ବ୍ରହ୍ମପୁର :25/12/22 (ସ୍ୱତନ୍ତ୍ର ନ୍ୟୁଜ଼ )
ଏହି ଅବସରରେ ଲାଞ୍ଜିଆ ସମିତିସଭ୍ୟ ତଥା ଆମ୍ବଗଡ଼ ସେବା ସମବାୟ ସମିତି ସଭାପତି କାହ୍ନୁ ଚରଣ ପାତ୍ର ଯୋଗଦେଇ ଭାରତରତ୍ନ ଅଟ୍ଟଳ ବିହାରୀ ବାଜପେୟୀଙ୍କ ଦେଶପ୍ରତି ଅବଦାନ ଏବଂ ତାଙ୍କ ଜୀବନ ଆଦର୍ଶରେ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ମସିଆଖାଲି ପୂର୍ବତନ ସରପଞ୍ଚ ନରସିଂହ ସାହୁ ଯୋଗଦେଇ ବାଜପେୟୀ ଜଣେ ପଗାଡ଼ ପାଣ୍ଡିତ୍ୟ, ସାହିତ୍ୟୌକ ତଥା ଅର୍ଥନୀତି, ରାଜନୀତି ଉପରେ ତାଙ୍କର ପାରଦର୍ଶିର୍ତା ଉପରେ କହିଥିଲେ । ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟ୍ଟଳ ବିହାରୀ ବାଜପେୟୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
Post a Comment