//BREAKING//
Loading...

ଖୋର୍ଦ୍ଧା ଜିଲ୍ଳା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

 

ଖୋର୍ଦ୍ଧା,୧ା୧୧: ( ସ୍ୱତନ୍ତ୍ର ନ୍ୟୁଜ଼ )ଖୋର୍ଦ୍ଧା ଜିଲ୍ଳାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି  ମହୋତ୍ସବରେ ଜିଲ୍ଳାର ୧୦ଟି ବ୍ଲକ ଓ ବି.ଏମ.ସି. ଭୁବନେଶ୍ୱର ବ୍ଲକରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଜୁନିୟର୍, ସିନିୟର୍, ଉଚ୍ଚ ମାଧ୍ୟମିକସ୍ତରର  ଦିବ୍ୟାଙ୍ଗ  ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଉଦ୍ଘାଟନି ଉତ୍ସବରେ ଜିଲ୍ଳା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇଙ୍କ ସଭାପତିତ୍ୱରେ ଜିଲ୍ଳାପାଳ କେ.ସୁଦର୍ଶନ ଚକ୍ରବର୍ତୀ ଓ ଜିଲ୍ଳା ମୁଖ୍ୟ କୃଷି  ଅଧିକାରୀ ଶରତ କୁମାର ପରିଡା, ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ସ୍ନିଗ୍ଧା ମିଶ୍ର, ଡ଼. ଅମି୍ରତା ପ୍ରୀତିନନ୍ଦ, ଖୋର୍ଦ୍ଧା  ବ୍ଲକ ଶିକ୍ଷା ଅଧିକାରୀ ସଂଧ୍ୟାରାଣୀ ରାଉତ ଓ ବିଜେବି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ ପ୍ରମୁଖ  ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଜିଲ୍ଳାପାଳ ସୁରଭିର ବହୁମୁଖୀ ଉଦେ୍ଦଶ୍ୟ ଉପରେ ଆଲୋକପାତ କରିଥିବା ବେଳେ ମୁଖ୍ୟ କୃଷି ଅଧିକାରୀ ଶ୍ରୀ ପରିଡ଼ା ମିଲେଟର୍ ଉପାଦେୟତା ଉପରେ ଧାରଣା ପ୍ରଦାନ କରିଥିଲେ । ବକ୍ତୃତା, ତର୍କ, ସୃଜନଶୀଳ ଲିଖନ, ଡ଼୍ରଇଁ, ଦେଶାତ୍ମବୋଧକ ସଙ୍ଗୀତ, ସୁନ୍ଦର ହସ୍ତାକ୍ଷର, କୁଇଜ୍ ଆଦି ବିଷୟ ଉପରେ ପ୍ରତିଯୋଗୀତା ଆରମ୍ଭ ହୋଇଥିଲା । ଜୁନିୟରସ୍ତରରେ ୬ଟି ବିଭାଗରେ , ସିନିୟର୍ ସ୍ତରରେ ୯ଟି ଭାଗରେ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ୯ଟି ବିଭାଗରେ ଏମ୍.ଡ଼ି.ଏମ୍ ଆର୍ଟ ଏବଂ କ୍ରାଫଟ୍ ସହିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।

ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅପରାହ୍ନ ଅଧିବେଶନରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର ମୁଖ୍ୟ ଅତିଥି ରୂପେ ଓ ସମ୍ମାନୀତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଳା ପରିଷଦ ଚେୟାରମ୍ୟାନ୍ ରୂପଶ୍ରୀରାଣୀ ଗୁମାନସିଂହ, ଭାଇସ୍ ଚେୟାରମ୍ୟାନ୍ ଜିଲ୍ଳାପରିଷଦ ଗୋପୀନାଥ ମହାରଣା, ଡ଼ାଏଟ୍ ପି୍ରନ୍ସପାଲ ତାପସ କୁମାର ନାୟକ ଓ ଏସ୍.ସି.ଏସ୍ଟି କୋଡିନେଟର୍ ସୁନୀତା ପଟ୍ଟନାୟକ ପ୍ରମୁଖ  ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଆଗାମୀ ନଭେମ୍ବର ମାସ ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ପ୍ରତିଯୋଗୀତା ୯ନମ୍ବର ବାଳକ ଉଚ୍ଚ ବିଦ୍ୟାଳୟଠାରେ ଶିଶୁ ମହୋତ୍ସବରେ ସୁରଭିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିବେ ।

  ଆଜିର ଏହି ପ୍ରତିଯୋଗୀତାରେ ଜୁନିୟର ବିଭାଗର କୁଇଜ୍ରେ ଆଶୁତୋଷ ପ୍ରଧାନ ବାଣପୁର ବ୍ଲକ, ଚିତ୍ରାଙ୍କନରେ ଟିକିରାଣୀ ଦାସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆର.ଇ.ଓ କଲୋନୀ, ଖୋର୍ଦ୍ଧା ବ୍ଲକ, ସୃଜନଶୀଳ ଲେଖନୀରେ ଦେବସ୍ମିତା ପଣ୍ଡା ବେଗୁନିଆ ବ୍ଲକ, ବକ୍ତୃତାରେ ସୌମ୍ୟଜିତ୍ ବେହେରା ବାଲିପାଟଣା ବ୍ଲକ ଏହିପରି ବରିଷ୍ଠ ବିତର୍କରେ ବେଗୁନିଆ ବ୍ଲକ. ପ୍ରବନ୍ଧରେ ବୋଲଗଡ଼ ବ୍ଲକ, କୁଇଜ୍ରେ ବେଗୁନିଆ ବ୍ଲକ ଓ ବରିଷ୍ଠ ଉଚ୍ଚ ମାଧ୍ୟମିକ ସ୍ତରରେ ବିତର୍କରେ ବି.ଏମ୍.ସି ଭୁବନେଶ୍ୱର, ପ୍ରବନ୍ଧରେ ସୁଶୀଲ କୁମାର ନାୟକ, ବି.ଜେ.ବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବି.ଏମ୍.ସି., କୁଇଜରେ ସୀତାକାନ୍ତ ସାହୁ, ଓ.ଏ.ଭି ବେଗୁନିଆ ଓ ଚିତ୍ରାଙ୍କନରେ ଆକାଂକ୍ଷା ଆୟୁଷୀ ବଳ ବି.ଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବି.ଏମ୍.ସି, ସୃଜନଶୀଳ ଲିଖନ ସୁନୀଲ କୁମାର ନାୟକ,ବକ୍ସି ଜଗବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବି.ଏମ୍.ସି. ଓ ସଙ୍ଗୀତରେ ସ୍ଥିତି ପ୍ରଜ୍ଞା  ନୟକ, ବି.ଏମ୍୍.ସି. ବକ୍ତୃତାରେ ଓଁଶ୍ରୀ ରଣବୀର ସିଂ ବି.ଏମ୍.ସି. ର ପ୍ରତିଯୋଗୀମାନେ ରାଜ୍ୟସ୍ତରରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି ।

  ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକର ବି.ଇ.ଓ ., ଏ.ବି.ଓ ଖୋର୍ଦ୍ଧା ବ୍ଲକର ସମସ୍ତ  ସି.ଆର.ସି., ସମଗ୍ର ଶିକ୍ଷା ବିଭାଗର କର୍ମଚାରୀବୃନ୍ଦ, ଶିବ ପ୍ରସାଦ ମହାପାତ୍ର , ପ୍ରହ୍ଲାଦ ବାରିକ, ପ୍ରସନ୍ନ କୁମାର ଶ୍ରୀଚନ୍ଦନ, ପ୍ରସନ୍ନ ମହାପାତ୍ର ଅଗାଧୁ ସେଠୀ, ମୃତୁ୍ୟଞ୍ଜୟ ମହାପାତ୍ର, ମମିତା ସାହୁ, ଭାଗ୍ୟଶ୍ରୀ ମହାପାତ୍ର, ପୂର୍ଣ୍ଣଲକ୍ଷ୍ମୀ ମହାରଣା, ରବି ନାରାୟଣ ସାହୁ, ରବିନାରାୟଣ ପଣ୍ଡା, ପ୍ରଦୁ୍ୟମ୍ନ  ମିଶ୍ର, ବଦି୍ର ନାରାୟଣ ରଥ, ଗୋପାଳଚନ୍ଦ୍ର  ତି୍ରପାଠୀ,  ବିଭୁ ପ୍ରସାଦ ସେନାପତି ଅଭିରାମ ପଣ୍ଡା, ପ୍ରବୀର ସାହୁ ପ୍ରମୁଖ ସକ୍ରୀୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଏସ.ସି. ଏହି କୋର୍ଡ଼ନେଟର୍ ଶ୍ରୀମତୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । 



Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe