ବ୍ରହ୍ମପୁର / ( ସ୍ୱତନ୍ତ୍ର ନ୍ୟୁଜ଼ )ଆଙ୍କୁଲି ପଶ୍ଚିମଶ୍ଵର କାଳି ପୂଜା ନିମନ୍ତେ ଏକ କଳସ ଯାତ୍ରା ଶନିବାର ରାତ୍ରରେ ଅନୁଷ୍ଟିତ ହୋଇଯାଇଛି l ବିରାଟ ପଟୁଆରରେ ଢୋଲ ମହୁରୀ ଗିନୀ ବଜାଇ ମା କାଳି ଙ୍କ ଅସ୍ଥାୟୀ ପିଠ ନିକଟରୁ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଏକତ୍ରିତ ହୋଇ ହାତରେ କଳସ ଧରି ଗଞ୍ଜୁ ମୁଖ୍ୟ ରାସ୍ତା କଡ଼ରେ ଥିବା ଜଳାଶୟରୁ ପାଣି ଭରିଥିଲେ l
ପଖୋରି ନିକଟରେ ପୂଜାର୍ଚ୍ଚନା ସହ ସମସ୍ତ ନୀତି କାନ୍ତି ସମାପନ କରି ମୁଣ୍ଡରେ କଳସ ଧରି ସହସ୍ରାଧିକ ମହିଳା, ମାନସିକ ଧାରି ଆଙ୍କୁଲି ବଡ ସାହି,ଶୁଣ୍ଡି ସାହି, ମାଳି ସାହି ପରିକ୍ରମା କରି ମା କାଳି ଙ୍କ ଅସ୍ଥାୟୀ ପୀଠରେ ପହଞ୍ଚିଥିଲେ l ରବିବାର ଦିନ ପ୍ରାରମ୍ଭରୁ ସୂର୍ଯ୍ୟ ପୂଜା କରାଯାଇ ସମସ୍ତ ନିତୀ କାନ୍ତି ଅନୁଯାୟୀ କାଳୀ ପୂଜା ଆରମ୍ଭ ହେବ l ପ୍ରତିଦିନ ହୋମ ଯଜ୍ଞ, ଆନ୍ନ ଯଜ୍ଞ , ନାମ ଯଜ୍ଞ ସହ ପାଞ୍ଚ ଦିନ ବ୍ୟାପୀ କାଳି ପୁଜା ଅନୁଷ୍ଟିତ ହେବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି l ପୁରୁଷୋତ୍ତମ ମହାରଣା ସମସ୍ତଙ୍କ ପ୍ରୀୟ ପୂରୁ ଭାଇ ପୁରୁଷୋତ୍ତମ ମହାରଣା, ଅନ୍ଧ ଭାଇ ମୃତ୍ୟୁଞ୍ଜୟ ପ୍ରଧାନ ସମେତ ଆଙ୍କୁଲି ଗ୍ରାମ ଓ ସ୍ଥାନୀୟ ଅଞ୍ଚଳର ବହୂ ବୁଦ୍ଧିଜୀବୀ, ଯୁବପିଢି ଉପସ୍ଥିତ ରହି ପୁଜା ସମାପନରେ ସହୋଜୋଗ କରିବେ ବୋଲି ଜଣାପଡିଛି l
ବ୍ରହ୍ମପୁର ରୁ ଶ୍ରୀକାନ୍ତ କୁମାର ବେହେରା ଙ୍କ ରିପୋର୍ଟ ::
Post a Comment