//BREAKING//
Loading...

ପାତ୍ରପୁର ର ଅଧିଷ୍ଠାତ୍ରୀ ଦେବୀ ମା କୁଠାରିଶ୍ଵରୀଙ୍କ ପୀଠରେ ମାଆଙ୍କ ନବରାତ୍ର ପୂଜା। ଉତ୍ସବ ମୁଖର ସାରା ଅଞ୍ଚଳ।

 


ପାତ୍ରପୁର,୨୭/୦୯ :( ସ୍ୱତନ୍ତ୍ର ନ୍ୟୂଜ଼ ) ଗଞ୍ଜାମ  ଜିଲ୍ଲା ପାତ୍ରପୁର ବ୍ଳକ ଅନ୍ତର୍ଗତ ପାତ୍ରପୁର ଗ୍ରାମରେ ଅବସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା କୁଠାରିଶ୍ଵରୀଙ୍କ ୫୬ ତମ ନବରାତ୍ର ପୂଜା ମହାଆଡମ୍ବରରେ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି।  ପୀଠରେ ଗତକାଲି ମାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି। ଗତ ଦୁଇ ବର୍ଷ ର କରୋନା କଟକଣା ପରେ ପାତ୍ରପୁର ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା କୁଠାରିଶ୍ଵରୀଙ୍କ ୫୬ ତମ ନବରାତ୍ର ପଣ୍ଡିତ ଶ୍ରୀ ରଘୁନାଥ ଶତପଥୀଙ୍କ ପୁରୋହିତ ରେ ଏବଂ ତାଙ୍କ ସହଯୋଗୀ ଚନ୍ଦନ ଦାସ, ସୀତାରାମ ସାହୁ, ଅକ୍ଷୟ କୁମାର ପଣ୍ଡା,ମିଳିତ ସହଯୋଗ ରେ ପୂଜା ମହାଆଡମ୍ବରରେ  ପୀଠରେ ଶାରଦୀୟ ନବରାତ୍ର ପୂଜା ଆରମ୍ଭ ହୋଇଛି।ଏହି ସବୁ ପୂଜାରେ ଅଞ୍ଚଳର ଯଜ୍ଞ ବିଶାରଦ ପଣ୍ଡିତ, ବେଦ ଆଚାର୍ଯ୍ୟ, ପୁରୋହିତ ଓ ଅନ୍ୟାନ୍ୟ ପଣ୍ଡିତ ମାନଙ୍କ ଦ୍ୱାରା ମନ୍ତ୍ର ଧ୍ଵନିରେ ପୀଠ ପ୍ରକମ୍ପିତ ହେବା ସାଙ୍ଗକୁ ଆଜିଠାରୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିବ, ଶେଷଦିନ ସନ୍ଧି ପୂଜା ପରେ ସମାପନ ପୂର୍ଣ୍ଣାହୁତି, ହୋମ ଓ ୩ ତାରିଖ ସକାଳୁ ନଗର ପରିକ୍ରମା ଏବଂ ଘଟ ବିସର୍ଜନ ହେବ ବୋଲି ମୁଖ୍ୟ ପୁରୋହିତ  ସୂଚନା ଦେଇଛନ୍ତି।ଏହି ସାତ ଦିନର ପୂଜାକୁ ଆଖି ଆଗରେ ରଖି  ମନ୍ଦିରର ପରିଚାଳନା କମିଟିର ସଭାପତି ପି. ସଚିଦାନନ୍ଦ ସୁବୁଦ୍ଧି, ସୁରେଶ କୁମାର ପଟ୍ଟନାୟକ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସମସ୍ତ ଶୁଭେଛୁ ମାନଙ୍କୁ ଅନୁରୋଧ କରିବା ସହ କରନା ମହାମାରୀ ଯୋଗୁଁ ଦୀର୍ଘ ଦୁଇବର୍ଷ ପରେ ମାଙ୍କର ମହା ଆଡମ୍ବରରେ ଚାଲିଥିବା ପୂଜାକୁ ନେଇ ବହୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଜମିବ ବୋଲି କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ  ରୁଦ୍ର ପ୍ରସାଦ ପଣ୍ଡା,ପି.କ୍ରିଣ୍ଣା ଆଚାରୀ,ନିତେଶ ମହାନ୍ତି, ଦୁର୍ଗା ମାଧବ ମହାନ୍ତି, ଚନ୍ଦନ ପାଢ଼ୀ,ଜି.ଭାଲୁ ରେଡି, ନରହରି ପାଢ଼ୀ,ରତନ ମହାନ୍ତି ଏବଂ ମନ୍ଦିରର ସମସ୍ତ ପୂଜକ ସହଯୋଗ କରିଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe