ବେଲଗୁଣ୍ଠା, 06/10, ( ସ୍ୱତନ୍ତ୍ର ନ୍ୟୂଜ଼ )ବେଲଗୁଣ୍ଠା ବ୍ଳକ୍ ତନରଡ଼ା ଗ୍ରାମ କାଳୀ ମନ୍ଦିର ଟ୍ରଷ୍ଟ୍ ସଭାପତି ତଥା କାଳଞ୍ଜି ସମାଜ ସଭାପତି ଅଭିମନ୍ୟୁ ଜେନାଙ୍କର 78 ବର୍ଷ ବୟସରେ ଭୁବନେଶ୍ୱରରେ ପରଲୋକ ଘଟିଛି I ସ୍ଵର୍ଗତ ଜେନାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ, ବୋହୂ, ଜିତୁ, ଜଲି, ବିଜନ, ସାମୁ ଆଦି ପରିବାର ବର୍ଗ ଉପସ୍ଥିତ ଥିଲେ I ସ୍ଵର୍ଗତ ଜେନା ଜଣେ ସମାଜସେବୀ, ପରୋପକାରୀ ଏବଂ ଅମାୟିକ ବ୍ୟକ୍ତିତ୍ୱ ଥିଲେ I ତନରଡା ଗ୍ରାମର ଆବାଳବୃଦ୍ଧବନିତାଙ୍କ ନିକଟରେ ସେ ଅଭି ବାପା ଭାବେ ବେଶ ପରିଚିତ ଥିଲେ I ସେ ଟ୍ରଷ୍ଟ୍ ସଭାପତି ଭାବେ କାଳୀ ମନ୍ଦିର ଏବଂ ଦଣ୍ଡନାଚ ପରିଚାଳନାରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ I ଗ୍ରାମର ନୂତନ କାଳୀ ମନ୍ଦିର ନିର୍ମାଣ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ଥିଲା I ତାଙ୍କ ମୃତ୍ୟୁ ଖବର ମିଳିବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା I ଗ୍ରାମବାସୀଙ୍କ ଅନୁରୋଧକ୍ରମେ ଅଭିମନ୍ୟୁଙ୍କ ଶବ ସୁଦୂର ଭୁବନେଶ୍ୱରରlରୁ ନିଜ ଗ୍ରାମ ତନରଡା ସ୍ଥିତ ନିଜ ବାସଭବନକୁ ଅଣାଯାଇ ଏକ ଶୋଭାଯାତ୍ରାରେ ନେଇ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା I ତାଙ୍କ ଶବ ଶୋଭାଯାତ୍ରାରେ ସମସ୍ତ ଗ୍ରାମବାସୀଙ୍କ ସମେତ ସରପଞ୍ଚ,ପୂର୍ବତନ ବ୍ଳକ୍ ଅଧ୍ୟକ୍ଷା ପ୍ରତିନିଧି ମାଗତା ଦଳବେହେରା ,କାଳଞ୍ଜି ସମାଜ କର୍ମକର୍ତ୍ତାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ I
ରିପୋର୍ଟ- ସୁଧାଂଶୁ ଶେଖର ବିଷୋୟୀ
Post a Comment