୀଳାଚଳ ସାହୁ, ଦିଗାମ୍ବର ମହାରଣା, ଶିବ ନାରାୟଣ ପଣ୍ଡା, ରୂପକ ମହାନ୍ତି,ଦୟାନନ୍ଦ ସାହୁ, ଝିଲ୍ଲି ସାହୁ, ବନିତା ବେହେରା,ଅମର ଦାସ, କୁନାଲ ରଣା,ନିର୍ମଳ ସାହୁ , ଶ୍ରୀକାନ୍ତ ବେହେରା,ବି.କେ.ବିଷାରଦ,  କୁନା ମିଶ୍ର, , ଶୁଭେନ୍ଦୁ ସାହୁ, ଅମିୟ ସାହୁ, ବାଲାଜୀ ସାହୁ ,ଗୌରୀ ଶଙ୍କର ମିଶ୍ର, ଉମା ଶଙ୍କର ମିଶ୍ର, କପିଲ ପାଢ଼ୀଙ୍କ ସମେତ ବ୍ରହ୍ମପୁର ସହରର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି,ଫୋଟ ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe