//BREAKING//
Loading...

 ବେଲଗୁଣ୍ଠା ବରିଷ୍ଠ କଳାକାର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର


ବେଲଗୁଣ୍ଠା,25/06, ( ସ୍ୱତନ୍ତ୍ର ନ୍ୟୁଜ )ବେଲଗୁଣ୍ଠା ବରିଷ୍ଠ କଳାକାର ସଂଘ ପକ୍ଷରୁ କଳାକାରଙ୍କ ହିତ ସକାଶେ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି I କଳା ଓ କଳାକାର ହିତୈଷୀ ମହାମଞ୍ଚ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ଆହ୍ୱାନ କ୍ରମେ ଆଜି ବେଲଗୁଣ୍ଠା ବରିଷ୍ଠ କଳାକାର ମହାସଂଘର କର୍ମକର୍ତ୍ତା ଏବଂ ଶତାଧିକ କଳାକାର ବେଲଗୁଣ୍ଠା ସହରରେ ଶୋଭାଯାତ୍ରା ପ୍ରଦର୍ଶନ କରିବା ସହିତ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି I ବିଶେଷ କରି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାକୁ କଳାକାର ଭତ୍ତା ଯୋଜନାରେ ରୂପାନ୍ତର, କଳାକାର ଭତ୍ତା ତିନି ହଜାର ଟଙ୍କାକୁ ବୃଦ୍ଧି, କଳାକାରଙ୍କ ମୃତ୍ୟୁ ପରେ କଳାକାରଙ୍କ ସ୍ୱାମୀ କିମ୍ବା ସ୍ତ୍ରୀଙ୍କୁ ଭତ୍ତା ପ୍ରଦାନ, ଉପଯୁକ୍ତ ବିଚାରକ ମଣ୍ଡଳୀ ଦ୍ୱାରା କଳାକାର ହିତାଧିକାରୀ ଚୟନ,ଲୁପ୍ତ ପାଇବାକୁ ବସିଥିବା ଲୋକ ନାଟକର ପୁନରୁଦ୍ଧାର, ଅଧିକ ଚାରୋଟି ସରକାରୀ ସଙ୍ଗୀତ ନାଟକ ମହାବିଦ୍ୟାଳୟ ସ୍ଥାପନ ସମ୍ପର୍କରେ ଦାବିପତ୍ରରେ ଊଲ୍ଲେଖ ରହିଛି I


ରିପୋର୍ଟ-ସୁଧାଂଶୁ ଶେଖର ବିଷୋୟୀ



Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe