ପାତ୍ରପୁର,୨୫/୧୨/୧୨ (ସ୍ୱତନ୍ତ୍ର ନ୍ୟୁଜ଼ )
ଆଜି ପ୍ରଧାନ ସମାଜ ର ଏକ ବୈଠକ କେନ୍ଦ୍ର କାର୍ଯ୍ୟାଳୟ କେଲୁ ଆ ଠାରେ କେନ୍ଦ୍ର ସଭାପତି ମୂରଲୀ ପ୍ରଧାନ ଙ୍କ ପୌରହିତ ରେ ଅନୁଷ୍ଠିତ ହୋଇଥିଲା। ପୁନଃ ସଂସ୍କରଣ ପ୍ରଧାନ ସମାଜ ଉପବିଧି (ବାଇଲା)କୁ ଉନ୍ମଚନ କରାଗଲା।ପ୍ରଧାନ ସମାଜକୁ କେନ୍ଦ୍ର ସରକାରଙ୍କ ତାଲିକା ଭୁକ୍ତ ପଛୁଆ ବର୍ଗ ଓ ବି ସି ରେ ଅନ୍ତର୍ଭୁକ୍ତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ କୁ ଆଲୋଚନା କରିବା ସହ ଏକ ପାଞ୍ଚ ଜଣିଆ କମିଟି ଗଠନ କରାଗଲା। କେନ୍ଦ୍ର ସମ୍ପାଦକ ଶ୍ରୀ ମଦନମୋହନ ପ୍ରଧାନ ନିଜର ବ୍ୟକ୍ତିଗତ ଅସୁବିଧା ଯୋଗୁଁ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରି ଥିଲେ।ଏହାକୁ ସର୍ବ ସମ୍ମତି କ୍ରମେ ଗ୍ରହଣ କରାଗଲା। ଉକ୍ତ ପଦବୀ ନିମନ୍ତେ ଜରଡ଼ା ତାଳୁକା ସଭାପତି ତଥା ବରିଷ୍ଠ ଶିକ୍ଷାବିତ୍ ଶଶାଙ୍କ କୁମାର ପ୍ରଧାନ ଙ୍କୁ ସର୍ବସମ୍ମତି କ୍ରମେ ମୋନୋନିତ କରାଗଲା।ଏହି ବୈଠକରେ କେନ୍ଦ୍ର କର୍ମକର୍ତ୍ତା ବିଭିନ୍ନ ତାଳୁକା କର୍ମକର୍ତ୍ତା ବ୍ୟତୀତ ପ୍ରଫେସର ଡ ଅଲେଖ ଚନ୍ଦ୍ର ପ୍ରଧାନ ପୂର୍ବତନ ପ୍ରଶାସକ ଅଧିକାରୀ ଉଦୟ ନାଥ ପ୍ରଧାନ।ବରିଷ୍ଠ ରାଜନେତା ତଥା ସମାଜସେବୀ ବିପିନ ଚନ୍ଦ୍ର ପ୍ରଧାନ ସହଦେବ ପ୍ରଧାନ ବରିଷ୍ଠ ଆଇନଜୀବୀ ବିଜୟ କୁମାର ପ୍ରଧାନ ପ୍ରଫୁଲ୍ଲ କୁମାର ପ୍ରଧାନ ସୀତାରାମ ପ୍ରଧାନ ଶ୍ରୀବତ୍ସ ପ୍ରଧାନ ଲଡୁ କିଶୋର ପ୍ରଧାନ ବୈଠକରେ ଭାଗ ନେଇ ନିଜ ନିଜର ସୁ ଚିନ୍ତିତ ମତାମତ ପ୍ରଦାନ କରିଥିଲେ।ଉକ୍ତ ବୈଠକରେ ଶତାଧିକ ସମାଜ ପ୍ରେମୀ ଯୋଗ ଦେଇଥିଲେ। କେନ୍ଦ୍ର ସହ ସମ୍ପାଦକ କେ ଭୀମ ରାଓ ଙ୍କ ସ୍ବାସ୍ଥ୍ୟ ର ଉନ୍ନତି ନିମନ୍ତେ ଆଶୁ ଆରୋଗ୍ୟ କାମନା କରିଥିଲେ। କାର୍ଯ୍ଯକ୍ରମରେ ସଞ୍ଜୟ ପ୍ରଧାନ ଗାଣ୍ଡୁ ପାଢ଼ୀ ଦୀନବନ୍ଧୁ ପ୍ରଧାନ ଜଗନ୍ନାଥ ପ୍ରଧାନ ସହଯୋଗ କରିଥିଲେ।ଶେଷରେ ଜରଡ଼ା ତାଲୁକା କୋଷାଧ୍ୟକ୍ଷ ବୃନ୍ଦାବନ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।
Post a Comment