//BREAKING//
Loading...

ଆରମ୍ଭ ହେବ ଏକବିଂଶ ତମ ମହାନଗର ମହୋତ୍ସବ ।

 

ବ୍ରହ୍ମପୁର: 24/4/23  ( ସ୍ୱତନ୍ତ୍ର ନ୍ୟୁଜ଼ )ଖଲ୍ଲିକୋଟ କଲେଜ ଖେଳ ପଡ଼ିଆ ପରିସରରେ ଆରମ୍ଭ ହେବାକୁ ଯାଉଛି ୧୧ ତମ 

ମହାନଗର ମହୋତ୍ସବ। ଏହି ପରିପ୍ରେକ୍ଷୀରେ ସୋମବାର ଦିନ ମହାନଗର ମହୋତ୍ସବ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସଭାପତି ନାରାୟଣ ମହାଙ୍କୁଡ଼ ଅଧ୍ୟକ୍ଷ



ତାରେ ଆୟୋଜିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ଶ୍ରୀ ରବି ନାରାୟଣ ବେହେରା, ବରିଷ୍ଠ ସାମ୍ବାଦିକ ଡ଼. ଜଗନମୋହନ ମହାପାତ୍ର, ହେମାଙ୍ଗ ରାଉଳ, ମହାନଗର ମହୋତ୍ସବ କମିଟି ସମ୍ପାଦକ ଗୋପାଳ ପଟ୍ଟନାୟକ, ସହ ସମ୍ପାଦକ ସତ୍ୟ ଚେତନ ପରିଡ଼ା, ଉପଦେଷ୍ଟା ଅଶୋକ ବ୍ରହ୍ମା, ଉପସଭାପତି ଅନିଲ ପାତ୍ର , ମିହିର ତ୍ରିପାଠୀ, ମାହାନଗର ମହୋତ୍ସବର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଦୀପ ସାହୁ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଚଳିତ ମାସ ଏପ୍ରିଲ 25 ତାରିଖ ଠାରୁ ମଇ 5 ତାରିଖ ପର୍ଯ୍ୟନ୍ତ ୧୧ଦିନ ବ୍ୟାପି ଏହି ମହାନଗର ମହୋତ୍ସବ ଆୟୋଜନ ହେବା ପାଇଁ ସ୍ଥିର କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସମ୍ପାଦକ ଗୋପାଳ ପଟ୍ଟନାୟକ। ମହୋତ୍ସବରେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ, ପଦାଧିକାରୀ, ସାମାଜିକ କର୍ମୀ, ସାମ୍ବାଦିକ, କଳାକାର, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକମାନଙ୍କ ଉପସ୍ଥିତିରେ ପ୍ରତିଦିନ ଏକ ଆଲୋଚନା ଚକ୍ର ଆୟୋଜନ କରାଯିବା  ସହ ବିଭିନ୍ନ କଳାକାର ଅନୁଷ୍ଠାନ ତରଫରୁ ସାଂସ୍କୃତିକ ଓ ଆଧୁନିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ନେଇ ସ୍ଥିର କରାଯାଇଛି । ଦୈନନ୍ଦିନ ସ୍ଥାନୀୟ ପ୍ରତିଭାମାନଙ୍କର ଦ୍ଵାରା ନୃତ୍ୟ, ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପ୍ରଦର୍ଶିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ମହୋତ୍ସବର ସୁପରିଚାଳନା ସକାଶେ ଜିଲ୍ଲା ପ୍ରଶାସନ, ଆରକ୍ଷୀ ବିଭାଗ, ଦମକଳ ବାହିନୀ, ବିଦ୍ୟୁତ୍ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ତଥା ବ୍ରହ୍ମପୁର ମହାନଗର ନିଗମର ସାହାଯ୍ୟ ସହଯୋଗ ପାଇଁ ଅନୁମତି ଲୋଡ଼ାଯାଇଛି । ମହୋତ୍ସବର ଅନ୍ୟତମ ଆକର୍ଷଣ ହେଉଛି ବିଭିନ୍ନ ବିଭାଗ ତଥା ବ୍ୟବସାୟୀକ ପ୍ରତିଷ୍ଠାନ ତରଫରୁ ପ୍ରାୟ ୧୨୦ରୁ ଊର୍ଦ୍ଧ୍ବ ଷ୍ଟଲ୍‌ କରାଯିବ । ଯେଉଁଥରେ ରାଜ୍ୟ ଓ ରାଜ୍ୟ ବାହାରର ହସ୍ତତନ୍ତ, କୂଟୀର ଶିଳ୍ପ ଓ ସାମଗ୍ରୀର ପ୍ରଦର୍ଶନୀ ଏବଂ ବିକ୍ରୟର ବ୍ୟବସ୍ଥା ସହ ଗୃହିଣୀ ମାନଙ୍କ ବହୁ ଉପଯୋଗୀ ତଥା ବ୍ୟବହାରିକ ଘରୋଇ ସାମଗ୍ରୀ ଏହି ଷ୍ଟଲ୍‌ମାନଙ୍କରେ ପ୍ରଦର୍ଶିତ ହେବାର ଆୟୋଜନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ଦାସ, ଅନନ୍ତ ପ୍ରଧାନ ଓ ଶଙ୍କର ଗୋସ୍ୱାମୀ, ଲୀଙ୍କୁ ଡାକୁଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe