//BREAKING//
Loading...

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ


 


ବେଲଗୁଣ୍ଠା, 27/09, (  ସ୍ବତନ୍ତ୍ର ନ୍ୟୂଜ଼ )ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଡଃ ଗୁରୁମୂର୍ତ୍ତୀ ନାୟକ ଏବଂ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଆଶୋକ କୁମାର ସ୍ଵାଇଁ ଯୋଗ ଦେଇଥିଲେ I ଜାତୀୟ ସେବା ଯୋଜନା ୟୁନିଟ୍-1 ର କାର୍ଯ୍ୟକ୍ରମ ଅଧିକାରୀ ଡ.ପ୍ରଫୁଲ୍ଲ କୁମାର ଜେନା, ୟୁନିଟ୍-2 ର କାର୍ଯ୍ୟକ୍ରମ ଅଧିକାରୀ ଅଜୟ କୁମାର ବିଶ୍ୱାଳ, ୟୁନିଟ୍-3 ର କାର୍ଯ୍ୟକ୍ରମ ଅଧିକାରୀ ସପନ କୁମାର ପ୍ରଧାନଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଶିବରାମ ଚୌଧୂରୀ ଏବଂ ଶୁଶାନ୍ତ କୁମାର ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ I ଏହି ଅବସରରେ ଉପସ୍ଥିତ ଅତିଥି ମାନେ ଜାତୀୟ ସେବା ଯୋଜନାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ I ଏଥିରେ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବେଲଗୁଣ୍ଠା ସହର ସମେତ ପୋଷ୍ୟଗ୍ରାମକୁ ପରିକ୍ରମା କରିଥିଲେ 



Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe