ଖୋର୍ଦ୍ଧା:୨୬/୦୯/୨୩ - (ସ୍ୱତନ୍ତ୍ର ନ୍ୟୂଜ଼ )ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓ ବେଗୁନିଆ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଙ୍କ ଆହ୍ବାନ ରେ ଆଜି ବେଗୁନିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋଲଗଡ଼ ବ୍ଲକ ର ଆରିକମା ଓ ପାଟପୁର ଶାସନ ଗ୍ରାମ ପଞ୍ଚାୟତ ତରଫରୁ ଅରିକମା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆରିକାମା ଓ ପାଟପୁର ଶାସନ ପଞ୍ଚାୟତ ର ପ୍ରତିନିଧି,ଯୁବ, ଛାତ୍ର,ମହିଳା ମାନେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ବିଜୁ ଯୁବ ଜନତା ଦଳ ପକ୍ଷରୁ ଆୟୋଜିତ ଏହି ଶିବିର କୁ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅବ୍ୟକ୍ତ ହରିହର ଖାଡଙ୍ଗା,ରାଜ୍ୟ ସମ୍ପାଦକ ଶୁଭକାନ୍ତ ମହାପାତ୍ର ସଂଯୋଜନା କରିଥିଲେ। ବୋଲଗଡ଼ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ତଥା ବିଜୁ ଜନତା ଦଳ ଖୋର୍ଦ୍ଧା ଜିଲ୍ଲା ଉପ ସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଉଦ୍ଘାଟନ କରିଥିବା ବେଳେ ଉପସ୍ଥିତ ଥିଲେ ୨୬ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ ଆତ୍ମା ଅଧ୍ୟକ୍ଷ ଗୋପାଳ ଚରଣ ବେହେରା ଅରିକମା ସରପଞ୍ଚ ପ୍ରମୋଦ ରାଉତରାୟ , ସମିତିସଭ୍ୟ ସୁଶାନ୍ତ କୁମାର ପାଇକରାୟ , ପାଟପୁର ଶାସନ ସରପଞ୍ଚ ଲକ୍ଷ୍ମୀପ୍ରିୟା ହୋତା, ସମିତି ସଭ୍ୟ ସନ୍ତୋଷ କୁମାର ବେହେରା, କୃଷ୍ଣ ଚନ୍ଦ୍ର ପ୍ରଧାନ, ଜ୍ୟୋତି ରଞ୍ଜନ ଖଦଙ୍ଗା, ବିରଞ୍ଚି ଜେନା , ନବ କିଶୋର ଜତି, ଦୀନବନ୍ଧୁ ସାହୁ ପ୍ରମୁଖ ।ନୟାଗଡ ବ୍ଲଡ଼ ବ୍ୟାଙ୍କ ଦ୍ୱାରା ୪୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ଏହି ରକ୍ତଦାନ ଶିବିର ଆୟୋଜନ କୁ ସବୁ ମହଲ ରେ ପ୍ରଶଂସା କରାଯାଉଛି।କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ର ସଭାପତି ଅଭିଷେକ ସିଂ ସାମନ୍ତ ସମସ୍ତ ରକ୍ତଦାତା ଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ଶୁଭ ଲକ୍ଷ୍ମୀ ସାମନ୍ତରାଙ୍କ ରିପୋର୍ଟ
Post a Comment