ସ୍ୱଚ୍ଛ ସିଟି ଆୱାର୍ଡ ରେ ଜାତୀୟ ସ୍ତରରେ ସମ୍ମାନିତ ହେଲା ବେଲଗୁଣ୍ଠା
ବେଲଗୁଣ୍ଠା -1/10 ( ସ୍ୱତନ୍ତ୍ର ନ୍ୟୂଜ଼ )ସ୍ୱଚ୍ଛ ସିଟି ଆୱାର୍ଡ ରେ ଜାତୀୟ ସ୍ତରରେ ସମ୍ମାନିତ ହୋଇ ଅଞ୍ଚଳ ପାଇଁ ଗୋୖରବ ଆଣିଛି ବେଲଗୁଣ୍ଠା । ନୂଆଦିଲ୍ଲୀ ସ୍ଥିତ ତାଳVକଟୋରା ଷ୍ଟାଡିଅମ ଠାରେ ସ୍ୱଚ୍ଛ ସର୍ବେକ୍ଷଣ 2022 ର ସମ୍ମାନ ପ୍ରଦାନ ଉତ୍ସଵରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ଏଇ ସମ୍ମାନ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ରୂପେ କେନ୍ଦ୍ର ଓ ରାଜ୍ୟର ବହୁ ମନ୍ତ୍ରୀ ଉପସ୍ଥିତ ଥିଲେ । ଆଜି ସନ୍ଧ୍ୟା 7 ଘଣ୍ଟ ସମୟରେ ଏହି ଅବସରରେ ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା,ପ୍ରୋଜେକ୍ଟ ଡ଼ାଇରେକ୍ଟର ସଚ୍ଚିଦାନନ୍ଦ ନାୟକ,ବେଳଗୁଣ୍ଠା କାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର, ସାନିଟାଇଜେସନ ଏକ୍ସପର୍ଟ ଜି ପ୍ରବୀଣ କୁମାର ଓ ନଗରପାଳ ଫିରୋଜ ସେଠି ଯୋଗ ଦେଇ ରାଷ୍ଟ୍ରପତିଙ୍କ ଠାରୁ ଶ୍ରେଷ୍ଠ ସ୍ୱଚ୍ଛ ସିଟି ଆୱାର୍ଡ ଗ୍ରହଣ କରିଥିଲେ । ଏନେଇ ବେଳଗୁଣ୍ଠା ସହରବାସୀ ଖୁସିରେ ବାଣ ଫୁଟାଇବା ସହ ଆସନ୍ତା କାଲି ନଗର ପାଳ ଓ ନିର୍ବାହୀ ଅଧିକାରୀ ବେଲଗୁଣ୍ଠାରେ ପହଁଚିବା ପରେ ସନ୍ଧ୍ୟା 6 ଘଣ୍ଟା ସମୟରେ ସହରବାସୀଙ୍କ ତରଫରୁ ସମ୍ବର୍ଡନା ଉତ୍ସଵ ର ଆୟୋଜନ ହେଉଥିବା ଜଣାପଡିଛି ।.
ରିପୋର୍ଟ- ସୁଧାଂଶୁ ଶେଖର ବିଷୋୟୀ
Post a Comment