//BREAKING//
Loading...

ସି.ବି.ଏସ.ଇ ଜୋନାଲ ସ୍କେଟିଂ ପ୍ରତିଯୋଗୀତାରେ ବ୍ରହ୍ମପୁର ସ୍କେଟରଙ୍କ ସଫଳତା ।




ବ୍ରହ୍ମପୁର-(30.10.23)- ( ସ୍ୱତନ୍ତ୍ର ନ୍ୟୁଜ଼ )ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ(ସି.ବିଏସ.ଇ) ଦ୍ୱାରା ଆୟୋଜିତ ଜୋନାଲ ଲେବେଲ୍ ସ୍କେଟିଂ ପ୍ରତିଯୋଗୀତାରେ ବ୍ରହ୍ମପୁର ସ୍କେଟରମାନେ ସଫଳତା ହାସଲ କରିଛନ୍ତି  । ଛତିଶଗଡ଼ ରାଜ୍ୟର ରାଇପୁରର ସରୋନା କ୍ରିଷ୍ଣା ପବ୍ଲିକ ସ୍କୁଲ ପରିସରରେ ଚଳିତ ମାସ 26 ତାରିଖଠାରୁ 29 ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି  ଅନୁଷ୍ଠିତ ହୋଇଥିବା ଏହି ସ୍କଟିଂ ପ୍ରତିଯୋଗୀତାରେ ବ୍ରହ୍ମପୁର ଡିଏଭି ପବ୍ଲିକ୍ ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ରୀ ଅନ୍ୱେଷା ବିଷୋୟୀ 12 ବର୍ଷରୁ କମ୍ ବାଳିକା ବର୍ଗରେ ଗୋଟିଏ ଗୋଲଡ୍  ଓ ଗୋଟିଏ ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି  । 300 ମିଟର ଟାଇମ ଟ୍ରାଏଲ ସ୍କେଟିଂ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଓ ଏକ ହଜାର ମିଟର ପ୍ରତିଯୋଗୀତରେ ତୃତୀୟ ସ୍ଥାନ ଅଧିକାରୀ କରି ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି  ।




 ସେହିପରି ବ୍ରହ୍ମପୁର ଉପକଣ୍ଠ କ୍ଲୋରୋଫିଲ୍ ସ୍କୁଲର ଛାତ୍ର ଆଶୁତୋଷ ପାଢୀ 14 ବର୍ଷରୁ କମ ବର୍ଗରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଗୋଟିଏ ସିଲଭର ପଦକ ହାସଲ କରିଛନ୍ତି  । ସେ 300 ମିଟର ଟାଇମ ଟ୍ରାଏଲ ରେସିଂରେ ଏହି ପଦକ ହାସଲ କରିଛନ୍ତି  । ଫାର ଇଣ୍ଟ ଜୋନର ଜୋନାଲ ଲେବେଲ ଏହି ସ୍କେଟିଂ ପ୍ରତିଯୋଗୀତାରେ ଓଡ଼ିଶା ସମେତ ଆସାମ, ପଶ୍ଚିମବଙ୍ଗ  ଓ ଛତିଶଗଡ଼ ରାଜ୍ୟର ବହୁ ସ୍କେଟର ଭାଗ ନେଇଥିଲେ  । ବ୍ରହ୍ମପୁର ସିଲକି ରୋଲର ସ୍କେଟିଂ ଏକାଡେମୀରୁ ଏହି ଜୋନାଲ ପ୍ରତିଯୋଗୀତାରେ 5ଜଣ ବାଳକ ଓ ଜଣେ ବାଳିକା ଅଂଶ ଗ୍ରହଣ କରିଥିବା ବେଳେ କୋଚ ଶ୍ରୀମନ୍ତ କୁମାର ପାଢୀ ଓ ଗୌତମ ଗୌଡ଼ଙ୍କ ନିକଟରୁ ପ୍ରଶିକ୍ଷଣ ନେଉଥିଲେ  । ଉତ୍ତମ ପ୍ରଦର୍ଶନ କରି ପଦକ ହାସଲ କରିଥିବା ଉଭୟ ସ୍କେଟର ଆସନ୍ତା ମାସରେ ହରିୟାଣାଠାରେ ଅନୁଷ୍ଠିତ ହୋବାକୁ ଥିବା ସିବିଏସଇ ନ୍ୟାସନାଲ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ଲାଗି ମନୋନୀତ ହୋଇଛନ୍ତି  । ସଫଳତା ପାଇଥିବା ସ୍କେଟର ମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି  ।



Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe