//BREAKING//
Loading...

ସ୍ଥାନିୟ ମହାମାୟୀ ମହିଳା ମହାବିଦ୍ୟାଳୟ ରେ "ମୋ କଲେଜ ଅଭିଯାନ "

 ମହାମାୟୀ  ମହିଳI ମହାବିଦ୍ୟାଳୟ ରେ ମୋ କଲେଜ ଅଭିଯାନ ତରଫରୁ ମାନସିକ ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

୮-୮- ୨0୨୩, ବ୍ରହ୍ମପୁର ( ସ୍ୱତନ୍ତ୍ର ନ୍ୟୂଜ଼ )


ସ୍ଥାନିୟ ମହାମାୟୀ ମହିଳା ମହାବିଦ୍ୟାଳୟ ରେ "ମୋ କଲେଜ ଅଭିଯାନ " 

ତରଫରୁ ଏକ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜ ଅଧ୍ୟକ୍ଷା ଶ୍ରୀମତି କବିତା ଶତପଥୀ ଅଧକ୍ଷତା କରିଥିବା ବେଳେ ଡାଃ. ସ୍ଵାତୀ ମିଶ୍ର, ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞା, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ, ବ୍ରହ୍ମପୁର , ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ସଚେତନତା କରେଇ ଥିଲେ । " କଲେଜ ଅଭିଯାନ" ସଂଯୋଜିକା ସ୍ଵର୍ଣ୍ଣଲତା ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରିଣୀ ଡ ଜୟନ୍ତି ରାଣୀ ପଣ୍ଡା ମଞ୍ଚାସୀନ ଥିଲେ । ଏହି ପରିପ୍ରେକ୍ଷୀରେ ମନୋବିଜ୍ଞାନ ଅଧ୍ୟାପକ ଡ. ସୁଦର୍ଶନ ବେହେରା ସମ୍ୟକ ସୂଚନା ଦେଇଥିବାବେଳେ ଅଧ୍ୟାପିକା ଆଶା କିରଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କଲେଜର ସମସ୍ତ ଅଧ୍ୟାପକ ଅଧ୍ୟ। ପିକା ଙ୍କ ସମେତ ଦୁଇ ଶହ ରୁ ଉର୍ଦ୍ଧ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ    ଉପକୃତ ହୋଇଥିଲେ ।




Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe