ବ୍ରହ୍ମପୁର (ସ୍ୱତନ୍ତ୍ର ନ୍ୟୁଜ଼ )ଅନାଲୋଚିତ, ଅବଲୁପ୍ତ ଓ ଅବହେଳିତ ବ୍ୟକ୍ତି ଓ ପୀଠକୁ ଲୋକଲୋଚନକୁ ଆଣିବା ପାଇଁ ଉଦ୍ୟମ ସହ ଐତିହ୍ୟ, ସଂସ୍କୃତି ଓ ଭାଷା ସାହିତ୍ୟ ର ସମନ୍ୱୟ ରକ୍ଷା କରିବା ଏହି ଅନୁଷ୍ଠାନର ମୈଳିକ ଲକ୍ଷ୍ୟ ବୋଲି ସ୍ବାଗତ ଭାଷଣ ରେ ଅନୁଷ୍ଠାନ ର ସମ୍ପାଦକ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ ପ୍ରକାଶ କରିଥିଲେ। ଆଜି ମାସର ପ୍ରଥମ ରବିବାର ତାରିଖ-୨/୪/୨୦୨୩ ସକାଳ ଘ ୧୦.୦୦ ସମୟରେ ସ୍ଥାନୀୟ ଗଞ୍ଜାମ କଳା ପରିଷଦର ସଭାଗୃହ ବ୍ରହ୍ମପୁରରେ ତ୍ରିଧାରା ସାହିତ୍ୟ ସଂସଦ ବ୍ରହ୍ମପୁର ଗଞ୍ଜାମ ପକ୍ଷରୁ ଆୟୋଜିତ ମାସିକ ସାହିତ୍ୟ ଆସରର ପ୍ରଥମ ଅଧିବେଶନ ଆଲୋଚନା ଚକ୍ରରେ " ନାରୀକବି ରାଣୀ ନିଶଙ୍କରାୟ'ଙ୍କ ସମ୍ପର୍କରେ ଇତିହାସ ଅଧ୍ୟାପକ ସରକାରୀ ମହାବିଦ୍ୟାଳୟ ଫୁଲବାଣୀ, କନ୍ଧମାଳର ଡକ୍ଟର ସୁଜିତ କୁମାର ପଣ୍ଡା ଆଲୋଚକ ଭାବେ ନିଜସ୍ଵ ବକ୍ତବ୍ୟ ରଖିଥିଲେ। ଘୁମୁସର,ଜରଡା ଓ ବୁଢାର ସିଂହ ରାଜବଂଶର ଇତିହାସକୁ ଅଧ୍ୟୟନ କରିବା ଆବଶ୍ୟକ। ରାଣୀ ନିଶଙ୍କରାୟ'ଙ୍କ ନାମ, ଜନ୍ମ ଓ ମୃତ୍ୟୁ ସମ୍ପର୍କରେ ବିଶେଷ ଗବେଷଣା ଆବଶ୍ୟକ ରହିଛି। ଇତିହାସ ସହିତ ସାହିତ୍ୟର ଏକ ନିବିଡ଼ ସମ୍ପର୍କ ରହିଛି। ସଭାପତି ବିଘ୍ନେଶ୍ୱର ସାହୁ ଉଦଘାଟକ ଗବେଷକ ଶ୍ରୀ ରଙ୍ଗ ନାୟକ, ବିଷମକଟକ ରାୟଗଡ଼ା ମଞ୍ଚସୀନ ରହିଥିଲେ।
ଦ୍ବିତୀୟ ଅଧିବେଶନ - କବିତା ପାଠୋତ୍ସବରେ
ଅତିଥି ଓ ସମୀକ୍ଷକ ଡକ୍ଟର କୃଷ୍ଣ ପ୍ରସାଦ ମହାପାତ୍ର, ପ୍ରାକ୍ତନ ଅଧ୍ୟକ୍ଷ ମହାମାୟୀ ମହିଳା ମହାବିଦ୍ୟାଳୟ ବ୍ରହ୍ମପୁର ସଂଯୋଜନା ସହସମ୍ପାଦିକା ସୈଦାମନି ମିଶ୍ର ସଭାପତି ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ ମଞ୍ଚ ସୀନ ରହିଥିଲେ।
ଏଥିରେ ଡକ୍ଟର ଭଗବାନ ଗୈଡ, ଭେଙ୍କଟ ବିହାରୀ ପ୍ରହରାଜ ବନ୍ଦନା ପଣ୍ଡା,ଗାୟତ୍ରୀ ପାଣିଗ୍ରାହୀ,ଗଜାନନମିଶ୍ର,ପ୍ରମୋଦ କୁମାର ପଣ୍ଡା, ଭଗବାନ ପାତ୍ର, ଡକ୍ଟର ସଞ୍ଜୟ କୁମାର ପଣ୍ଡା ଡକ୍ଟର ଅଶୋକ କୁମାର ପଣ୍ଡା, ପ୍ରଫୁଲ୍ଲ କୁମାର ତ୍ରିପାଠୀ,କଳାରନ୍ନ ପ୍ରଫୁଲ୍ଲ କୁମାର ତ୍ରିପାଠୀ, ବଂଶୀଧର ସେଠି, ଅରୁଣ କୁମାର ପାତ୍ର, ବୃନ୍ଦାବନ ପଣ୍ଡା, ଲିଙ୍ଗରାଜ ଜେନା, ସୁବ୍ରତ କୁମାର ରଥ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ କଳାରନ୍ନ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।
Post a Comment